ସମ୍ପୂର୍ଣ୍ଣ ମଦମୁକ୍ତ ଓଡ଼ିଶା ଦାବି କରି ତ୍ରିରଙ୍ଗା ଯାତ୍ରା ର ଆଜି ତୃତୀୟ ଦିବସ।

ସମ୍ପୂର୍ଣ୍ଣ ମଦମୁକ୍ତ ଓଡ଼ିଶା ଦାବି କରି ତ୍ରିରଙ୍ଗା ଯାତ୍ରା ର ଆଜି ତୃତୀୟ ଦିବସ।

ସମ୍ପୂର୍ଣ୍ଣ ମଦମୁକ୍ତ ଓଡ଼ିଶା ଦାବି କରି ତ୍ରିରଙ୍ଗା ଯାତ୍ରା ର ଆଜି ତୃତୀୟ ଦିବସ। -------------------------------------------- ଭୁବନେଶ୍ୱର,୧୪/୬: କ୍ଷମତାସୀନ ବିଜେପି ସରକାର ନିଜର ଦୁଇବର୍ଷ ପୂର୍ତ୍ତୀ ଉତ୍ସବ ପାଳନ କରୁଥିବା ବେଳେ ରାଜ୍ୟକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି କୁ ଭୁଲିଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୪ ସାଧାରଣ ନିର୍ବାଚନ ସମୟରେ ବିଜେପି ପକ୍ଷରୁ ଜାରି କରାଯାଇଥିବା ସଙ୍କଳ୍ପପତ୍ରରେ ଓଡିଶାକୁ ମଦମୁକ୍ତ ରାଜ୍ୟ କରିବା ପାଇଁ ଘୋଷଣା କରିଥିଲା। ଓଡ଼ିଶାକୁ ମଦମୁକ୍ତ କରିବା ପରିବର୍ତ୍ତେ ଓଡ଼ିଶାରେ ବିଜେପି ସରକାର ମଦ ପ୍ରସାରଣ କାର୍ଯ୍ୟରେ ମାତିଛନ୍ତି। ଏହାର ପ୍ରତିବାଦ କରି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ( ମୋନା) ତୁରନ୍ତ ରାଜ୍ୟ ସରକାର ନିଜର ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରି ଓଡିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ ପାଇଁ ସରକାରଙ୍କ ନିକଟରେ କ୍ରମାଗତ ଭାବେ ଦାବି କରିଆସୁଛି।ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଚଳିତ ୧୨ ଜୁନ ଠାରୁ ଆରମ୍ଭ ହୋଇଥିବା ଏହି ତ୍ରିରଙ୍ଗା ଯାତ୍ରା ଅପରାହ୍ନ ୫ ଟା ରୁ ଆରମ୍ଭ ହୋଇ ଆଜି ତୃତୀୟ ଦିବସରେ ପହଞ୍ଚିଛି।ସମ୍ପୂର୍ଣ୍ଣ ନିଶା ନିବାରଣ ଆଇନର ପ୍ରଣେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତୀ ଠାରୁ ଆରମ୍ଭ ହୋଇଥିବା ତ୍ରିରଙ୍ଗା ଯାତ୍ରା ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା। ସରକାର ଓଡିଶାକୁ ମଦମୁକ୍ତ ରାଜ୍ୟ ଘୋଷଣା କରିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ତ୍ରିରଙ୍ଗା ଯାତ୍ରା ଜାରି ରହିବ ବୋଲି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତୃତୀୟ ଦିନର ଏହି ତ୍ରିରଙ୍ଗା ଯାତ୍ରାରେ ମଧୁସୂଦନ ଯାଦବ, ଦୁର୍ଗାପ୍ରସାଦ ସାହୁ,ସୁଶ୍ରୀ ବନପ୍ରଭା, ରାଜଶ୍ରୀ ବିଶ୍ବାଳ ପ୍ରମୁଖ ନେତୃତ୍ୱ ନେଇଥିଲା ବେଳେ ମୋନା ର ସଭାପତି ପଦ୍ମଚରଣ ନାୟକ, ଦୁର୍ଗାପ୍ରସାଦ ଦାସ,ଅରୁଣ କୁମାର ସ୍ବାଇଁ, ଶୁଭେନ୍ଦୁ ରାଉତରାୟ, ବିଶ୍ବଜିତ ମହାନ୍ତି, ସ୍ନେହାଂଶୁ ଜେନା ପ୍ରମୁଖ ତ୍ରିରଙ୍ଗା ଯାତ୍ରୀମାନଙ୍କୁ ସହାୟତା କରିଥିଲେ। ଶୁଭେନ୍ଦୁ ରାଉତରାୟ କାର୍ଯ୍ୟାଳୟ ସମ୍ପାଦକ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଫୋନ -9437107427