ପ୍ରଶାସନର ଉଦାସୀନତା ଏବଂ ସେଆକାରୀ ପାଣ୍ଠିର ଅପବ୍ୟବହାରର ପ୍ରତୀକ ପାଲଟିଛି ଡେକ୍ରାଜୋଡ଼ି ପର୍ଯ୍ୟଟନ ସ୍ଥଳୀ ।

ପ୍ରଶାସନର ଉଦାସୀନତା ଏବଂ ସେଆକାରୀ ପାଣ୍ଠିର ଅପବ୍ୟବହାରର ପ୍ରତୀକ ପାଲଟିଛି ଡେକ୍ରାଜୋଡ଼ି ପର୍ଯ୍ୟଟନ ସ୍ଥଳୀ ।
ମାଲକାନଗିରି ତା ୨୫/୦୬ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭେଜାଙ୍ଗୱାଡା ପଞ୍ଚାୟତ ଅନ୍ତର୍ଗତ ଡେକ୍ରାଜୋଡ଼ି ପର୍ଯ୍ୟଟନ ସ୍ଥଳୀ।ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଏହି ସ୍ଥାନଟି କେତେ ଅବହେଳାର ଶିକାର ହେଉଛି। ବିକାଶ ନାମରେ ବିନାଶଏହି ପର୍ଯ୍ୟଟନ ସ୍ଥଳୀରେ ସିମେଣ୍ଟ ଦ୍ୱାରା ନିର୍ମିତ ଡାଇନୋସର ଏବଂ ଜେବ୍ରା ବିଭିନ୍ନ ପ୍ରକାର ସରଞ୍ଜାମ ଅର୍ଦ୍ଧଭଗ୍ନ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳୁଛି। ପ୍ରଶାସନର ଅବହେଳାରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହି ଦୃଶ୍ୟ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ଭେଜଙ୍ଗିୱାଡ଼ା ପଞ୍ଚାୟତର ପଲ୍ଲୁଗୁଡ଼ା ଗ୍ରାମ ପାର୍ଶ୍ୱରେ ଥିବା ଡେକ୍ରାଜୋଡ଼ି ପର୍ଯ୍ୟଟନ ସ୍ଥଳୀର । ଏଠାରେ ଭରପୁର ପ୍ରକୃତିର ସୈଦ୍ୟାର୍ଯ୍ୟ ଗଛ, ଲତା, ଝରଣା, ପାହାଡ଼, ପର୍ବତରେ ଘେରିରହିଥିବା ସତ୍ତ୍ବେ ସରକାର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାର ବଡ଼ ଦାବି କରୁଛନ୍ତି, ଅନ୍ୟପଟେ ବିଦ୍ୟମାନ ସ୍ଥାନଗୁଡ଼ିକର ଅବସ୍ଥା ଏହିପରି ଏହି ଚିତ୍ରରେ ଦେଖା ଯାଉଥିବା ଭଙ୍ଗା ଡାଇନୋସର ଏବଂ ଜେବ୍ରା ଏବଂ ପ୍ରକୃତି କେବଳ ପିଲାମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇ ନଥାନ୍ତା ବରଂ ପର୍ଯ୍ୟଟକ ମାନଙ୍କୁ ମଧ୍ୟ ଆକର୍ଷିତ କରିଥାନ୍ତା। ଆଜି ଏହି ସ୍ଥାନ ପ୍ରଶାସନର ଉଦାସୀନତା ଏବଂ ସରକାରୀ ପାଣ୍ଠିର ଅପବ୍ୟବହାରର ପ୍ରତୀକ ପାଲଟିଛନ୍ତି।ଏହା କେବଳ ଏକ ଭଙ୍ଗା ଷ୍ଟାଚୁ ଓ ପ୍ରକୃତିର ବିଷୟରେ ନୁହେଁ, ଏହା ଏକ ମାନସିକତାକୁ ପ୍ରତିଫଳିତ କରେ ଯେଉଁଠାରେ ରକ୍ଷଣାବେକ୍ଷଣ ଏବଂ ଉନ୍ନତିକୁ କୌଣସି ପ୍ରାଥମିକତା ଦିଆଯାଏ ନାହିଁ। ତେବେ ପ୍ରଶାସନଠାରୁ ଜାଣିବାକୁ ଚାହେଁ ଯେ ଏହି ଷ୍ଟାଚୁ ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଅର୍ଥ ଆସିଛି କି? ଯଦି ଅର୍ଥ ମଞ୍ଜୁର ହୋଇଥିବ ତେବେ ଆବଣ୍ଟିତ ଅର୍ଥର କ'ଣ ହୋଇଛି। କାହାକୁ ଦାୟୀ କରାଯିବ। ଗୋଟିଏପଟେ ଯେତେବେଳେ ଏପରି ସ୍ଥାନ ଗୁଡ଼ିକ ଅବହେଳାର ଶିକାର ହେଉଛନ୍ତି, ଏପରି ପରିସ୍ଥିତିରେ, ଆଗାମୀ ଦିନରେ କେଉଁ ପର୍ଯ୍ୟଟକ ଆସିବେ ଏହି ସ୍ଥାନକୁ ତେବେ ସ୍ଥାନୀୟ ବାସୀଙ୍କ ତରଫରୁ ଦାବି କରାଯାଇଛି ଯେ, ଜିଲ୍ଲା ପ୍ରଶାସନ ତୁରନ୍ତ ସମସ୍ତ କ୍ଷତିଗ୍ରସ୍ତ ଷ୍ଟାଚୁର ମରାମତି ଏବଂ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରାଯିବା ଓ ଏଥିପ୍ରତି ଅବହେଳା କରୁଥିବା ଅଧିକାରୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଏହି ନିର୍ଜୀବ ଷ୍ଟାଚୁମାନଙ୍କୁ ଦେଖିଲେ ମନେହୁଏ ଯେପରି ସେମାନେ ମଧ୍ୟ ପ୍ରଶାସନର ଅବହେଳା ପାଇଁ ଯୋଜନା ପ୍ରସ୍ତୁତ କରାଜିବା ପାଇଁ ଦାବି କରିଛନ୍ତି ।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର