ସ୍ବାଭିମାନ ଅଞ୍ଚଳରେ ଶିକ୍ଷକ ସାଜିଛନ୍ତି ଠିକାଦାର ନିମ୍ନ ମାନର କାର୍ଯ୍ୟକୁ ନେଇ ଅଭିଯୋଗ .

ସ୍ବାଭିମାନ ଅଞ୍ଚଳରେ ଶିକ୍ଷକ ସାଜିଛନ୍ତି ଠିକାଦାର ନିମ୍ନ ମାନର କାର୍ଯ୍ୟକୁ ନେଇ ଅଭିଯୋଗ
ପୂର୍ବରୁ ଦୁର୍ଗମ ଅଞ୍ଚଳର ଲୋକେ ଶିକ୍ଷା କଣ ଜାଣି ନ ଥିଲେ , ସେଥିପାଇଁ ଗତ କିଛି ବର୍ଷ ହେବ ଗାଁ ଗାଁ ରେ ବିଦ୍ୟାଳୟ ସ୍ଥାପିତ ହେବା ଦ୍ଵାରା ଶିକ୍ଷା ପ୍ରତି ଆଗ୍ରହ ବଢିବାରେ ଲାଗିଛି ଛାତ୍ରଛାତ୍ରୀଙ୍କ । ଘର ଓ ଜମି କାର୍ଯ୍ୟ ଛାଡି ବର୍ତମାନ ସ୍କୁଲ ମୁହାଁ ରେ ଲାଗିଲେଣି ପିଲାମାନେ । କିନ୍ତୁ ସ୍ଵାଭିମାନ ଅଞ୍ଚଳ ଆଦିବାସୀ ଅଞ୍ଚଳ ହେବା ଦ୍ଵାରା କିଛି ଶିକ୍ଷକ ଏଠାକାର ଲୋକଙ୍କ ନିରୀହତା ର ଫାଇଦା ଉଠେଇବାରେ ବ୍ୟସ୍ତ । ଶିକ୍ଷକତା ଆଳରେ କରୁଛନ୍ତି ଠିକାଦାର କାର୍ଯ୍ୟା ଯାହାର ଉଦାହରଣ ସ୍ଵରୂପ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ଵାଭିମାନ ଅଞ୍ଚଳର ଗାଜଲମାମୁଡି ଗାଁରେ । ଏହି ଗାଁର ପ୍ରଧାନ ଶିକ୍ଷକ ନିଜେ କରୁଛନ୍ତି ନୂତନ ବିଦ୍ୟାଳୟ ଗୃହ । ଏହି ସ୍କୁଲ ଗୃହ ଟେଣ୍ଡର କରାଯାଇଥିଵ ସ୍ଥାନୀୟ ସରପଞ୍ଚ ଅଭିଯୋଗ କରିଥିବା ବେଳେ, ଏଠାକାର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଜଣକ ଏହି କାମ କେମିତି କରୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅନ୍ୟ ପଟେ ନିମ୍ନ ମାନର ଜିନିଷ ରେ ନିର୍ମାଣ କରାଯାଉଛି ସ୍କୁଲ ଗୃହା ସ୍ଥାନୀୟ କାଦୁଅ ପଟୁ ବାଲି ଓ ହାତ ବାଡ଼ିଆ ଗୋଡ଼ି ବ୍ୟବହାର କରାଯାଇ ଚାଲିଛି ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ । କେବଳ ଏତିକି ନୁହେଁ, ଏହାସହ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ରେ ଶ୍ରମିକ ଭାବେ କାମ କରୁଥିବା ଗାଁର କିଛି ମହିଳାଙ୍କୁ ପାରିଶ୍ରମିକ ମଧ୍ଯ ସ୍ୱଳ୍ପ ପରିମାଣର ଦିଆଯାଉଛି । ରାଜ୍ୟ ସରକାର ମୁଣ୍ଡ ପିଛା ଦୈନିକ ମଜୁରି ୨୫୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ୨୦୦ ଟଙ୍କା ଦୈନିକ ମଜୁରି ରେ ଗୃହ ନିର୍ମାଣ କାର୍ଯ୍ୟ କରାଉଛନ୍ତି ପ୍ରଧାନ ଶିକ୍ଷକ ଜଣକ ୨୦୦ ଟଙ୍କା ମଜୁରି ଆମ ପରିବାର ପାଇଁ ଯଥେଷ୍ଠ ହୋଇ ପାରୁ ନଥିବା ବେଳେ, ଠିକାଦାର ଜଣକ ୨୫୦ ଟଙ୍କା ଦୈନିକ ମଜୁରି ଦେବାକୁ ପ୍ରସ୍ତୁତ ନଥିବା କଥା କହିଛନ୍ତି ଗାଁ ମହିଁଳା ମାନେ । ନିମ୍ନ ମାନର କାର୍ଯ୍ୟ
ଓ ସ୍ଵଳ୍ପ ପାରିଶ୍ରମିକ ପାଇଁ ଅଭିଯୋଗ କରିବାରୁ ପ୍ରଧାନ ଶିକ୍ଷକ ବନାମ ଠିକାଦାର ଜଣକ କର୍ଣ୍ଣପାତ କରୁନଥିବା କହିଛନ୍ତି ସରପଞ୍ଚ । ତେବେ ଶିକ୍ଷକଙ୍କୁ ଏଠାରେ ଶିକ୍ଷା ଦାନ ନିମନ୍ତେ ନିଯୁକ୍ତି କରାଯାଇଛି ନା ଠିକାଦାର ଭାବେ ନିଜ ଆମଦାନୀ ବଢ଼ାଇବା ର ଖୋରାକ ଯୋଗାଇ ଦେଉଛି ତାହାକୁ ନେଇ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଦୁର୍ଗମ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ହେଲେ, ଏହିଭଳି ଠିକା ସଂସ୍ଥାରେ ଜଡିତ ଥିବା ଶିକ୍ଷକଙ୍କ ପ୍ରତି କେବେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବା ପାଇଁ ଗ୍ରାମବାସୀ ମାନେ ଅପେକ୍ଷା କରିଛନ୍ତି।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର