ସେପ୍ଟେମ୍ବର ୭ରେ ଲାଗିବାକୁ ଯାଉଛି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ

ସେପ୍ଟେମ୍ବର ୭ରେ ଲାଗିବାକୁ ଯାଉଛି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ

ସେପ୍ଟେମ୍ବର ୭ରେ ଲାଗିବାକୁ ଯାଉଛି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଜ୍ୟୋତିଷ ଶାସ୍ତ୍ର ଏବଂ ଧାର୍ମିକ ବିଶ୍ୱାସ ଦୃଷ୍ଟିରୁ ବିଶେଷ ମହତ୍ତ୍ୱ ବହନ କରେ ଚନ୍ଦ୍ର ଗ୍ରହଣ । ୨୦୨୫ ମସିହାରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ମଧ୍ୟ ଏହାର ପ୍ରଭାବ ପକାଇବ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ । ଯାହାକୁ ବ୍ଲଡ୍‌ ମୁନ୍‌ ନାମରେ ଜଣାଯିବ । ଏଥିସହିତ ଯେଉଁଦିନ ଚନ୍ଦ୍ରଗ୍ରହଣ ଲାଗିବ ସେହି ଦିନଠୁ ପିତୃପକ୍ଷ ଆରମ୍ଭ ହେଉଛି । ଏହି ଗ୍ରହଣ ରାତି ୯ଟା ୫୭ରୁ ଆରମ୍ଭ ହୋଇ ୧ ଟା୨୬ ପର୍ୟ୍ୟନ୍ତ ରହିବ । ଭାରତୀୟ ପରମ୍ପରା ଅନୁଯାୟୀ, ଗ୍ରହଣ ପରେ କିଛି ନିର୍ଦ୍ଦିଷ୍ଟ କାର୍ୟ୍ୟ କରିବା ଶୁଭ ବୋଲି ବିବେଚନା କରାଯାଏ । ଏହି କାର୍ୟ୍ୟଗୁଡ଼ିକ ମଧ୍ୟରୁ ଦାନ କରିବା ଅନ୍ୟତମ । ଯାହା ଅତ୍ୟନ୍ତ ପୁଣ୍ୟଦାୟକ ବୋଲି ବିଶ୍ୱାସ କରାଯାଏ । ମାନ୍ୟତା ରହିଛି ଯେ ଗ୍ରହଣ ପରେ ଦାନ କରିବା ଦ୍ୱାରା ନକାରାତ୍ମକ ପ୍ରଭାବ କମିଯାଏ ଏବଂ ଶୁଭ ଫଳ ପ୍ରାପ୍ତ ହୁଏ ।