ଅବସରକାଳୀନ ସମ୍ବର୍ଦ୍ଧନା ସଭା,
ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଔପଦା ଡିଗୀର କଲେଜ ର
ଅଧ୍ୟକ୍ଷ ମୋହନ ଚରଣ ସାହୁଙ୍କ ସଭାପତିତ୍ୱରେ ମହାବିଦ୍ୟାଳୟ ପରିସରରେ ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଥିଲା.ସଭାର ମୁଖ୍ୟ ଆକର୍ଷଣ ପ୍ରାକ୍ତନ ଅଧ୍ୟକ୍ଷ ତଥା ଓଡ଼ିଆ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ କମଳାକାନ୍ତ ଦାସ ଆଜିର ଦିନରେ ଅବସର ନେଇଥିଲେ. ବସ୍ତୁତଃ ଶ୍ରୀଯୁକ୍ତ ଦାସ ସରକାର ଅନୁଦାନ ପ୍ରାପ୍ତ +3 ର ପ୍ରଥମ ଅଧ୍ୟକ୍ଷ ଥିଲେ. ତାଙ୍କ ସହାୟତାରେ ସ୍ନାତକ ବିଭାଗ ଗଢିଉଠିଥିବା ଶ୍ମଶIନ ଭୂମି ସୁଦୀର୍ଘ ଅଟ୍ଟାଳିକା ରେ ପରିଣତ ହୋଇପାରିଥିଲା.
ମହାବିଦ୍ୟାଳୟରେ ସମ୍ମାନ ଖୋଲିବା ରାସ୍ତା ନିର୍ମାଣ କୋଠାଘର ନିର୍ମାଣ ଆଦି ଅନେକ କାର୍ଯ୍ୟକ୍ରମ ତାଙ୍କର ଅତୁଳନୀୟ ଅବଦାନ.କଲେଜର ବିକାଶ ଓ ଶିକ୍ଷାର ବିକାଶ ହୋଇଛି, ଆଜି ଏକ ଶୋକାକୂଳ ପରିବେଶ ରେ ମହାବିଦ୍ୟାଳୟର ପ୍ରଧ୍ୟାପକ ପ୍ରାଧ୍ୟାପିକା ଦ୍ୱାରିକାନାଥ ସତପଥୀ (ସଂସ୍କୃତ )ପୂର୍ଣଚନ୍ଦ୍ର ନାୟକ( ଅର୍ଥନୀତି) ହରିହର ପଣ୍ଡା (ରାଜନୀତି) ଲଷ୍ମୀନାରାୟଣ ଦାସ( ଶିକ୍ଷI )ମଳୟ କୁମାର ବେହେରା (ଇଂରାଜୀ) ବନୀଷା ମୁଦୁଲି (ଓଡ଼ିଆ )ସବିତା ମହାରଣା (ଇତିହାସ) ପୁଷ୍ପାଞ୍ଜଳି ବିଶ୍ୱାଳ (ରାଜନୀତି )ଗୀତାରାଣୀ ବେହେରା (ଇଂରାଜୀ) ପ୍ରଭାସିନୀ ବେହେରା( ଶିକ୍ଷା) ରଂଜିତା ପଲାଇ (ଶିକ୍ଷI )ଏମ ମନୋଜ (କ୍ରୀଡା )ତଥା ମୁକ୍ତିକାନ୍ତ ଦାସ (ପାଠାଗାର ରକ୍ଷକ )ଘନଶ୍ୟାମ ପ୍ରଧାନ (କିରାଣୀ) ବରେନ୍ଦ୍ର ଦୀକ୍ଷିତ( କିରାଣୀ )ଜିତେନ୍ଦ୍ର ରାଉତ( ଡି ଇ ଓ )ବିଚିତ୍ରାନନ୍ଦ ପରିଡା ରମେଶ ବିଶ୍ୱାଳ ମମତIରIଣୀ ଦାସ ଅନାଦି ଧଳ ପ୍ରମୁଖ ଉପସ୍ଥିତ ରହି ଦୀର୍ଘ 32 ବର୍ଷର ଅଭୁଲା ଦିନକୁ ସ୍ମୃତିଚାରଣ କରିଥିଲେ.ବର୍ତମାନ ର ଛାତ୍ର ଓ ଛାତ୍ରୀ ମଧ୍ୟରେ ବିଦାୟକାଳୀନ ସଭାରେ ଦୁଃଖ ଓ ଶୋକାକୁଳ ଦେଖିବାକୁ ମିଳିଛି, ଏବଂ ସର୍ବଶେଷରେ ଶ୍ରୀଯୁକ୍ତ ସତପଥୀ ଧନ୍ୟବାଦIର୍ପଣ ପ୍ରଦାନ ପୂର୍ବକ ସଭାପତି ସଭାସଙ୍ଗ କରିଥିଲେ.


admin 
