ଗଞ୍ଜେଇ ଚୋରା ଚାଲାଣ ପାଇଁ ଗଞ୍ଜେଇ ମାଫିଆ ଙ୍କ ଅଭିନବ ପ୍ରୟାସ I

ଗଞ୍ଜେଇ ଚୋରା ଚାଲାଣ ପାଇଁ ଗଞ୍ଜେଇ ମାଫିଆ ଙ୍କ ଅଭିନବ ପ୍ରୟାସ I

ଗଞ୍ଜେଇ ଚୋରା ଚାଲାଣ ପାଇଁ ଗଞ୍ଜେଇ ମାଫିଆ ଙ୍କ ଅଭିନବ ପ୍ରୟାସ 
 ପୋଲିସ ହାବୁଡ଼ରେ ପଡିଲେ ଗଞ୍ଜେଇ ମାଫିଆ 
 ୧୩କ୍ୱିଣ୍ଟାଲ ୮୫ କେଜି ଗଂଜେଇ ସହ ୨ ଗିରଫ 

ବୌଦ୍ଧ:୨୯/୫(ରବିନ୍ଦ୍ର ପଟ୍ଟନାୟକ) ଗଞ୍ଜେଇ ର ଭୂସ୍ବର୍ଗ ପଲଟିଲାଣି ବୌଦ୍ଧ ଜିଲ୍ଲା।
ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଲେଣି ଗଞ୍ଜେଇ ଚୋରା ଚାଲାଣ ଓ ବ୍ୟବସାୟ ପାଇଁ । ଏଭଳି ଏକ ଅଭିନବ ପ୍ରୟାସ କରି ଆଜି ଫେଲ ମାରିଛନ୍ତି ଗଞ୍ଜେଇ ମାଫିଆ , ବୌଦ୍ଧ ଜିଲ୍ଲା କଣ୍ଟାମାଲ ପୋଲିସ ହାବୁଡ଼ରେ ପଡ଼ିଲେ ଗଞ୍ଜେଇ ମାଫିଆ ।ମିଳିଥବା ସୂଚନା ଅନୁସାରେ ଏକ କୋଇଲା ବୋଝେଇ ଟ୍ରକ ଭିତରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରୁଥିବା ବେଳେ ମାଡି ବସିଲା କଣ୍ଟାମାଳ ପୋଲିସ ।  ଟ୍ରକ ଟି କନ୍ଧମାଳ ଜିଲ୍ଲାରୁ ଆସୁଥିବା ବେଳେ ବିଶେଷ ସୁତ୍ରୁରୁ ଖବରପାଇ  କଣ୍ଟାମାଳ ଉଦୟପୁର ଛକ ନିକଟରେ  ପୋଲିସ ଟ୍ରକ କୁ ଜବତ କରିଥିବା ନେଇ ସୂଚନା ଦେଇଛନ୍ତି କଣ୍ଟାମାଲ ଥାନା ଅଧିକାରୀ । ଆଜି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଏକ JCB ସାହାଯ୍ୟରେ କୋଇଲା ଖାଲି କରି ଗଞ୍ଜେଇ କଢା ଚାଲିଥିଲା ଓ ଉକ୍ତ ଟ୍ରକ ରୁ ୧୩.୮୫ କ୍ୱିଣ୍ଟାଲ ଗଂଜେଇ ବାହାରିଥିଲା । ଏହି ମାମଲାରେ ୨ଜଣଙ୍କୁ ଗିରଫ କରିଥିବା ସୂଚନା ରହିଥିବା ବେଳେ ଅନ୍ୟପଟେ ଏତେ ପରିମାଣରେ ଗଞ୍ଜେଇ ଟ୍ରକ  କେଉଁଠାରୁ କେଉଁଠିକି ଚାଲାଣ ହେଉଥିଲା ଓ ଏହାର ମାଷ୍ଟର ମାଇଣ୍ଡ କିଏ ଓ କେଉଁମାନେ ଏହି ଗଞ୍ଜେଇ ଚାଲାଣ ପଛରେ ଅଛନ୍ତି ତାହାର ତଦନ୍ତ ଚାଲିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।