ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ଖଣ୍ଡପଡ଼ା ବ୍ଲକ ଟପ୍ପର ହେଲେ ଅଜିତ

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ଖଣ୍ଡପଡ଼ା ବ୍ଲକ ଟପ୍ପର ହେଲେ ଅଜିତ

ଖଣ୍ଡପଡ଼ା ୨|୫ (ରଜତ ଦାସ୍) ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଥିବା ବେଳେ ବନମାଳୀପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ଅଜିତ କୁମାର ତ୍ରିପାଠୀ ଖଣ୍ଡପଡ଼ା ବ୍ଳକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣାପଡିଛି।ଛାତ୍ର ଅଜିତ କୁମାର ତ୍ରିପାଠୀ ସର୍ବମୋଟ ୫୫୭ ନମ୍ବର ରଖି ଏ -୧ ଗ୍ରେଡ଼ରେ ଉତ୍ତୀର୍ଣ୍ଣ ହେବା ସହ ଅଞ୍ଚଳବାସୀ ଓ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।ବନମାଳିପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ସୂର୍ଯ୍ୟକାନ୍ତ ସାହୁ ସର୍ବମୋଟ ୫୪୨ ମାର୍କ ରଖି ଏ -୧ ଗ୍ରେଡ଼ରେ ଉତ୍ତୀର୍ଣ୍ଣ ହୋଇ ବ୍ଲକସ୍ତରରେ ୨ ୟ ସ୍ଥାନ ଅଧିକାର କରିଥିବା ସୂଚନା ମିଳିଛି। ସେହିପରି ରାଣୀପଡା ପଞ୍ଚାୟତସ୍ଥିତ ବିରିଡିହି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଲକ୍ଷ୍ମୀପ୍ରିୟା ମହାରଣା, ରାଣୀଛେଲି ପଞ୍ଚାୟତସ୍ଥିତ ଖଲି ଅପସରା ଉଚ୍ଚ ବିଦ୍ୟାଳୟର ଛାତ୍ର ବିଶ୍ୱନାଥ ପଣ୍ଡା ଓ ଜଗନ୍ନାଥପ୍ରସାଦ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଯାଜ୍ଞସେନୀ ଜେନା ସର୍ବମୋଟ ୫୪୦ ନମ୍ବର ରଖି ଯୁଗ୍ମ ଭାବେ ୩ ୟ ସ୍ଥାନରେ ରହି ଏ-୧ ରେ ଉତ୍ତୀର୍ଣ୍ଣ  ହୋଇଥିବା ପ୍ରକାଶିତ ପରୀକ୍ଷା ଫଳରୁ ଜଣାପଡିଛି।ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସଫଳତାକୁ ନେଇ ଅନୁଷ୍ଠାନ କର୍ତ୍ତୃପକ୍ଷ ଗର୍ବ ଅନୁଭବ କରିଥିବା ବେଳେ ବିଭିନ୍ନ ମହଲରୁ ଛାତ୍ରଛାତ୍ରୀମାନଙ୍କ ନିକଟକୁ ଅଭିନନ୍ଦନ ସୁଅ ଛୁଟିବାରେ ଲାଗିଛି।କିନ୍ତୁ କଣ୍ଟିଲୋ ଗ୍ରାମପଞ୍ଚାୟତରେ ଥିବା ନୀଳମାଧବ ନୋଡାଲ ବିଦ୍ୟାପୀଠ ଓ କୁଞ୍ଜବିହାରୀ ନୋଡାଲ ବିଦ୍ୟାପୀଠ କୌଣସି ଛାତ୍ର ଛାତ୍ରୀ A1 ଗ୍ରେଡରେ ପାସ୍ କରିନଥିବା ସ୍କୁଲ ତରଫରୁ ଖବର ମିଳିଛି ।