ରାସ୍ତା ପାଲଟିଛି ମରଣଯନ୍ତା ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ.

ରାସ୍ତା ପାଲଟିଛି ମରଣଯନ୍ତା ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ.

ରାସ୍ତା ପାଲଟିଛି ମରଣଯନ୍ତା ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ ନୟାଗଡ଼ ତା ୯-୧0-୨୦୨୫ ଇକିରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଟିପୁରା ରାସ୍ତା ପାଲଟିଛି ମରଣଯନ୍ତା ହନ୍ତସନ୍ତ ହେଉଛନ୍ତି ଗ୍ରାମ ର ସମସ୍ତ ସ୍କୁଲ କଲେଜ ଛାତ୍ରଛାତ୍ରୀ ଏବଂ ପଥଚାରୀ। ଖାଲଖମା ରାସ୍ତା ଦେଇ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ର ସମ୍ମୁଖିନ ହେଉଛନ୍ତି କୋମଳ ମତୀ ଶିଶୁ l ଅଶରାଏ ବର୍ଷା ହେଲେ ପାଠପଢିବାକୁ ଏବଂ କର୍ମ କ୍ଷେତ୍ର କୁ ଯାତାୟତ ର ଅସୁବିଧା ସମ୍ମୁଖୀନ ହୁଅନ୍ତି । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଅଫିସ୍ କୁ ଅନେକ କର୍ମଚାରୀ ଯାତାୟତ କରିଥାନ୍ତି l ଏବଂ ସାଧାରଣତଃ ଥଣ୍ଡା କାଶ ଜ୍ଵର ହେଲେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ଆମ୍ବୁଲାନ୍ସ ରେ ଯାତାୟତ କରିଥାନ୍ତି l ଉକ୍ତ ରାସ୍ତା ଦେଇ ଗାଡ଼ି ଚାଳକ ରାସ୍ତା ଦେଖି ଆଉ ଆଗକୁ ଜିବାକୁ ପସନ୍ଦ କରୁନାହାଁନ୍ତି l ଯାହାଫଳରେ ହଇରାଣ ହେଉଛନ୍ତି ରୋଗୀ ଏହି ରାସ୍ତା ବିଷୟରେ ବାରମ୍ବାର ଗଣମାଧ୍ୟମ ରେ ଖବର ପ୍ରସାରଣ ହୋଇଥିଲେ ମଧ୍ୟ ଘୋର୍ ନିଦ୍ରାରେ ଶୋଇଛି ଜିଲ୍ଲାପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ। ସେପଟେ ବିଭାଗୀୟ ଅଧିକାରୀ କହୁଛନ୍ତି ଉକ୍ତ ରାସ୍ତା ଟି ଟେଣ୍ଡର ହୋଇଯାଇଛି କିନ୍ତୁ ଉଦବେଗ ର ବିଷୟ କଟ୍ରାକଟର କାହିଁକି କରୁନାହାଁନ୍ତି ଉକ୍ତ ରାସ୍ତା କାମ ! ଦୁଇ ଗ୍ରାମ ବାସୀ କ୍ଷେlଭପ୍ରକାଶ ସହ କହିଛନ୍ତି ଯଦି ଜିଲ୍ଲା ପ୍ରଶାସନ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତାହା ହେଲେଜନ ସାଧାରଣ ରାଜରାସ୍ତାକୁ ଓହ୍ଲାଇବା ସହ ଜିଲ୍ଲାପାଳ ଙ୍କ ଅଫିସ୍ ସାମ୍ନାରେ ଧାରଣା ରେ ବସିବେ l ନୟାଗଡ ରୁ ଜିଲ୍ଲା ପ୍ରତିନିଧି ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର