୨୭ରେ ଝାରସୁଗୁଡା ଆସୁଛନ୍ତି ପ୍ରଧାନମନ୍ତ୍ରୀ:

୨୭ରେ ଝାରସୁଗୁଡା ଆସୁଛନ୍ତି ପ୍ରଧାନମନ୍ତ୍ରୀ:

୨୭ରେ ଝାରସୁଗୁଡା ଆସୁଛନ୍ତି ପ୍ରଧାନମନ୍ତ୍ରୀ: ପଡିଆ ପରିଦର୍ଶନ କଲେ ସୁରେଶ ଓ ମନମୋହନ--- ସମ୍ବଲପୁର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୨୭ ତାରିଖରେ ଓଡିଶା ଗସ୍ତରେ ଆସୁଥିବା ବେଳେ ବ୍ରହ୍ମପୁର ଠାରେ ସରକାରୀ କାର‌୍ୟ୍ୟକ୍ରମରେ ଯୋଗ ଦେବାର ସୂଚନା ମିଳିଥିଲା । ହେଲେ ଲଘୁଚାପ ଜନିତ ବର୍ଷା ଓ ପାଗ ଖରାପ ରହିବାର ପାଣିପାଗ ବିଭାଗ ତରଫରୁ ଆକଳନ କରାଯାଇଥିବାରୁ ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି  । ମୋଦୀ ୨୭ ତାରିଖରେ ଝାରସୁଗୁଡାକୁ ଆସିବେ ବୋଲି ଜଣାପଡିଛି । ରବିବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ରାଜ୍ୟ ସଚିବ ମାନସ ମହାନ୍ତି ସମ୍ବଲପୁର ଗସ୍ତରେ ଆସିଥିବା ବେଳେ ଅପରାହ୍ନରେ ଝାରସୁଗୁଡା ଗସ୍ତରେ ଯାଇଥିଲେ । ଝାରସୁଗୁଡାରେ ରାଜ୍ୟ ସଭାପତି ଶ୍ରୀ ସାମଲ, ରାଜ୍ୟ ଉପ ସଭାପତି ତଥା ପୁର୍ବତନ ବିଧାୟକ ନାଉରୀ ନାଏକ, ଝାରସୁଗୁଡା  ବିଧାୟକ ଟଙ୍କଧର ତ୍ରିପାଠୀ, ସମୀର ରଞ୍ଜନ ବାବୁ, ସୁଶାନ୍ତ ପୁରୋହିତ ଙ୍କ ସମେତ ଜିଲା ପ୍ରଶାସନର ଅଧିକାରୀ ଓ ବିଜେପି କାର‌୍ୟ୍ୟକର୍ତ୍ତାମାନଙ୍କ ସହିତ ବୈଠକ କରି ଆଲୋଚନା କରିଛନ୍ତି । ଏଥିସହ ଝାରସୁଗୁଡା ବିମାନବନ୍ଦର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ପଡିଆରେ ଜନତାଙ୍କୁ ସମ୍ବୋଧନ କରିବେ, ଉକ୍ତ ପଡିଆକୁ ମଧ୍ୟ ରାଜ୍ୟ ସଭାପତି ପରିଦର୍ଶନ କରିଥିଲେ