ରାମ ନବମୀ ପାଇଁ ଖଣ୍ଡପଡ଼ା ତ୍ରିନାଥ ଛକ ରେ ବୈଠକ..
ଆସନ୍ତା ରାମ ନବମୀ ପାଇଁ
ଖଣ୍ଡପଡ଼ା ବ୍ଲକ ଅଧିନସ୍ଥ ୨୨ ଗୋଟି ପଞ୍ଚାୟତ ରୁ ମୋଟ ୫୦ ରୁ ଉର୍ଦ୍ଧ ଯୁବକ,ଛାତ୍ର,ବୟସ୍କ ମାନଙ୍କୁ ନେଇ ଏକ ବୈଠକ ଶନିବାର ସନ୍ଧ୍ୟା ୭ ଘଣ୍ଟିକା ସମୟରେ ଖଣ୍ଡପଡ଼ା ତ୍ରିନାଥ ଛକ ପେଟ୍ରୋଲ ପମ୍ପ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମୋ ମାଟି ଭାପୁର ର ଅଧକ୍ଷ ତଥା ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ଆବାହକତ୍ୱରେ ଖଣ୍ଡପଡ଼ା ଛାତ୍ର, ଯୁବକ ସଂଗଠକ ସଭାପତି ମନୋରଞ୍ଜନ ବେହେରା ( ବାପୁ)ଙ୍କ ତତ୍ତ୍ଵାବଧାନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ଆସନ୍ତା ରାମ ନବମୀ ଏବଂ ଦିତୀୟ ଅଯୋଧ୍ୟା ଭାବରେ ଦେଶ, ବିଦେଶ,ରାଜ୍ୟ,ଜିଲ୍ଲାରେ ବେଶ୍ ସୁନାମ ଅର୍ଜନ କରିଥିବା ନୟାଗଡ ଜିଲ୍ଲାର ଭାପୁର ବ୍ଲକ ଫେତେଗଡ ରେ ଅବସ୍ଥିତ ପ୍ରଭୁ ଶ୍ରୀ ରାମ ମନ୍ଦିର। ଚଳିତ ମାସ ୨୫ ତାରିଖରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହେଉଥିବାରୁ ପ୍ରଭୁ ଶ୍ରୀ ରାମ ଜୀଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ,ଭକ୍ତ,ଶ୍ରଦ୍ଧାଳୁ,ରାମ ପ୍ରେମୀ ଭକ୍ତଙ୍କ ସମାଗମ ହେବ। ବୟସ୍କ,ଦିବ୍ୟଙ୍ଗ,ବୃଦ୍ଧ,ବୃଦ୍ଧା ମାନେ ଦିତୀୟ ଅଯୋଧ୍ୟା ଫତେଗଡ ରେ ପହଁଚିବା ପରେ ସେମାନେ କିପରି ମନ୍ଦିର ତଳୁ ଯାଇ ଉପରେ ପ୍ରଭୁ ଶ୍ରୀ ରାମ ଙ୍କୁ ଭଲରେ ଦର୍ଶନ କରିବେ ଏବଂ ସମସ୍ତ ଭକ୍ତ ମାନେ କିପରି ଶାନ୍ତି, ଶୃଙ୍ଖଳା ଅନ୍ୟାନ୍ୟ ସମସ୍ତ ପ୍ରକାର ସହଯୋଗ କରିବାକୁ ଆଜି ଏକ କମିଟି ଗଠନ କରାଯାଇଛି। ଏହାକୁ ସଠିକ୍ ଭାବେ ପରିଚାଳନା କରିବାକୁ ଶ୍ରୀ ପ୍ରଧାନ,ଶ୍ରୀ ବେହେରା ଆଜିର ବୈଠକରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମସ୍ତେ ଏହାକୁ ସ୍ବାଗତ କରିବା ସହିତ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବାରୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।
ପରିଶେଷରେ ଶ୍ରୀ ପ୍ରଧାନ ସମସ୍ତଙ୍କର ସହଯୋଗ କାମନା କରିବା ସହିତ ପ୍ରଭୁ ଶ୍ରୀ ରାମ ଙ୍କ ସେବାରେ ଆଗେଇଆସିବାକୁ ନିବେଦନ କରି ସଭା ସାଙ୍ଗ କରିଥିଲେ।
ବିଶେଷ ଖବର ନୟାଗଡ଼ ଜିଲ୍ଲା ସ୍ୱତ୍ର ନ୍ତ୍ର ପ୍ରତିନିଧି ସୁପ୍ରିୟା ଦାଶ.


admin 
