୫ ମାଓବାଦୀ ଗିରଫ, ବିପୁଳ ବିସ୍ଫୋରକ ଜବତ

୫ ମାଓବାଦୀ ଗିରଫ, ବିପୁଳ ବିସ୍ଫୋରକ ଜବତ
ମାଲକାନଗିରି, ତା:-୨୫/୦୬ ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଯବାନମାନେ ୫ ମାଓବାଦୀଙ୍କୁ ମଙ୍ଗଳବାର ଦିନ ଗିରଫ ସହ ବିପୁଳ ବିସ୍ଫୋରକ ଜବତ କରିଛନ୍ତି। ଗିରଫମାନେ ହେଲେ ସଞ୍ଜୟ ମାରପାଲି, କମଲୁ ଓରଫ କାଲାମୁ ପୁନେମ, କୋସା ଭୋଗମ, କୋସା ତାମୋ ଓ ସୋନାଧର ପୋଡିୟମ୍। ସୂଚନା ଅନୁଯାୟୀ, ବିଜାପୁର ଜିଲା ମଦେଡ, ଏବଂ ଗଙ୍ଗାଲୁର ଜଙ୍ଗଲାରେ ଯବାନଙ୍କ ତଲାସି ବେଳେ ଉକ୍ତ ୫ ମାଓବାଦୀଙ୍କୁ ଗିରଫ କରାଯାଇଛି I ଏମାନଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀ, ପୋଷାକ ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଛି। ଏମାନେ ପୂର୍ବରୁ ବୋମା ବିସ୍ଫୋରଣ, ହତ୍ୟା ଓ ରାସ୍ତା ଖୋଳିବା ଭଳି ବିଭିନ୍ନ ହିଂସାରେ ଜଡ଼ିତ ଥିବା ସୂଚନା ରହିଛି । ଏହାପରେ ଅଞ୍ଚଳରେ ଯବାନଙ୍କ ପକ୍ଷରୁ ତଲାସି ଅଭିଯାନକୁ ଜୋରଦାର କରି ଦିଆଯାଇଥିବା କହିଚନ୍ତି ଜିଲ୍ଳା ଏସପି ।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର