କାଳବୈଶାଖୀ ପ୍ରଭାବରେ ଗଛ ଡାଳ ଭାଙ୍ଗି ପଡି ଶ୍ରେଣୀଗୃହ କ୍ଷତିଗ୍ରସ୍ତ

କାଳବୈଶାଖୀ ପ୍ରଭାବରେ ଗଛ ଡାଳ ଭାଙ୍ଗି ପଡି ଶ୍ରେଣୀଗୃହ କ୍ଷତିଗ୍ରସ୍ତ

କାଳବୈଶାଖୀ ପ୍ରଭାବରେ ଗଛ ଡାଳ ଭାଙ୍ଗି ପଡି ଶ୍ରେଣୀଗୃହ କ୍ଷତିଗ୍ରସ୍ତ ଖଣ୍ଡପଡ଼ା ୧୧|୬ (ରଜତ ଦାସ୍) ଖଣ୍ଡପଡ଼ା ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଗୁରୁବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପବନ ଓ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।କାଳବୈଶାଖୀ ପ୍ରଭାବରେ ପବନ ବୋହିବା ଯୋଗୁଁ ଗୁଣ୍ଠୁଣି ପଞ୍ଚାୟତ ଅଧୀନ ଅଁଳାମଡା ଗ୍ରାମସ୍ଥିତ ରଘୁନାଥପୁର (କ) ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ବିଦ୍ୟାଳୟ ପରିସରରେ ଥିବା ଏକ ଶାଗୁଆନ ଗଛର ଡାଳ ଭାଙ୍ଗି ପଡିବାରୁ ଶ୍ରେଣୀଗୃହର ଆଜବେଷ୍ଟସ ଛପର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଯୁଦ୍ଧକାଳୀନ ଭିତ୍ତିରେ ଶ୍ରେଣୀଗୃହ ମରାମତି ଦିଗରେ ବ୍ଲକ ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି। ସେହିପରି କାଳବୈଶାଖୀ ପ୍ରଭାବରେ ଅଧିକାଂଶ ଝାଟିମାଟି, ଚାଳ ଓ ଟାଇଲ ଛପର କଚ୍ଚା ଘର ଗୁଡିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।କାଳବୈଶାଖୀ ବର୍ଷା ପରେ ଅଞ୍ଚଳବାସୀ ଗରମରୁ ସାମାନ୍ଯ ଆଶ୍ବସ୍ତି ଲାଭ କରିଥିଲେ ହେଁ ବିଦ୍ୟୁତ ସେବା ଠପ ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ ୧୧ କେଭି ବିଦ୍ୟୁତ ତାର ଉପରେ ଗଛର ଡାଳ ଭାଙ୍ଗି ପଡିବା ଯୋଗୁଁ ବିଦ୍ୟୁତ ସରବରାହ ବ୍ଯାହତ ହୋଇଥିବା ଖଣ୍ଡପଡ଼ା ଟିପିସିଓଡିଏଲ କାର୍ଯ୍ଯାଳୟ ସୂତ୍ରରୁ ଜଣାପଡିଛି।ବିଦ୍ୟୁତ ସେବା ଉପଲବ୍ଧ ନିମନ୍ତେ ବିଭାଗୀୟ କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ତାର ଗୁଡିକୁ ସଜାଡିବାରେ ଲାଗି ପଡିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର