ସଭାପତି ସୀତାଂଶୁ ଦ୍ୱିବେଦୀ ତଥା ଅଭିଯୁ୍‌କ୍ତ ରାଜା ଚକ୍ରଙ୍କ ଓକିଲଙ୍କ ବକ୍ତବ୍ୟ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ .

ସଭାପତି ସୀତାଂଶୁ ଦ୍ୱିବେଦୀ ତଥା ଅଭିଯୁ୍‌କ୍ତ ରାଜା ଚକ୍ରଙ୍କ ଓକିଲଙ୍କ ବକ୍ତବ୍ୟ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ .

ସତ୍ୟ ପାଇଁ ଲଢ଼େଇ କରି ପ୍ରକୃତ ସତ୍ୟ ଲୋକଲୋଚନଙ୍କୁ ଆଣନ୍ତି ବୋଲି ଜନସାଧାରଣଙ୍କର ବିଶ୍ୱାସ ରହିଛି। ମାତ୍ର ଆଜି ଦୈନକ ଖବକାଗଜ “ସମ୍ବାଦ” ଓ “ସମାଜ”ରେ ପ୍ରକାଶିତ ରାଜ୍ୟ ଆଇନସେବା ପରିଷଦ ସଭାପତି ସୀତାଂଶୁ ଦ୍ୱିବେଦୀ ତଥା ଅଭିଯୁ୍‌କ୍ତ ରାଜା ଚକ୍ରଙ୍କ ଓକିଲଙ୍କ ବକ୍ତବ୍ୟ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ। ଏଥିରେ କୌଣସି ସତ୍ୟତା ନାହିଁ। ଏହା କେବଳ ନିଜ କ୍ଲାଇଂଟକୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ। ଏଭଳି ମନଗଢ଼ା ଖବରପ୍ରକାଶ ପାଇବା ଦ୍ୱାରା ଖବରକାଗଜର ବିଶ୍ୱାସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛିି ।

 ଗଣମାଧ୍ୟମରେ ସତ୍ୟ କଥା ଉପସ୍ଥାପନ କରାଯିବ ବୋଲି ଆମର ଆଶା ଥିଲା। ମାତ୍ର ଗଣାମାଧ୍ୟମ କେବଳ ବକ୍ତବ୍ୟ ଉପସ୍ଥାପନ କରିବାର ଦାୟିତ୍ୱ ନେଇ ଭାରତୀୟ ଜନତାପାର୍ଟିର ରାଜ୍ୟ ସଭାପତି ଓ ଭାରତୀୟ ଜନତା ପାର୍ଟିର ଯେଉଁ ଛବି ରହିଛି, ତାହାକୁ ନଷ୍ଟ କରିବାକୁ ଉଦ୍ୟମ କରିଛି। ଏହା ଆଦୌ କ୍ଷମଣୀୟ ନୁହେଁଁ। ଗଣମାଧ୍ୟମରେ ସତ୍ୟର ଉପସ୍ଥାପନ ହେବା ଦରକାର। ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମଭାବେ ବିଭିନ୍ନ ସୂତ୍ରରୁ ଯାଂଚ କରିବାର ଯେଉଁ ପୁରୁଣା ବ୍ୟବସ୍ଥା ରହିଛି ତାହାକୁ ବ୍ୟବହାର କରାଯିବା ଉଚିତ ଥିଲା। ମାତ୍ର କୌଣସି ପରୀକ୍ଷାନିରୀକ୍ଷା ନ କରି ଏଭଳି ଦାୟିତ୍ୱହୀନ ଖବର ପରିବେଷଣ କରିବା ଅତ୍ୟନ୍ତ ନିନ୍ଦନୀୟ। ଅପରପକ୍ଷେ ରାଜ୍ୟ ଆଇନସେବା ପରିଷଦ ସଭାପତି ଭାବେ ନା ଅଭିଯୁକ୍ତ ରାଜା ଚକ୍ରଙ୍କ ଓକିଲ ଭାବେ ଦ୍ୱିବେଦୀ ଏଭଳି କାର୍ଯ୍ୟ କରିଛନ୍ତି ସେନେଇ ସନ୍ଦେହଜାତ ହୋଇଛି। ତାଙ୍କର ବକ୍ତବ୍ୟ ସମ୍ପୂର୍ଣ୍ଣ ଆଇନଜୀବୀ ସମୂହର ଛବିକୁ କଳୁଷିତ କରିଛି। ଏହି ତ୍ରୁଟି ପାଇଁ ଗଣମାଧ୍ୟମ ପକ୍ଷରୁ ଅବା ଅଭିଯୁକ୍ତ ରାଜା ଚକ୍ରଙ୍କ ଓକିଲ ପକ୍ଷରୁ ହେଉ ଦ୍ୱିବେଦୀ ତୁରନ୍ତ କ୍ଷମା ପାର୍ଥନା କରନ୍ତୁ । -ରାଜ୍ୟ BJP Odisha  ବରିଷ୍ଠ ମୁଖପାତ୍ର ଶ୍ରୀ Sajjan Sharm