ଆଶାକିରଣ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ରେ ସତ୍ୟନଗର ଲେଡିଜ୍ ଫୋରମ୍ ଓ ମଣିପାଲ୍ ହସ୍ପିଟାଲ୍ର ସହଯୋଗରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଆଶାକିରଣ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ରେ ସତ୍ୟନଗର ଲେଡିଜ୍ ଫୋରମ୍ ଓ ମଣିପାଲ୍ ହସ୍ପିଟାଲ୍ର ସହଯୋଗରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାୟ ଦୁଇ ଶହ ନର୍ସିଂ ଛାତ୍ରୀ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ମଣିପାଲ୍ ହସ୍ପିଟାଲ୍ର ଗାଇନୋଲୋଜିଷ୍ଟ ଡକ୍ଟର ଭାରତ ଭୂଷଣ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ହେପାଟାଇଟିସ୍ ରୋଗ ବିଷୟରେ ବିଶଦ ଭାବରେ ବୁଝାଇଥିଲେ। ଛାତ୍ରୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଡକ୍ଟର ଭାରତ ଭୂଷଣ ବେଶ୍ ସୁନ୍ଦର ଭାବରେ ଦେଇଥିଲେ।
ଏହି ଅବସରରେ ସତ୍ୟନଗର ଲେଡିଜ୍ ଫୋରମ୍ର ସଦସ୍ୟା ଦୀପ୍ତି ବେହେରା, କିରଣ ବାଳା ମିଶ୍ର ଏବଂ ଶର୍ମିଷ୍ଠା କର ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଆଶାକିରଣ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ର ଡାଏରେକ୍ଟର କମ୍ ସେକ୍ରେଟାରୀ, ପ୍ରିନ୍ସିପାଲ୍ ଓ ଡାଏରେକ୍ଟର ସହଯୋଗର ହାତ ବଢ଼ାଇଥିଲେ।
ସମ୍ପାଦିକା, ସତ୍ୟନଗର ଲେଡିଜ୍ ଫୋରମ୍, ଅନୁରାଧା ଦାଶ।


admin 
