ମାଥିଲି ବ୍ଲକରେ ମୌଳିକ ସାକ୍ଷରତା ପରୀକ୍ଷା ଅନୁଷ୍ଟିତ ।

ମାଥିଲି ବ୍ଲକରେ ମୌଳିକ ସାକ୍ଷରତା ପରୀକ୍ଷା ଅନୁଷ୍ଟିତ ।

ମାଥିଲି ବ୍ଲକରେ ମୌଳିକ ସାକ୍ଷରତା ପରୀକ୍ଷା ଅନୁଷ୍ଟିତ । ମାଥିଲି,୨୬.୧୦ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ସଂସ୍ଥାନ ଅଧିନରେ ନବଭ।ରତ ସାକ୍ଷରତା କାର୍ଯ୍ୟକ୍ରମ "ଉଲ୍ଲାସ " ଅନ୍ତର୍ଗତ ମୌଳିକ ସାକ୍ଷରତା ପରୀକ୍ଷା ଅନୁଷ୍ଟିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ମାଥିଲି ଗୋଷ୍ଟୀ ଶିକ୍ଷାଧିକାରୀ ସୁମିତ୍ ବିଶ୍ବାସ ଙ୍କ ପ୍ରତେକ୍ୟ ତତ୍ୱାବଧାନରେ ଶିକ୍ଷକ / ଶିକ୍ଷୟତ୍ରୀ ମାନେ ଉଲ୍ଲାସ ଆପ ମାଧ୍ୟମରେ ୩୨୦୦ ରୁ ଉର୍ଦ୍ଧ ଅଭିଭାବକଙ୍କ ନାମ ପଞ୍ଜିକୃତ କରିଥିଲେ । ମାଥିଲି ବ୍ଲକ ଅନ୍ତର୍ଗତ ୨୦ଟି ଗ୍ରାମପଞ୍ଚାୟତର ୨୦୮ ଟି ବିଦ୍ୟାଳୟରେ ଅଭିଭାବକ ମାନେ ଲିଖନ,ପଠନ, ସଂଖ୍ୟା ଜ୍ଞାନ ସମ୍ବନ୍ଧରେ ୧୫୦ ମାର୍କ ର ପରୀକ୍ଷା ଦେଇ ଥିଲେ । ୧୮ ବର୍ଷରୁ ଉର୍ଦ୍ଧ ନିରକ୍ଷର ଙ୍କୁ ଗ୍ରାମର ସେଚ୍ଛାସେବି ଶିକ୍ଷକଙ୍କ ଜରିଆରେ ମୌଳିକ ସାକ୍ଷରତା,ସଂଖ୍ୟାଜ୍ଞାନ ଓ ଜୀବନ କୌଶଳ ଶିକ୍ଷା ପାଇଁ ଉଲ୍ଲାସ କାର୍ଯ୍ୟକ୍ରମ ଉଦ୍ଧିଷ୍ଟ ଏହି କାର୍ଯ୍ୟକ୍ରମ ଦ୍ୱାରା ବିଭିନ୍ନ ପ୍ରସଙ୍ଗରେ ଦୃଶ୍ୟ, ଶ୍ରାବ୍ୟ, ଏବଂ ଡିଜିଟାଲ ଶିକ୍ଷଣ ସାମଗ୍ରୀ ବ୍ଯବହାର କରି ଚିହ୍ନିବା ,ବୁଝିବା,ଗଣନା ଏବଂ ଯୋଗର କ୍ଷମତା ବଢ଼ିବା ଲକ୍ଷ ରଖାଯାଇଛି । ଆଜି ମାଥିଲି ବ୍ଲକ ଅନ୍ତର୍ଗତ ୨୦ଟି ଗ୍ରାମପଞ୍ଚାୟତର ୨୦୮ ବିଦ୍ୟାଳୟରେ ମୋଟ ୩୧୨୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିଲେ । ମାଥିଲି ବ୍ଲକ ର ୨୦ ଜଣ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପରୀକ୍ଷା ପରିଚାଳନାର ଦାୟିତ୍ଵ ନେଇଥିଲେ । ଗୋଷ୍ଟି ଶିକ୍ଷାଧିକାରୀ ଶ୍ରୀ ବିଶ୍ବାସ ଏବଂ ଅତିରିକ୍ତ ଗୋଷ୍ଟି ଶିକ୍ଷାଧିକାରୀ ଛାତିଶ ଚନ୍ଦ୍ର ନାୟକ ବିଭିନ୍ନ ବିଦ୍ୟାଳୟ ପରିଭ୍ରମଣ କରି ତଦାରଖ କରିଥିଲେ । ପ୍ରକାଶ ଥାଉ କି ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରି ଉତ୍ସାହିତ କରାଯିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିଶ୍ୱାସ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର