ତୁମ ସହ ସମକକ୍ଷ ହେବା ପାଇଁ ତୁମ ଭୁଲ କୁ କ୍ଷମା କରିବା ପାଇଁ ମୁଁ ଆଜି ତୁମ ପଥରେ ପଥିକ ହେଇଗଲି

ତୁମ ସହ ସମକକ୍ଷ ହେବା ପାଇଁ ତୁମ ଭୁଲ କୁ କ୍ଷମା କରିବା ପାଇଁ ମୁଁ ଆଜି ତୁମ ପଥରେ ପଥିକ ହେଇଗଲି

ସମକକ୍ଷ...........

ଶେଖର ଘରକୁ ଫେରି ଚୁପଚାପ୍ ବିଛଣାରେ ଗଡ଼ିପଡ଼ିଲେ,ନା ଧୁଆଧୁଇ ହେଲେ,ନା ଚାହା ମାଗିଲେ,ନା କୌଣସି କଥାରେ ଯୁକ୍ତି ବାଢ଼ିଲେ।ସମ୍ପୂର୍ଣ ନୀରବ,ନିଶ୍ଚଳ ପାଲଟି ଯାଇଛନ୍ତି।ସତେକି କେହି ତାଙ୍କ ଅନ୍ତରାତ୍ମା କୁ କୋଠାରଘାତ କରିଛି,ତାଙ୍କ ଆତ୍ମସମ୍ମାନ କୁ ଧିକାର କରିଛି।ତାଙ୍କ ସ୍ୱାଭିମାନ କୁ ପଦାଘାତ କରିଛି।ତାଙ୍କ ବଞ୍ଚିବାର ଆଶା କୁ କ୍ଷୀଣ କରିଦେଇଛି।କିନ୍ତୁ ହେଇଛି କଣ।ସମସ୍ତେ ଆଶ୍ଚର୍ଯ୍ୟ।କିନ୍ତୁ କେହି କିଛି ପଚାରି ପାରୁ ନାହାଁନ୍ତି।କାରଣ ଶେଖର ଏକ ଜିଦ୍ଦିଆ,ଅହଙ୍କାରୀ,ଯାହା ବୁଝିଥିବ ତାହା ସମସ୍ତେ ମାନିବାକୁ ବାଧ୍ୟ।ତାର ଏହି ଗୁଣ ପାଇଁ ସମସ୍ତେ ସବୁବେଳେ ଭାବିଚିନ୍ତି ତା ସହ କଥା ହୁଅନ୍ତି।ଶେଖର କୁ ଯଦି କିଏ ବୁଝେ ସେ ହେଉଛି ମିନି ।ଶେଖର ର ସବୁ ଅହଙ୍କାର,ରାଗ,ଜିଦ୍ଦି କୁ ସେ ହସି ହସି ସହି ନିଏ।କାରଣ ସେ ଜାଣେ ଶେଖର ତା ଇହକାଳ ପରକାଳ ର ସାଥି।ବେଦୀ ରେ ବସି ସାତ ଦୀପ ଆଠ କଳସ , ଦଶ ଦିଗପାଳ,ଅଗ୍ନି କୁ ସାକ୍ଷୀ ରଖି ସେ ଶେଖର ଙ୍କୁ ବିବାହ କରିଛି।ତେଣୁ ସାରା ଜୀବନ ସେ ଶେଖର ଙ୍କ ସମସ୍ତ ଦୋଷ କ୍ଷମା କରିବ ବୋଲି କଥା ଦେଇଛି।ନିଜ ପିତୃପୁରୁଷଙ୍କୁ ଜୀବନ୍ତ ପିଣ୍ଡ ଦେଇଛି ଶେଖର ଙ୍କ ପତ୍ନୀ ହିସାବରେ।ସମାଜର ନୀତି ନିୟମ,ପରିବାର ର ଶୃଙ୍ଖଳା,ସମ୍ପର୍କୀୟ ଙ୍କ ଆଶୀର୍ବାଦ ସବୁ କୁ ଆଦରି ଆଜି ସେ ସୃଗୃହିନୀ।ତେଣୁ ସେ ହିଁ ଶେଖର ଙ୍କ କଣ ହେଇଛି ଜାଣିଥିବ ନହେଲେ ଜାଣିବାକୁ ଚେଷ୍ଟା କରିବ।ସେ ଭରଷା ସମସ୍ତ ପରିବାର ସଦସ୍ୟ ଙ୍କ ଦୃଢୋକ୍ତି ଥିଲା।ତେଣୁ ସମସ୍ତେ ନିଜ ନିଜ କାର୍ଯ ରେ ବ୍ୟସ୍ତ ରହିଲେ।

