ହିଂସା ଛାଡ଼ିଲେ, ସ୍ବାବଲମ୍ବୀ ହେଲେ I
ହିଂସା ଛାଡ଼ିଲେ, ସ୍ବାବଲମ୍ବୀ ହେଲେ I
ମାଲକାନଗିରି, ୩୦/୧୧ : ମାଲକାନଗିରି-ଆନ୍ଧ୍ର-ଛତିଶଗଡ଼ର ଲାଲ କରିଡରରେ କାମ କରୁଥିବା ମାଓବାଦୀଙ୍କ ଜୀବନଶୈଳୀ ଆତ୍ମସମର୍ପଣ ପରେ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। ହିଂସା ଛାଡ଼ି ଅହିଂସା ପଥକୁ ବାଛିବା ପରେ ସ୍ବାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇଛନ୍ତି ପୂର୍ବତନ ମାଓନେତା। ୨୦୦୩ରୁ ୨୦୨୪ ମଧ୍ୟରେ ୧୦୪ କ୍ୟାଡର ମାଓବାଦୀ
ଆତ୍ମସମର୍ପଣ ପରେ ବଦଳିଗଲା ମାଓ ନେତାଙ୍କ ଜୀବନ
ଆତ୍ମସମର୍ପଣ କରିଥିବା ବେଳେ ସମସ୍ତଙ୍କୁ ସ୍ବାବଲମ୍ବୀ କରିବାକୁ ତାଲିମ ଦେଇ ଥଇଥାନ କରିଛି ମାଲକାନଗିରି ପୁଲିସ ଏବେ ବି ଓଡ଼ିଶାର କିଛି କ୍ୟାଡର ଛତିଶଗଡ଼ରେ ସକ୍ରିୟ ଥିବାରୁ ମୁଖ୍ୟସ୍ରୋତକୁ ଫେରିବା ପାଇଁ ଅପିଲ କରିଛନ୍ତି ମାଲକାନଗିରି ଏସ୍ପି ବିନୋଦ ପାଟିଲା ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କ ପ୍ରାଦୁର୍ଭାବ କମିଥିବା ବେଳେ ଆତ୍ମସମର୍ପଣ କରିଥିବା ମାଓବାଦୀ
ଆତ୍ମନିର୍ଭରଶୀଳ ହୋଇ ପରିବାର ସହ ବେଶ ଖୁସିରେ ଅଛନ୍ତି। ମୁଖ୍ୟସ୍ରୋତକୁ ଫେରି ନଥିଲେ ପୁଲିସ ଏନ୍କାଉଣ୍ଟରରେ ଜୀବନ ଯାଇଥାନ୍ତା ବୋଲି ଆତ୍ମସମର୍ପଣକାରୀ ମାଓ ନେତା କହିଛନ୍ତି।
ଉଦାହରଣ ଭାବେ ଦୁର୍ଦାନ୍ତ ନକ୍ସଲ ରାମ କବାସୀଙ୍କ ଜୀବନଶୈଳୀକୁ ନିଆଯାଇପାରେ। ଦିନ ଥିଲା ରାମ ମାଓ ସଂଗଠନର ଡିସିଏମ୍ କ୍ୟାଡର ଭାବେ ଜଙ୍ଗଲରେ ଆତଙ୍କ ଖେଳାଉଥିଲେ। ଏକେ-୪୭ ବନ୍ଧୁକ ଧରି ୨୦୦୨ରୁ ୨୦୧୭ ମସିହା ପର୍ଯ୍ୟନ୍ତ ସକ୍ରିୟ ଥିଲେ ।
ମହିଳା ମାଓବାଦୀ ଲଳିତାଙ୍କ ସହ ପ୍ରେମ ସମ୍ପର୍କ ଓ ପରେ ବିବାହ ପରେ ୨୦୧୭ରେ ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ରାମ ଏବେ ଅଟୋ ଚଳାଉଥିବା ବେଳେ ପତ୍ନୀ ଲଳିତା ଛାତ୍ରାବାସରେ ରୋଷେୟା ଭାବେ କାମ କରୁଛନ୍ତି। ହାର୍ଡକୋର ମାଓନେତା ତଥା ଡିଭିଜିନାଲ୍ କମିଟି ମେମ୍ବର ଶୁକଦେବ ୨୦୧୬ରେ ଆତ୍ମସମର୍ପଣ କରିବା ପରେ ଏବେ କାଲିମେଳା ଲ୍ୟାମ୍ପସ୍ ସଭାପତି ଭାବେ କାର୍ଯ୍ୟ ତୁଲାଉଛନ୍ତି। ସ୍ବାଭିମାନ ଅଞ୍ଚଳର ଦୁର୍ଦାନ୍ତ ମାଓ ନେତା ସୁଧୀର ଏବେ ମାଲକାନଗିରି ରକ୍ତଭଣ୍ଡାରରେ କାମ କରୁଛନ୍ତି। ରାମ, ଶୁକଦେବ ଓ ସୁଧୀରଙ୍କ ଭଳି ଅନ୍ୟ ୬ ମହିଳା ମାଓବାଦୀ ସୋନି ମାଡ଼କାମୀ, ମାଳତୀ କାବାସୀ, କୌଶଲ୍ୟା ଖିଲ, ଆଡ଼ମା ମାଡ଼କାମୀ, ରାଜେ କୁଞ୍ଜାମି, ସଂଗୀତା ଖରା, ବୁଦ୍ରି ଗୋଲରି, ସୁକାନ୍ତି ମାଢ଼ୀ, ଗୀତା କୁଞ୍ଜାମି ଏବେ ଜିଲ୍ଲା ଆଦିବାସୀ ଉନ୍ନୟନ ବିଭାଗର ଅନ୍ଵେଷା ଛାତ୍ରାବାସରେ ରୋଷେୟା ଭାବେ କାମ କରୁଛନ୍ତି। ଆତ୍ମସମର୍ପଣ ପରେ ଶାନ୍ତି ଜୀବନ ସାଙ୍ଗକୁ ପାରିଶ୍ରମିକ ପାଇ ବେଶ୍ ଖୁସିରେ ଥିବା ଏମାନେ ପ୍ରକାଶ କରିଛନ୍ତି।
ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର



