ସୁରେନ୍ଦ୍ର ମଳିକଙ୍କୁ ସହାୟତାର ହାତ ବଢ଼ାଇଲା ଶ୍ରୀ ସତ୍ୟ ନାରାୟଣ.

ସୁରେନ୍ଦ୍ର ମଳିକଙ୍କୁ ସହାୟତାର ହାତ ବଢ଼ାଇଲା ଶ୍ରୀ ସତ୍ୟ ନାରାୟଣ.

ସୁରେନ୍ଦ୍ର ମଳିକଙ୍କୁ ସହାୟତାର ହାତ ବଢ଼ାଇଲା ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ ଆଳି ଆଳି ୨୮/୯ /୨୫ କେନ୍ଦ୍ରାପଡ଼ା ଜିଲ୍ଲା,ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ଗ୍ରାମର ସୁରେନ୍ଦ୍ର ମଳିକ(୪୫) ଙ୍କର ଦୀର୍ଘ ଦଶ ବର୍ଷ ହେବ ଶ୍ଵାସ ରୋଗରେ ଆକ୍ରାନ୍ତ ହୋଇ କଟକ SCB ମେଡ଼ିକାଲରେ ଚିକିତ୍ସା ହେଉଥିଲେ।ଏବେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଅହଲ୍ୟା ହସ୍ପିଟାଲରେ ଆଡମିସନ୍ ଅଛନ୍ତି।ଡାକ୍ତରଙ୍କ କହିବା ଅନୁସାରେ ସୁରେନ୍ଦ୍ରଙ୍କ ଫୁସଫୁସ୍ ଖରାପ ହୋଇଯାଇଛି,ଏଥି ନିମନ୍ତେ ଅନେକ ଅର୍ଥର ଆବଶ୍ୟକ ଅଛି। ସୁରେନ୍ଦ୍ର ଜଣେ ଗରିବ ଓ ଦିନ ମଜୁରିଆ ଅଟନ୍ତି,ଘରେ ତାଙ୍କର ସ୍ତ୍ରୀ ଓ ଦୁଇ ଝିଅ,ଗୋଟେ ଦଶ ବର୍ଷର ପୁଅ ପରିବାରରେ କହିଲେ କେହି ରୋଜଗାର କ୍ଷମ ନାହାନ୍ତି ତାଙ୍କ ପାଖରେ ଅର୍ଥ ଅଭାବରୁ ବର୍ତ୍ତମାନ ସ୍ତ୍ରୀ କୁନ୍ତଳା ମଳିକ ସ୍ଵାମୀଙ୍କୁ ହସ୍ପିଟାଲରେ ଏକା ଛାଡି ନିଜ ଗାଁ ରେ ସ୍ଵାମୀ ଙ୍କ ଚିକିତ୍ସା ନିମନ୍ତେ ବଦାନ୍ୟ ବ୍ୟକ୍ତି ମାନଙ୍କୁ ବୁଲି,ବୁଲି ସାହାଯ୍ୟ ମାଗୁଛନ୍ତି l ଏପଟେ ଘରେ ଛୋଟଛୋଟ ଛୁଆଙ୍କୁ ଏକା ଛାଡି ଗାଁରୁ ମେଡିକାଲ ଯିବାକୁ ପଡୁଛି।ଓଳିଏ ଖାଇଲେ ଓଳିଏ ଉପାସ ପିଲାମାନଙ୍କ ପାଠ ପଢାରେ ବି ବାଧାବିଘ୍ନ ଉପୁଜୁଛି।ନୁଆଁଣିଆ ଚାଳ ଘରଟିଏ ଛପର ହୋଇନାହିଁ।ଖରା ବର୍ଷା ସେଇ ଭିତରେ ୫ପ୍ରାଣୀ କୁଟୁମ୍ବ ବସବାସ କରୁଛନ୍ତି। ଏହି ଦୁଃଖଦ ଖବର ଗଣମାଧ୍ୟମରେ ପ୍ରସାରିତ ହେବାରୁ ଆଳି ବ୍ଲକ୍ ଅନ୍ତର୍ଗତ ପତ୍ରପୁର ଗ୍ରାମର ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ ପରିବାର ତାଙ୍କର ଏଭଳି ଏକ ଦୁଃଖଦ ଖବର ଶୁଣିବାପରେ ସେଠାରେ ଯାଇ ଭଲମନ୍ଦ ସମସ୍ୟା ବିଷୟରେ ପଚାରି ବୁଝି।ଓଡ଼ିଶାର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟର ସଭାପତି ଚନ୍ଦନ କୁମାର ମହାରଣାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ସଦସ୍ୟାମାନେ ଆଜି ସୁରେନ୍ଦ୍ର ମଳିକଙ୍କ ଘରେ ପହଞ୍ଚି ତାଙ୍କ ମେଡିକାଲ୍ ଚିକିତ୍ସା ନିମନ୍ତେ ତାଙ୍କ ସ୍ତ୍ରୀ କୁନ୍ତଳା ମଳିକଙ୍କୁ ନଗଦ ୫,୦୦୦(ପାଞ୍ଚହଜାର) ଟଙ୍କା ସାହାଯ୍ୟ କରିଛନ୍ତିl ଆଜିର ଏହି ଦୁଃଖଦ ସମସ୍ୟାରେ ଭାଗିଦାର ହୋଇ, ଟ୍ରଷ୍ଟର ସଭାପତି ଚନ୍ଦନ କୁମାର ମହାରଣା, ସେକ୍ରେଟାରୀ ପ୍ରଦ୍ୟୁମ୍ନ ରାଉତ,ଶିଶିର କୁମାର ସେନ୍,ରଜତ ରଞ୍ଜନ ବେହୁରା,ସୌମ୍ୟରଞ୍ଜନ ସାହୁ,ବାସୁଦେବ ସେଠୀ,ଲକ୍ଷ୍ମୀଧର ବେହେରା,ବାସୁଦେବ ସ୍ବାଇଁ, ଅମର କୁମାର ମଳିକ,ଚିନ୍ମୟୀ ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ।ଏବଂ ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ ତରଫରୁ ସରକାରୀ, ବେସରକାରୀ ଏବଂ ଅନ୍ୟ ସ୍ବେଛାସେବୀ ଅନୁଷ୍ଠାନମାନଙ୍କୁ ଓ ସମସ୍ତ ବଦାନ୍ୟ ବ୍ୟକ୍ତି ବିଶେଷଙ୍କୁ ବିନୀତ ଅନୁରୋଧ କରି କହିଛନ୍ତି, ଏହି ଅସହାୟ କୁନ୍ତଳା ମଳିକ ସ୍ଵାମୀ ସୁରେନ୍ଦ୍ରଙ୍କ ମେଡ଼ିକାଲ ଚିକିତ୍ସା ଓ ପିଲାମାନଙ୍କ ପାଠ ପଢା ପାଇଁ ଯଦି ସରକାରୀ ସ୍ତରରେ କିମ୍ବା କୌଣସି ସହୃଦୟ ବ୍ୟକ୍ତି ବିଶେଷ କିଛି କିଛି ଆର୍ଥିକ ସାହାଯ୍ୟର ହାତ ବଢାନ୍ତେ ।ତେବେ ଏହି ଗରିବ ପରିବାର ମୁହଁରେ ଟିକେ ହସ ଫୁଟିବା ସହିତ ସୁରେନ୍ଦ୍ର ଏ କଷ୍ଟ ଯନ୍ତ୍ରଣାରୁ ଟିକେ ମୁକ୍ତି ପାଇ ପାରନ୍ତେl ଏଭଳି ଏକ ମହତ୍ ସେବା କାର୍ଯ୍ୟ ଦେଖି ଶୁଣି ସ୍ଥାନୀୟ ବାସିନ୍ଦା ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ ପରିବାରଙ୍କୁ ଭୂରିଭୂରି ପ୍ରଶଂସା ମଧ୍ୟ କରିଥିଲେ l