      କିନ୍ତୁ ଶେଖର ଙ୍କ ମନର ହୁତାଶନ କେହି ପଢ଼ି ପାରିଲେ ନାହିଁ।ସନ୍ଧ୍ୟା ଯାଇ ରାତି ହେଲା।ଖାଇବା ଟେବୁଲ ପାଖରେ ସମସ୍ତେ ଶେଖର କୁ ଅପେକ୍ଷା କରି 

ରହିଲେ।କିନ୍ତୁ ଶେଖର ଆସିଲା ନାହିଁ।ବୋହୂ ବୁଝିବ ଭାବି ସମସ୍ତେ ଚୁପଚାପ୍ ଖାଇ ଚାଲିଗଲେ।ମିନି ବି ସମସ୍ତ କାମ ସାରି ବେଡ ରୁମକୁ ଚାଲି ଆସିଲା।ଶେଖର ସେମିତି ବିଛଣାରେ ପଡି ନିସ୍ତବ୍ଧ ହୋଇ ଛାତ କୁ ଚାହିଁ ରହିଥାଏ।।ମିନି କିନ୍ତୁ ଆଜି ବହୁତ୍ ଖୁସି ଜନପଡୁଥାଏ।ସତେ କି ସେ ତାର ଛାତିରେ ଥିବା ସବୁ ନିନ୍ଦା ଅପବାଦ ଘୃଣା ଦୋଷ ସବୁ ଯେମିତି କାଢି ଦେଇ ହୃଦୟ କୁ ଫାଙ୍କା କରିଦେଇଛି।ଯେମିତି ତା ମନରେ ଆଉ କିଛି ଗ୍ଲାନି ନାହିଁ।କାହା ପ୍ରତି ତାର ଆଉ ଅଭିଯୋଗ ନାହିଁ।ସେ ସାନ୍ତସ୍ନିଗ୍ଧ ଦେବି ପ୍ରତିମା ପରି ତ ଲାଗୁଥାଏ କିନ୍ତୁ କିଛି ବୁଝା ପଡୁ ନଥାଏ।ମିନି ସିଧା ଆସି ଗାଧୁଆ ଘରକୁ ପଳେଇ ଗଲା ଆଉ ସାୱାର ଖୋଲି ବହୁତ୍ ଯୋର୍ ରେ ଚିତ୍କାର କରି କାନ୍ଦୁଥାଏ ଆଉ କହୁଥାଏ ମୁଁ ଆଜି ତୁମ ସମକକ୍ଷ ହେଇଗଲି।ଏବେ ତୁମେ ଯାହା କଲେ ବି ମୋର କୌଣସି ଅଭିଯୋଗ ନାହିଁ,କୌଣସି ଅଧିକାର ବି ନାହିଁ।ତୁମ କୌଣସି କାର୍ଯ ରେ ମୋର ଲଗାମ ଲଗାଇବାର ନାହିଁ।ତୁମେ ସ୍ଵାଧୀନ,ତୁମେ ପୁରୁଷ ତୁମେ କିଛି ବି କରିପାରିବ। ମୁଁ ତୁମ ସମକକ୍ଷ ହେଇଗଲି।

