ଶୌଚାଳୟ ନିର୍ମାଣ ପାଇଁ ଏକ ଲକ୍ଷ,ଏକ ବର୍ଷେ ପରେ ତାହାକୁ ମରାମତି କରିବା ପାଇଁ ବି ଏକ ଲକ୍ଷ ଖର୍ଚ୍ଚ।

ଶୌଚାଳୟ ନିର୍ମାଣ ପାଇଁ ଏକ ଲକ୍ଷ,ଏକ ବର୍ଷେ ପରେ ତାହାକୁ ମରାମତି କରିବା ପାଇଁ ବି ଏକ ଲକ୍ଷ ଖର୍ଚ୍ଚ।

ଶୌଚାଳୟ ନିର୍ମାଣ ପାଇଁ ଏକ ଲକ୍ଷ,ଏକ ବର୍ଷେ ପରେ ତାହାକୁ ମରାମତି କରିବା ପାଇଁ ବି ଏକ ଲକ୍ଷ ଖର୍ଚ୍ଚ। ମାଥିଲି, ୨୨, ୦୯ କଥାରେ ଅଛି ସରକାର କା ମାଲ ଦରିଆ ମେ ଡାଲ।ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନେ ଶୌଚ ହେବା ପାଇଁ ପ୍ରତି ବିଦ୍ୟାଳୟରେ ପଞ୍ଚାୟତ ତରଫରୁ ଏକ ଲକ୍ଷ ଅଟକଳ ବ୍ୟୟ ରେ ଶୌଚାଳୟ ନିର୍ମାଣ ହେଉଛି।ପୁଣି ସେହି ଶୌଚାଳୟକୁ ଏକ ବର୍ଷ ଦେଢ଼ ବର୍ଷ ଭିତରେ ପଞ୍ଚାୟତ ତରଫରୁ ମରାମତି ପାଇଁ ପୁଣି ଏକ ଲକ୍ଷ ଅର୍ଥରେ ମରାମତି ହୋଇଛି।ଏଠି ପ୍ରଶ୍ନ ଉଠୁଛି ନିର୍ମାଣ ପାଇଁ ଲକ୍ଷ ଓ ମରାମତି ପାଇଁ ଲକ୍ଷ ମଞ୍ଜୁର କରିଛନ୍ତି ସମ୍ପୃକ୍ତ କନିଷ୍ଠ ଯନ୍ତ୍ରି।ଶୌଚାଳୟ ମରାମତି ନାଁରେ ଅର୍ଥ ହରି ଲୁଟ ହୋଇଥିବା ଗନ୍ଧ ଜଣାପଡୁଛି। ଏପରି ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମହୁପଦର ପଞ୍ଚାୟତ ଅନ୍ତର୍ଗତ ଗୁରୁଗୁଡା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ରେ ଏପରି ଚିତ୍ର ଦେଖିବାକୁ ମିଳିଛି। ଗୁରୁଗୁଡା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଗତ ବର୍ଷ ପଞ୍ଚାୟତ ତରଫରୁ ଏକ ଲକ୍ଷ ଅର୍ଥ ବ୍ୟୟରେ ଶୌଚାଳୟ ନିର୍ମାଣ ହୋଇଥିବା ବେଳେ ଚଳିତ ବର୍ଷ ସେହି ଶୌଚାଳୟ କୁ ମରାମତି ପାଇଁ ପୁଣି ଏକ ଲକ୍ଷ ମଞ୍ଜୁର କରି ଖାଲି ରଙ୍ଗ ମାରି ଅର୍ଥ ହରିଲୁଟ ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ ହୋଇଛି।ଠିକାଦାର ଓ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଙ୍କ ମଧୁ ଚନ୍ଦ୍ରିକାରେ ଅର୍ଥ ହରିଲୁଟ ହୋଇଥିବା ଜଣାପଡିଛି।ସବୁଠାରୁ ବଡ଼ କଥା ହେଉଛି ଶୌଚାଳୟ ମରାମତି ସମୟରେ ବିଦ୍ୟାଳୟ ଭିତରକୁ ଟ୍ରାକ୍ଟର ପୁରାଇ ବିଦ୍ୟାଳୟ ଗେଟ ଟିକୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦେଇଛି ସମ୍ପୃକ୍ତ ଠିକାଦାର ଜଣକ ବୋଲି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧୀର ପଟ୍ଟନାୟକ ଆମକୁ ଜଣାଇଛନ୍ତି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପଟ୍ଟନାୟକ ଶୌଚାଳୟ ମରାମତି କରୁଥିବା ଠିକାଦାର ଓ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଗେଟ ଟିକୁ ମରାମତି କରିବା ପାଇଁ ବହୁ ବାର କହିବା ପରେ ମଧ୍ୟ କେହି ବି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି।ଆମେ ଡିପିଇପି କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ମହାଳିକ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସେହି ଶୌଚାଳୟ ଆମ ବିଭାଗନୁହେଁ। ପଞ୍ଚାୟତ ତରଫରୁ ବିଦ୍ୟାଳୟ ରେ ନିର୍ମାଣ ହୋଇଛି।ଆମ ପାଖରେ ସମ୍ପୃକ୍ତ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଙ୍କ ମୋବାଇଲ ନମ୍ବର ନଥିବାରୁ ଆମେ ମାଥିଲି ବ୍ଲକ ନିର୍ବାହୀ ଯନ୍ତ୍ରୀ ହୃଦୟ ରଞ୍ଜନ ବାଘ ଙ୍କ ସହିତ ଯୋଗାଯୋଗ କରିବାରୁ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବାଘ ବିଭାଗୀୟ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରି ଘଟଣା ବିଷୟରେ ଜାଣିବା ପାଇଁ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ନିହାର ନାୟକଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା।ଏହି ଶୌଚାଳୟ ମରାମତିରେ ଅର୍ଥ ହଡପ ହୋଇଥିବା ଅଭିଯୋଗ କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଚ ସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର