ରାଜ୍ୟରେ ‘ସାର’ ସଙ୍କଟ ଓ ଚାଷୀଙ୍କୁ ସାର ଯୋଗାଇବା ଦାବିରେ ରାଜଭବନ ଘେରାଉ କରିଥିଲା ବିଜେଡି.

ରାଜ୍ୟରେ ‘ସାର’ ସଙ୍କଟ ଓ ଚାଷୀଙ୍କୁ ସାର ଯୋଗାଇବା ଦାବିରେ ରାଜଭବନ ଘେରାଉ କରିଥିଲା ବିଜେଡି.

ରାଜ୍ୟରେ ‘ସାର’ ସଙ୍କଟ ଓ ଚାଷୀଙ୍କୁ ସାର ଯୋଗାଇବା ଦାବିରେ ରାଜଭବନ ଘେରାଉ କରିଥିଲା ବିଜେଡି । ଗତ କିଛିଦିନ ଧରି ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ଓ ନେତୃତ୍ୱଙ୍କୁ ସିଧାସଳଖ ସମାଲୋଚନାକୁ ନେଇ ଚର୍ଚ୍ଚାରେ ରହିଥିବା ବିଜେଡିର ‘ସାର’ ପାଇଁ ଆନ୍ଦୋଳନରେ ମଧ୍ୟ ଫାଟ ଜଳଜଳ ଦିଶିଛି । ଦଳର ବହୁ ବରିଷ୍ଠ ନେତାଙ୍କ ସମେତ ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡାଙ୍କଠୁ ଆରମ୍ଭ କରି ସ୍ଥାନୀୟ ଜଟଣୀ ଓ ଜୟଦେବ ଦଳୀୟ ବିଧାୟକ, ଏପରିକି ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଅନୁପସ୍ଥିତ ଥିବା ଜଣାପଡ଼ିଛି । ବିଜେଡି ଏହି ଆନ୍ଦୋଳନ ମାଧ୍ୟମରେ ନିଜର ଏକଜୁଟତା ଓ ଦଳରେ ସବୁକିଛି ଠିକ ଅଛି ବୋଲି ଦର୍ଶାଇବାକୁ ପ୍ରୟାସ କରି ବେଶ୍ ହଟହଟ୍ଟା ହୋଇଥିବା ଦଳୀୟ ମହଲରେ ଚର୍ଚ୍ଚା । ସାର ସମସ୍ୟା ପ୍ରସଙ୍ଗରେ ରାଜଭବନ ଘେରାଉ ଓ ବିକ୍ଷୋଭ ବେଳେ ପୁଲିସ ସହ ଧସ୍ତାଧସ୍ତି ହେବାକୁ ମଧ୍ୟ ଦଳୀୟ କର୍ମୀମାନେ ପଛାଇ ନଥିଲେ ।