୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୮୦୦୦ ରୁ ଉର୍ଦ୍ଧ ସଦସ୍ୟତା କରିବା ପାଇଁ ସଂକଳ୍ପ ନେଇଛି ଏବିଭିପି ବୌଦ୍ଧ
ବୌଦ୍ଧ:୨୬/୫(ନିପ୍ର) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଷ୍ଟ୍ର ପ୍ରଥମ ଭାବନା ରଖି ଏବଂ ଛାତ୍ରଶକ୍ତି ରାଷ୍ଟ୍ରଶକ୍ତି ନାରାରେ ବିଶ୍ୱାସ କରି କାର୍ଯ୍ୟ କରୁଥିବା ବିଶ୍ଵର ସବୁଠାରୁ ବଡ଼ ଛାତ୍ର ସଂଗଠନ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏବିଭିପି ୧୯୪୯ ମସିହା ଜୁଲାଇ ୯ ତାରିଖ ରୁ ଆରମ୍ଭ ହୋଇ ଆଜି ଯାଏଁ ଅନବରତ ରାଷ୍ଟ୍ର ହିତରେ ଏବଂ ଛାତ୍ର ମାନଙ୍କ ହିତରେ କାମ କରୁଅଛି । ଏବିଭିପିର ପ୍ରତିବର୍ଷ ସଦସ୍ୟତା ଅଭିଯାନ ହୋଇଥାଏ ଏବଂ ତାର ସଦସ୍ୟତା ରୁ ହିଁ କହିଥାଏ ବିଶ୍ଵର ସବୁଠୁ ବଡ ଛାତ୍ର ସଂଗଠନ । ପ୍ରତି ବର୍ଷ ଭଳି ଏହି ଶିକ୍ଷା ବର୍ଷରେ ମଧ୍ୟ ସଦସ୍ୟତା ଅଭିଯାନ ଜୁନ ମାସରୁ ଆରମ୍ଭ ହୋଇଯିବ । ଏପ୍ରିଲ ମାସରେ ୨୫-୨୬ ତାରିଖରେ କୋରାପୁଟ ଠାରେ ହେଇଥିବା ପ୍ରାନ୍ତ ଓ ସମୀକ୍ଷା ଯୋଜନା ବୈଠକରେ ୨୦୨୬-୨୭ ଶିକ୍ଷା ବର୍ଷରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ରେ ତଥା ଓଡ଼ିଶା ପଶ୍ଚିମର ୧୪ ଟି ସାଂଗଠନିକ ଜିଲ୍ଲାରେ ୧ ଲକ୍ଷ ସଦସ୍ୟତା କରିବାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।ଏହି ଶିକ୍ଷା ବର୍ଷରେ ଏବିଭିପି ସଂପୂଣ୍ଣ ଭାବରେ ଛାତ୍ର ସଂସଦ ନିର୍ବାଚନ ଲଢିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି , ଓଡ଼ିଶା ପଶ୍ଚିମ ପ୍ରାନ୍ତ ରେ ୩୩୧ଟି ମହାବିଦ୍ୟାଳୟ ଓ ୭ଟି ବିଶ୍ଵବିଦ୍ୟାଳୟ ଶାଖା ଏବଂ ପ୍ରତି ବ୍ଲକ ମୁଖ୍ୟାଳୟରେ ତଥା ୧୧୮ଟି ସ୍ଥାନରେ ନଗର ଶାଖା ଘୋଷଣା କରିବ, ସେହିପରି ବୌଦ୍ଧ ଜିଲ୍ଲା ରେ ୫ ଟି ନଗର ଶାଖା ଏବଂ ୩୪ ଟି କ୍ୟାମ୍ପସ ଶାଖା ଘୋଷଣା ଓ ୮୦୦୦ ରୁ ଉର୍ଦ୍ଧ ସଦସ୍ୟତା କରିବାର ମଧ୍ୟ ଲକ୍ଷ୍ୟ ରଖିଛି ।
ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସଂଯୋଜକ ତଥା ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତ୍ୟୁଷ ରଞ୍ଜନ ଦାନୀ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସେବକ ସିଂହ ଓ ଏହି ଦିବ୍ୟ ଜ୍ୟୋତିମୟ ବେହେରା ଏହି ସାମ୍ବାଦିକ ସମ୍ମିଳନୀ ଉପସ୍ଥିତ ଥିଲେ।


admin 
