ମାଲକାନଗିରି ଜିଲ୍କାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦୁଇ ଦଫା ଦାବି ଦେଲେ ସରକାରୀ ହାଇସ୍କୁଲ NPS ଶିକ୍ଷକ ସଂଘ ।

ମାଲକାନଗିରି ଜିଲ୍କାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦୁଇ ଦଫା ଦାବି ଦେଲେ ସରକାରୀ ହାଇସ୍କୁଲ NPS ଶିକ୍ଷକ ସଂଘ ।

ମାଲକାନଗିରି ଜିଲ୍କାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦୁଇ ଦଫା ଦାବି ଦେଲେ ସରକାରୀ ହାଇସ୍କୁଲ NPS ଶିକ୍ଷକ ସଂଘ । ମାଲକାନଗିରି ତା:-୧୩/୦୯ ସରକାରୀ ହାଇସ୍କୁଲ NPS ଶିକ୍ଷକ ସଂଘ, ମାଲକାନଗିରି ତରଫରୁ ମାନ୍ୟବର ଜିଲ୍କାପାଳ ମାଲକାନଗିରି ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ମାଧମରେ ମ।ନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୁଇ ଦଫା ଦାବି ନେଇ ଦାବି ପ୍ରତ୍ର ପ୍ରଦାନ କରିଥିଲେ। ଏହି ଦୁଇ ଦଫା ଦାବୀ ନେଇ ଆଲୋଚନା ମଧ୍ୟ କାରିଥିଲେ ଏବଂ ଅନୁରୋଧ କରାଯାଇଅଥିଲା କି ୨୦୦୪ ମସିହାରୁ ୨୦୧୪ ପର୍ଯ୍ୟନ୍ତ ସମସ୍ତ ହାଇସ୍କୁଲ ଶିକ୍ଷକଙ୍କର ୬ ବର୍ଷ ମୂଳ ଚାକିରୀ ରେ ଯୋଗ ଓ ୬ ଟି ନାସନାଲ ଇକ୍ରିମେଣ୍ଟ ପ୍ରଦାନ ଏବଂ ହାଇସ୍କୁଲ ଶିକ୍ଷକମାନଙ୍କ କ୍ୟାଡର ର ପୁନର୍ଗଠନ ନିମନ୍ତେ ଆଲୋଚନା କରାଯାଇଥିଲା। ଆମର ଦାବି ଯଦି ୨୧ ତାରିଖ ସୁଦ୍ଧା ପୁରଣ ନ କରନ୍ତି ତେବେ ୨୨.୯.୨୦୨୫ ତାରିଖ ଦିନ ରାଜ୍ୟସ୍ତରରେ ମହା ଆନ୍ଦୋଳନ କରାଯିବ ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଦ୍ୟାଳୟରେ ତାଲା ଝୁଲିବ ବୋଲି ସଂଘ ଚେତାବନୀ ଦେଇଥିଲେ ।ଆଜିର ଏହି ପ୍ରତିବାଦ ସଭାରେ ସଂଘ ସଭାପତି ସଂଜୀବ କୁମାର ବୈଦ୍ୟ, କାର୍ଯ୍ୟ କରି ସଭାପତି ସୁଧୀର ରଞ୍ଜନ ସିକଦାର ସମ୍ପାଦକ ସନାତନ ଦାସ ଉପଦେଷ୍ଠ ଜଗନ୍ନାଥ ପ୍ରସାଦ ବେହେରା, ଶୁଶିଳା କୁମାରୀ ହିୟାଲ୍, ସ୍ମୃତିକା ସୁକୁଲ,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସନ୍ଦୀପ୍ତ କୁମାର ଦାସ ଉପ ସଭାପତି ସନାତନ ପ୍ରଧାନ ତଥା ଚତୁର୍ଭୁଜ ଦାସ, ରତନ ଆଚାର୍ଯ୍ୟ, ସମୀୟରଞ୍ଜନ ଜେନା, ବାସୁଦେବ ପଣ୍ଡା, ଶରତ ଦାସ ଏବଂ ଜିଲ୍ଲାର ସମସ୍ତ ବ୍ଳକ ର ୧୦୦ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରମାନେ ଉପସ୍ଥିତ ଥିଲେ। ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର