ପଟ୍ଟାମୁଣ୍ଡାଇ ବିଡ଼ିଓ କାହାକୁ ଖରାପ ବ୍ୟବହାର କରିନାହାନ୍ତି ।

ପଟ୍ଟାମୁଣ୍ଡାଇ ବିଡ଼ିଓ କାହାକୁ ଖରାପ ବ୍ୟବହାର କରିନାହାନ୍ତି ।

ପଟ୍ଟାମୁଣ୍ଡାଇ ବିଡ଼ିଓ କାହାକୁ ଖରାପ ବ୍ୟବହାର କରିନାହାନ୍ତି ।

ଶାସନ ପଞ୍ଚାୟତ ରେ ଷ୍ଟ୍ରୀଟ୍ ଲାଇଟ ଦୁର୍ନୀତି ଘଟଣା


*କନିଷ୍ଠ ଯନ୍ତ୍ରୀଙ୍କ ସଂପୃକ୍ତି ଥିଲେ ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ - ବିଡ଼ିଓ 

 ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ପଞ୍ଚାୟତରେ ଷ୍ଟ୍ରିଟ ଲାଇଟ ଲଗାଇବାରେ ଦୁର୍ନୀତି ହୋଇଥିବା ଅଭିଯୋଗର ବିଭାଗୀୟ ତଦନ୍ତ କରା ଯାଇଛି। ଦୁର୍ନୀତିରେ କନିଷ୍ଠ ଯନ୍ତ୍ରୀଙ୍କ ସଂପୃକ୍ତି ପ୍ରମାଣିତ ହେଲେ ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପଟ୍ଟାମୁଣ୍ଡାଇ ବିଡିଓ । ପଞ୍ଚାୟତବାସୀଙ୍କ ପକ୍ଷରୁ ଷ୍ଟ୍ରୀଟ ଲାଇଟ ଦୁର୍ନୀତିକୁ ନେଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଗତ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଅନଶନ ବିଡ଼ିଓଙ୍କ ହସ୍ତକ୍ଷେପ ଫଳରେ ପ୍ରତ୍ୟାହୃତ ହୋଇଛି ।  ଘଟଣା ଅନୁସାରେ ଶାସନ ଛକରୁ ମାଳିପୁର ମାର୍କେଟ ପର୍ଯ୍ୟନ୍ତ ଅଞ୍ଚଳକୁ ୨୦ଟି ଲାଇଟ ଖୁଣ୍ଟ ମାଧ୍ୟମରେ  ଆଲୋକୀକରଣ କରିବାକୁ ସରକାରଙ୍କ ଯୋଜନା ଥିବାବେଳେ ଏଥିପାଇଁ ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ସରକାରଙ୍କ ତରଫରୁ ୯ଲକ୍ଷ ୭୦ହଜାର ଟଙ୍କା ବ୍ୟୟ କରା ଯାଇଥିଲା । କିନ୍ତୁ ଏଷ୍ଟିମେଟ ହିସାବରେ ପ୍ରକଳ୍ପ ସ୍ଥାନରେ କୌଣସି ଆଲୋକୀକରଣ କାର୍ଯ୍ୟ ଏପରିକି ଲାଇଟ ଖୁଣ୍ଟ ମଧ୍ୟ ଲଗା ନଯାଇ ବ୍ଲକ କନିଷ୍ଠ ଯନ୍ତ୍ରୀ  ରତନେସ ପାଣ୍ଡେଙ୍କ  ନାମରେ ମିଥ୍ୟା ବିଲ କରି ସମୁଦାୟ  ସରକାରୀ ଅନୁଦାନ ଅର୍ଥକୁ କନିଷ୍ଠ ଯନ୍ତ୍ରୀ ହଡପ କରିଥିବା ପଞ୍ଚାୟତବାସୀ ଅଭିଯୋଗ କରିଥିଲେ । ପଞ୍ଚାୟତରେ ହୋଇଥିବା ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟରେ ମଧ୍ୟ ଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ ।  ପଞ୍ଚାୟତବାସୀ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ନିକଟରେ ଲିଖିତ ଅଭିଯୋଗ କରି ତଦନ୍ତ ଦାବି କରିଥିଲେ । ବିଡିଓ ଏକ ତଦନ୍ତ ଟିମ୍ ଗଠନ ମଧ୍ୟ କରିଛନ୍ତି । ତେବେ ଶାସନ ଛକଠାରୁ ମାଳିପୁର ମାର୍କେଟ ପର୍ଯ୍ୟନ୍ତ କୌଣସି ଷ୍ଟ୍ରିଟ ଲାଇଟ୍ ଲାଗିନଥିବା ବିଡିଓ ତାଙ୍କ ତଦନ୍ତ ସମୟରେ ଜାଣିବାକୁ ପାଇ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ ଗତ ମଙ୍ଗଳବାର ସରକାରୀ କାର୍ଯ୍ୟରେ ବିଡିଓ ବାହାରେ ଥିବାରୁ ଅନଶନ ସ୍ଥଳରେ ପହଞ୍ଚି ପାରି ନଥିଲେ । ଆନ୍ଦୋଳନ ଜାରି ରହିଥିବା ଜାଣିବାକୁ ପାଇବା ପରେ ବିଡିଓ ଅପରାହ୍ନରେ ଆନ୍ଦୋଳନକାରୀଙ୍କ ନିକଟରେ ପହଂଚି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥିଲେ । ବିଡ଼ିଓଙ୍କ ସହିତ ପଟ୍ଟାମୁଣ୍ଡାଇ ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ନାୟକ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର , ଅତିରିକ୍ତ ବିଡିଓ ନନ୍ଦିନୀ ଶତପଥୀ ପ୍ରମୁଖ ଆନ୍ଦୋଳନ କାରୀଙ୍କ ସହିତ ଆଲୋଚନା କରିଥିଲେ । ବିଡିଓ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଅନ୍ଧାରରେ ଥିବା ଶାସନ ଛକଠାରୁ ମାଳିପୁର ମାର୍କେଟ ପର୍ଯ୍ୟନ୍ତ ଆଲୋକିକରଣ ବ୍ୟବସ୍ଥା ୩ ମାସ ମଧ୍ୟରେ କରିବା ପାଇଁ ଆନ୍ଦୋଳନକାରୀଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟ ପକ୍ଷରେ କେତେକ ଗୁରୁତ୍ୱପୂର୍ଣ୍ଣ ଘଟଣାର ତଦନ୍ତ ବିଡିଓ ନିଜେ ନିଜଆଡୁ କରିବେ ବୋଲି ସୂଚନା ଦେଇଥିଲେ । ବିଡ଼ିଓଙ୍କ ହସ୍ତକ୍ଷେପ ଫଳରେ ଶାସନ ପଞ୍ଚାୟତ ରେ ଦୀର୍ଘଦିନ ଧରି ଚାଲିଥିବା ସମସ୍ୟାର ସମାଧାନ ହୋଇପାରିଥିବାରୁ ପଞ୍ଚାୟତବାସୀ ବିଡ଼ିଓଙ୍କୁ କୃତଜ୍ଞତା ଜଣାଇଥିଲେ । ଅନ୍ୟ ପକ୍ଷରେ ବିଡିଓ ଙ୍କ ଅଫିସ ଚାମ୍ବର ମଧ୍ୟରେ ଆନ୍ଦୋଳନ କାରୀ ଙ୍କ ଏକ ପ୍ରତନିଧି ମଣ୍ଡଳୀ ସହିତ ବିଡିଓ ଓ ଅନ୍ୟାନ୍ୟ ପଦାଧିକାରୀ ମାନଙ୍କ ଆଲୋଚନା ଚାଲିଥିଲା ବେଳେ କୌଣସି ଅନୁମତି ନ ନେଇ ବିବାଦୀୟ କନିଷ୍ଠ ଯନ୍ତ୍ରୀ ରତ୍ନେଶ୍ ପାଣ୍ଡେ ବିଡିଓ ଙ୍କ ଚାମ୍ବର ମଧ୍ୟକୁ ଧସେଇ ପଶିବା ସହିତ ଅଶୌଜନ୍ୟ ବ୍ୟବହାର କରିବା ଘଟଣାର ବିଡିଓ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଦେବେ ବୋଲି କହିଛନ୍ତି। ଏହି ଘଟଣା ସମ୍ପର୍କରେ ଆନ୍ଦୋଳନ କାରୀ ଙ୍କ ପକ୍ଷରୁ ଲିଖିତ ଭାବେ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଙ୍କୁ ଜଣାଇ ଦିଆଯିବା ସହିତ କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଦାବୀ କରା ଯାଇଛି। ପୁନଶ୍ଚ ଏହି ଘଟଣା ସମ୍ପର୍କରେ ଜିଲ୍ଲାପାଳ ଯଦି ତଥ୍ଯ ମାଗନ୍ତି, ଯାହା ଘଟଣା ଘଟିଥିଲା ଜିଲ୍ଲାପାଳ ଙ୍କୁ ତଥ୍ୟ ପ୍ରଦାନ କରାଯିବ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ କହିଛନ୍ତି। ଅନ୍ୟ ପକ୍ଷରେ ଯଦି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ହୁଏ ପୋଲିସ ସିସି ଟିଭି ଆଧାରରେ ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ବୋଲି ଆଇ ଆଇ ସି ବନ୍ଦନା ପାତ୍ର କହିଛନ୍ତି। ଏହି ଘଟଣା ପାଇଁ ରତନେସ ପାଣ୍ଡେ ଙ୍କ ଅଡୁଆ ବଢ଼ିବାରେ ଲାଗିଥିବା ବେଳେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରା ଯାଇଛି।ପଟ୍ଟାମୁଣ୍ଡାଇ ବିଡ଼ିଓ ନାଁ ଖରାପ ବ୍ୟବହାର ରେ ଯୋଉ ଅଭିଯୋଗ ଆସିଛି ତାହା ସମ୍ପୂର୍ଣ୍ଣ ମିଛ ବୋଲି ପଟ୍ଟାମୁଣ୍ଡାଇ ର ବରିଷ୍ଠ ସାମ୍ବାଦିକ ସାମ୍ବାଦିକ ସଂଘ ର ସଭାପତି ଉପେନ୍ଦ୍ର ନାୟକ ଓ ପଟ୍ଟାମୁଣ୍ଡାଇ ର ସାମ୍ବାଦିକ ସଞ୍ଜୟ ପଣ୍ଡା କହିଛନ୍ତି।