ସାମ୍ବାଦିକ ସମ୍ମିଳନୀ ରେ ଓଡ଼ିଶା କଂଗ୍ରେସ୍ ପ୍ରଭାରୀ ଅଜୟ ଜି ଘୋଷଣା କରିଛନ୍ତି ଓଡ଼ିଶା ବିଧାନ ସଭା ଲୋକ ସଭାକୁ ଆଖି ଆଗରେ ରଖି କଂଗ୍ରେସ୍ ନୂଆ ପ୍ରୋଜେକ୍ଟ ତିଆରି କରିଛି ପ୍ରଗମନ

ଓଡ଼ିଶା ପ୍ରଦେଶ କଂଗ୍ରେସ୍ କାର୍ଯ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ରେ ଓଡ଼ିଶା କଂଗ୍ରେସ୍ ପ୍ରଭାରୀ ଅଜୟ ଜି ଘୋଷଣା କରିଛନ୍ତି ଓଡ଼ିଶା ବିଧାନ ସଭା ଲୋକ ସଭାକୁ ଆଖି ଆଗରେ ରଖି କଂଗ୍ରେସ୍ ନୂଆ ପ୍ରୋଜେକ୍ଟ ତିଆରି କରିଛି ପ୍ରଗମନ ଅର୍ଥାତ୍ ନିଜ ଅଞ୍ଚଳ ର ଆଗ୍ରହୀ ଥିବା ପ୍ରାଥି ବିଧାୟ କିମ୍ବା ସାଂସଦ ପାଇଁ ଅନଲାଇନ ଜରିଆରେ ଆବେଦନ କରିପାରିବେ, କଂଗ୍ରେସ ର ଲୋକ ସେବକ , ବଳିଷ୍ଠ ସଂଗଠକ, ନିର୍ବାଚନ ମଣ୍ଡଳୀରେ ଲୋକ ସମ୍ପର୍କ ଅଛି , ବିଶେଷ କରି କଂଗ୍ରେସ୍ ନେତୃତ୍ବ ନେବାର ସୁଯୋଗ ଓ ବିଧାୟକ, ସାଂସଦ ହେବା ପାଇଁ କଂଗ୍ରେସ୍ ଆହ୍ବାନ କରୁଛି,ଜାତି ଧର୍ମ ନିର୍ବିଶେଷରେ ଏହା ସମସ୍ତେ ଆବେଦନ କରିପାରିବେ, ଭାରତ ବର୍ଷରେ ପ୍ରଥମ ଥର ପାଇଁ ପ୍ରଗମନ ଏଭଳି ଏକ ନୂଆ ପ୍ରୟାସ ଆରମ୍ଭ କରାଯାଇଛି,ଏହି ସାମ୍ୱାଦିକ ସମ୍ମିଳନୀ ରେ ଓଡ଼ିଶା ପ୍ରଭାରୀଙ୍କ ସମେତ ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ, ନେସନାଲ୍ କଂଗ୍ରେସ୍ ର ଇନଚାର୍ଜ ବବିତା ଶର୍ମା ଓ କଂଗ୍ରେସ୍ କର୍ମ କର୍ତ୍ତା ଉପସ୍ଥିତ ଥିଲେ