ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଫଳ ବଣ୍ଟନ
ବୌଦ୍ଧ:୨୧/୫(ରବିନ୍ଦ୍ର ପଟ୍ଟନାୟକ)ବୌଦ୍ଧ ଜିଲ୍ଲା କଂଗ୍ରେସ୍ ପକ୍ଷରୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଡାକ୍ତର ଖାନା ରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା l ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା କଂଗେସ ସଭାପତି ଶ୍ରୀ ଅବଦୁଲ କଲିମ୍ ଖାନ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ କଂଗ୍ରେସ୍ ସଭାପତି,ବରିଷ୍ଠ କଂଗ୍ରେସ ନେତା କଂଗ୍ରେସ୍ କର୍ମୀ ମାନଙ୍କ ସହିତ ୱାର୍ଡ କୁ ୱାର୍ଡ ବୁଲି ଫଳ ବଣ୍ଟନ କରିବା ସହିତ ସେମାନଙ୍କର ଅଶୁ ଆରୋଗ୍ୟ କାମନା କରିଥିଲେ l ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗେସ ନେତା ଶାନ୍ତନୁ କୁମାର ମହାପାତ୍ର, ସମରେଶ ମିଶ୍ରଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ୍ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ l


admin 
