ନିମ୍ନ ମାନର କାମ ଯୋଗୁଁ ଭୁଷୁଡି ପଡ଼ିଲା ଖୋର୍ଦ୍ଧା ବଲାଙ୍ଗୀର ନିର୍ମାଣାଧୀନ ରେଳ ଟନେଲ .

ନିମ୍ନ ମାନର କାମ ଯୋଗୁଁ ଭୁଷୁଡି ପଡ଼ିଲା ଖୋର୍ଦ୍ଧା ବଲାଙ୍ଗୀର ନିର୍ମାଣାଧୀନ ରେଳ ଟନେଲ .
ବୌଦ୍ଧ:୨୬/୫ (ନିପ୍ର) ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ଖୁବ ଯୋର ରେ ଚାଲିଥିବାବେଳେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିମ୍ନ ମାନର କାମ ଯୋଗୁଁ ଭୁଷୁଡି ପଡ଼ିଥିବା ୫ କିମି ଦୂରତା ବିଶିଷ୍ଟ ଓଡ଼ିଶାର ସର୍ବ ବୃହତ୍ତମ ରେଳ ଟନେଲ । ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ର ବୌଦ୍ଧ ଜିଲ୍ଲା ଆଡ଼େଣିଗଡ଼ ନିକଟରେ ନିର୍ମାଣ ଧିନ ରେଳ ଟନେଲ ଭୁଷୁଡି ପଡିଛି। ହାରାହାରି ୩୦ ମିଟର ଗୋଲେଇର ଏକ ଗର୍ତ୍ତ ସୃଷ୍ଟି ହୋଇଛି, ଟନେଲ ଭିତରେ କେତେଜଣ ଶ୍ରମିକ କାମ କରୁଥିଲେ ଏବଂ ସେମାନଙ୍କୁ ଉଦ୍ଧାର କରାଗଲା ନା ନାହିଁ ତାହା ସ୍ପଷ୍ଟ କରୁନାହିଁ ସମ୍ପୃକ୍ତ ଠିକସଂସ୍ଥା । ଟନେଲ କାମ ହାତକୁ ନେଇଥିବା ଜିଆଇ ଆର ଏଲ ଠିକା ସଂସ୍ଥା, ଘଟିଥିବା ବଡ଼ ଅଘଟଣ କୁ ଚପାଇବା ପାଇଁ ଠିକା କମ୍ପାନୀ ଉଦ୍ୟମ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।