ବେଧଡ଼କ ଟ୍ରାକ୍ଟରରେ ବୁହା ଚାଲିଛି ଚୋରା ବାଲି ଚାଲାଣ .

ବେଧଡ଼କ ଟ୍ରାକ୍ଟରରେ ବୁହା ଚାଲିଛି ଚୋରା ବାଲି ଚାଲାଣ .

ବେଧଡ଼କ ଟ୍ରାକ୍ଟରରେ ବୁହା ଚାଲିଛି ଚୋରା ବାଲି ଚାଲାଣ ପ୍ରଶାସନ ନିରବ ଦ୍ରଷ୍ଟା. ମାଥିଲି, ୨୨/୦୯/ ବେଧଡ଼କ ଚାଲିଛି ଟ୍ରାକ୍ଟର ରେ ଚୋରା ବାଲି ଚାଲାଣ. ପୂର୍ବରୁ ବାଲି ଘାଟ ଗୁଡିକ ନିଲାମ ଓ କଟକଣା ତହସିଲଦାରଙ୍କ ହାତରେ ଥିଲା ଚୋରା ବାଲି ଚାଲାଣ କୁ ଆରଆଇ ମାନେ ନିଜସ୍ୱ ସର୍କଲ ଭିତରେ ଥିବା ବାଲି ଘାଟ ଜଗିବା ସହିତ ଚୋରା ବାଲି ଚାଲାଣ ରୋକିବା ସହିତ ଯେଉଁ ମାନେ ଚୋରାରେ ବାଲି ଚାଲାଣ କରୁଥିଲେ. ସେହି ଟ୍ରାକ୍ଟର ଗୁଡିକ ବାଲି ବୋଝଇ କୁ ଆରଆଇ ମାନେ ଜବତ କରିବା ସହିତ ରାଜସ୍ବ ଆଦାୟ କରୁଥିଲେ. କିନ୍ତୁ ସରକାର ନିୟମ ପରିବର୍ତ୍ତନ କରି ବାଲି ଘାଟ ଗୁଡିକୁ ରାଜ୍ୟ ଖଣି ବିଭାଗକୁ ହସ୍ତାନ୍ତର କରିବା ପରେ ବାଲି ମାଫିଆ ମାନେ ଏବେ ବେଧଡ଼କ ଚୋରା ବାଲି ଚାଲାଣ କରିବାରେ ସଫଳ ହେଉଛନ୍ତି. ଚୋରା ବାଲି ଚାଲାଣ କୁ ରୋକିବାରେ ସକ୍ଷମ ହେଉ ନାହିଁ ଜିଲ୍ଲା ଖଣି ବିଭାଗ ଯାହା ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଛି ଖଣି ବିଭାଗ. ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଉପାନ୍ତ ମାଲକାନଗିରି ମାଥିଲି ବ୍ଲକ କୁଟୁଣୀପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କାଦପଦର ଗ୍ରାମ ନିକଟରେ ଥିବା କିର୍ଚ୍ଚି ନଦୀରୁ ବାଲି ମାଫିଆ ମାନେ ଟ୍ରାକ୍ଟର ମାଧ୍ୟମରେ ବେଧଡ଼କ ଚୋରା ବାଲି ଚାଲାଣ କରୁଛି.ଯାହା ଦ୍ୱାରା ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଛି. ବାଲି ମାଫିଆ ମାନେ ଚୋରା ବାଲି ଚାଲାଣ କରି ମାଲାମାଲ ହେଉଛନ୍ତି.ବିଶେଷ କରି ବାଲି ମାଫିଆ ମାନେ ଯେଉଁ କିର୍ଚ୍ଚି ନଦୀରୁ ବାଲି ଉଠାଉଛନ୍ତି ତାହାର ମାତ୍ର ଦଶ ପୁଟ ଦୂରରେ ଥିବା କିର୍ଚ୍ଚି ନଦୀ ଉପରେ ଏକ ସେତୁ ମଧ୍ୟ ରହିଛି. ବାଲି ଉଠିବା ଦ୍ୱାରା ସେତୁଟି କମ୍‌ଯୋର ହେଉଛି ବୋଲି ବହୁ ବୁଦ୍ଧିଯିବି ମାନେ ମତ ପ୍ରକାଶ କରିଛନ୍ତି. ଜିଲ୍ଲା ଖଣି ବିଭାଗ ଓ ତଦାରଖ କରିବା ପାଇଁ ତହସିଲଦାର ମାନଙ୍କୁ ଦାୟିତ୍ୱ ଦିଆଯାଇଛି. କିନ୍ତୁ ଦୁଇ ବିଭାଗ ସବୁ ଜାଣି ଆକ୍ଷୀରେ ଅନ୍ଧ ପୁଟୁଳି ବାନ୍ଧି ବସି ରହିଛି. ବାଲି ମାଫିଆ ମାନେ ରାଜସ୍ବ ଫାଙ୍କି ମାଲାମାଲ ହେଉଛନ୍ତି. ଏହାକୁ ଯଦି ଜିଲ୍ଲା ଖଣି ବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନନେବେ ତାହେଲେ ଜିଲ୍ଲା ଖଣି ବିଭାଗ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଇବ ବୋଲି ଅନୁମାନ କରାଯାଉଛି. ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର