ଭିତରକନିକା ଜାତୀୟ ଉଦ୍ୟାନ ପରିଦର୍ଶନ କଲେ ଡେରାଡୁନର ଏସଏଫ ଏସ ପ୍ରଶିକ୍ଷାର୍ଥୀ।
ଭିତରକନିକା ଜାତୀୟ ଉଦ୍ୟାନ ପରିଦର୍ଶନ କଲେ ଡେରାଡୁନର ଏସଏଫ ଏସ ପ୍ରଶିକ୍ଷାର୍ଥୀ।
ରାଜନଗର -୨୮.୧୦.୨୦୨୫ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନଖଣ୍ଡ ଅଧୀନସ୍ଥ ଜାତୀୟ ଉଦ୍ୟାନ ଭିତରକନିକାକୁ ଡେରାଡୁନର ୨୮ଜଣ ସେଣ୍ଟ୍ରାଲ ଏକାଡେମୀ ଫର୍ ଷ୍ଟେଟ ଫରେଷ୍ଟ ସର୍ଭିସ୍ ର ପ୍ରଶିକ୍ଷାର୍ଥୀ ରବିବାର ଦିନ ପରିଦର୍ଶନରେ ଆସି ଫେରିଯାଇଛନ୍ତି। ଏହି ଅବସରରେ ପ୍ରଶିକ୍ଷାର୍ଥୀଙ୍କୁ ବଉଳା କୁମ୍ଭୀର,ଲୁଣା ଜଙ୍ଗଲ ଏବଂ ଏହାର ଜୈବ ବିବିଧତା ସମ୍ବନ୍ଧରେ ରାଜନଗର ବନଖଣ୍ଡ ଅଧିକାରୀ ଶ୍ରୀ ବର୍ଦ୍ଧ ରାଜ ଗାଓଁକର, ଏସିଏଫ୍ ମାନସ କୁମାର ଦାସ ଓ ରିସର୍ଚ୍ଚ
ଆସିଷ୍ଟାଣ୍ଡ ଶ୍ରୀ ପ୍ରସନ୍ନ କୁମାର ନାୟକଙ୍କ ଠାରୁ ପୁଙ୍ଖାନୁପୁଙ୍ଖ ଜ୍ଞାନ ଆହରଣ କରିଛନ୍ତି।ଏହି କାର୍ଯ୍ୟକ୍ରମ ସକାଳ ୧୦ରୁ ଅପରାହ୍ନ ୫ଘଟିକା ପର୍ଯ୍ୟନ୍ତ ଚାଲିଥିଲା।ଭିତରକନିକାର ପରିବେଶ ଓ ମନୋରମ ଦୃଶ୍ୟ ମୁଗ୍ଧ କରିଥିଲା ପ୍ରଶିକ୍ଷାର୍ଥୀଙ୍କୁ। ବିଶ୍ୱଜିତ ପଣ୍ଡା, ଆଜିର ବିଶେଷ ଖବର।