 ମିନି ର କାନ୍ଦ ଶୁଣି ଶେଖର ବି ନିଜ ମୌନ ଭାଙ୍ଗିଲେ ଆଉ ଜୋର୍ ଜୋର୍ କାନ୍ଦିଲେ,ନିଜକୁ ଧିକ୍କାର କଲେ,ନିଜ ମୁଣ୍ଡକୁ କାନ୍ଥରେ ପିଟିଲେ ,ନିଜ ଗାଲରେ ନିଜେ ଚାପୁଡ଼ା ମାରିଲେ,ଶେଖର ଙ୍କ କାନ୍ଦ ଶୁଣି ମିନି ନିଜକୁ ଆୟତ କଲା ନିଜ ମୁହଁକୁ ଭଲରେ ଧୋଇ ପୋଛି ହେଇ ବାହାରକୁ ଧାଇଁ ଆସିଲା।କାରଣ ସିଏ ସବୁ ସହିଯିବ କିନ୍ତୁ ଶେଖର ଙ୍କ ହାର୍ ସହି ପାରିବନି।ଆଉ ପୁଣି ଶେଖର ଙ୍କ ଆଖିରେ ଲୁହ ଆକୁ ତ ସେ କେବେ ବରଦାସ୍ତ କରି ପାରିବନି।ତେଣୁ ସେ ଶେଖର ଙ୍କୁ ନିଜ କୋଳରେ କୋଳେଇ ନେଲା,ଆଉ ନିଜ ଶାଢ଼ୀ କାନିରେ ତାଙ୍କ ଲୁହ ପୋଛିଲା।କଣ ହେଇଛି ପଚାରିବାକୁ ଚାହିଁଲା ବେଳକୁ ଶେଖର କିଛି କହିପାରିଲା ନାହିଁ ଖାଲି କାନ୍ଦିଲା,ନିଜ ହୃଦୟ ର କୋହ କୁ କେତେ ବା ସେ ଚାପି ରଖିଥାନ୍ତା,ଛ ମାସ ହେଇଯିବ ସେ ଯେଉଁ ଯନ୍ତ୍ରଣା ରେ ଛଟପଟ ହେଉଛି ତାର ପରିଣାମ ହେଉଛି ୟେ ଲୁହ।ତେଣୁ ସେ କିଛି କହିବା ପୂର୍ବରୁ ଶେଖର ମିନି କୁ କୁଣ୍ଢେଇ ଧରି ଛୁଆ ଙ୍କ ପରି କଇଁ କଇଁ ହୋଇ କାନ୍ଧିଲା। ମନେ ମନେ ହାତ ଯୋଡ଼ି ମିନି କୁ ଭୁଲ ମାଗିଲା ଆଉ କହିଲା,ମୋତେ କ୍ଷମା କରିବା ପାଇଁ ତୁମେ ଆଜି ଯେଉଁ ପଦକ୍ଷେପ ନେଇଛ ସେଥିପାଇଁ କେବଳ ମୁଁ ଦାୟୀ।ତୁମେ ଆଜି ବି ସତୀ ହେଇ ରହିଯାଇଛ ମୁଁ ପୁଣି ଭୁଲ ପ୍ରମାଣିତ ହେଇଗଲି।ତୁମେ ମୋ ଭୁଲ କୁ କ୍ଷମା କରି ନପାରି ଛମାସ ହେବ ହେଉ କଷ୍ଟରେ ଯନ୍ତ୍ରଣା ରେ ଦିନ କାଟୁଛ ତାହା ମୁଁ ଆଜି ଅନୁଭବ କରୁଛି।ତୁମେ ଯେଉଁ କୋଠା କୁ ଯାଇ ନିଜକୁ ଅସତୀ କରି ମୋ ସହ ସମକକ୍ଷ ହେବାକୁ ଚାହୁଥିଲ ,ଆଉ ନିଜକୁ ଅସତୀ ପ୍ରମାଣ କରି ମୋ ପ୍ରତି ଥିବା ଘୃଣା କୁ ନିପାତ୍ କରି ପୁଣି ଭଲ ପାଇବା ମନରେ ସୃଷ୍ଟି କରିବାକୁ ଚାହୁଁଥିଲ ତାହା ମୁଁ ହୃଦଙ୍ଗମ କରୁଛି,ମତେ କ୍ଷମା କରିଦିଅ।ତୁମେ ଆଜିବି ସେହି ସତୀ।ତୁମେ ମୋ ପତ୍ନୀ,ତୁମକୁ କେହି ଛୁଇଁ ନାହାନ୍ତି।ମୋ ବ୍ୟତୀତ ତୁମେ ଆଉ କାହାର ହେଇନ।ସେ କୋଠାରେ ମାକ୍ସ ପିନ୍ଧି ତୁମ ଦେହ ସହ ଦେହ ମିଶାଇ ସମୟ ବିତାଇ ଥିବା ପୁରୁଷ ମୁଁ ଏକଥା ତୁମେ ଜାଣିନ ମିନି। ତୁମ ନିରବତା ,ତୁମ ବୁକୁଫଟା କାନ୍ଦ ମୁଁ ଅନୁଭବ କରିପାରୁଥିଲି।ନିଜକୁ କଳଙ୍କିନି ସଜେଇ ମତେ କ୍ଷମା କରି ସାରା ଜୀବନ ମୋ ସହ ରହିବା,ନିଜ ଭୁଲ କୁ ମୋ ଭୁଲ ସହ ସମକକ୍ଷ କରି ନିଜକୁ ନିଜେ ଦଣ୍ଡ ଦେବା କେତେ କଷ୍ଟ ତାହା ମୁଁ ଆଜି ଅନୁଭବ କରିପାରୁଛି।ତଥାପି କହୁଛି ତୁମେ ମୋ ସତୀ ଅର୍ଦ୍ଧାଙ୍ଗିନୀ।ତୁମେ ତୁମ ନଜରରେ ଆଜି ଅସତୀ ହେଇଥାଓ,ତୁମେ ମୋ ସମକକ୍ଷ ହୋଇଯାଅ ପଛେ ମୁଁ ଜାଣେ ତୁମେ ମୋ ଅର୍ଦ୍ଧାଙ୍ଗିନୀ।

 ଅବ୍ୟକ୍ତ ନିରବତା ର ନାୟିକା.....

(ଲେଖିକା ସ୍ୱାଗତିକା ମହାଳିକ).............