ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ କୁ ଲାଗୁ କରିବା ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଦାବୀ ହେଉଅଛି .

 ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ କୁ ଲାଗୁ କରିବା ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଦାବୀ ହେଉଅଛି .

 ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ କୁ ଲାଗୁ କରିବା ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଦାବୀ ହେଉଅଛି .

l ସରକାରଙ୍କ ଏହା ବିଚାରାଧୀନ ରହିଥିବା ବେଳେ ରାଜ୍ୟରେ ବାରମ୍ବାର ସାମ୍ବାଦିକ ମାନଙ୍କୁ ଆକ୍ରମଣ ହେଉଅଛି l ଗତକାଲି ବଲାଙ୍ଗୀର ରେ ଜନୈକ ଠିକାଦାର ତାଙ୍କ ଗୋଷ୍ଠୀଦ୍ଵାରା ଅମାନୁଷିକ ଭାବେ ଗୋଡ଼ହାତ ବାନ୍ଧି ମାଡ ମାରିଥିବା ଦେଖାଦେଇଛି l ଆଜି ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବୈଠକ ସଭାପତି ଦେବାଶିଷ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଘଟଣାର ନିନ୍ଦା ପ୍ରସ୍ତାବ କରାଯାଇଛି l ସମସ୍ତ ସଦସ୍ୟମାନଙ୍କ ମତାମତ ଅନୁସାରେ ଆସନ୍ତା କାଲି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯିବ l ଜିଲ୍ଲାରେ ସାମ୍ବାଦିକମାନଙ୍କୁ ସୁରକ୍ଷା ଦେବାପାଇଁ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l ଆଜିର ବୈଠକରେ ସମ୍ପାଦକ ଶଶାଙ୍କ ଶେଖର ମିଶ୍ର, ଅଜିତ କୁମାର ବାରିକ, ସଜନ କୁମାର ଅଗ୍ରୱାଲା, ପ୍ରମୋଦ କୁମାର ବାଘ, ଧବଳେଶ୍ୱର ମହାପାତ୍ର ,ରବୀନ୍ଦ୍ର  ପଟ୍ଟନାୟକଙ୍କ ସମେତ ଅନ୍ୟ ସଦସ୍ୟମାନେ ଆଭାସୀ ଜରିଆରେ ଯୋଗଦାନ କରିଥିଲେ l