ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କୁ ବଡ଼ ଝଟ୍‌କା: କମିଲା ସବ୍‌ସିଡି.

ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କୁ ବଡ଼ ଝଟ୍‌କା: କମିଲା ସବ୍‌ସିଡି.

ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କୁ ବଡ଼ ଝଟ୍‌କା: କମିଲା ସବ୍‌ସିଡି ଉଜ୍ଜଳା ହିତାଧିକାରୀଙ୍କୁ ବଡ଼ ଝଟ୍‌କା। ସବ୍‌ସିଡି ସିଲିଣ୍ଡର ସଂଖ୍ୟା ୯ରୁ ୪କୁ ଖସିଲା। ଏହାର ଅର୍ଥ ହେଉଛି ଉଜ୍ଜ୍ୱଳା ଯୋଜନା ଅଧୀନରେ ଆସୁଥିବା ପରିବାରଗୁଡ଼ିକୁ ବର୍ଷକୁ କେବଳ ୪ଟି ସିଲିଣ୍ଡର ଉପରେ ହିଁ ଅତିରିକ୍ତ ସବ୍‌ସିଡିର ଲାଭ ମିଳିପାରିବ। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା (PMUY)ରେ ୯ ସବ୍‌ସିଡି ସିଲିଣ୍ଡର ମିଳୁଥିଲା। ସାଂପ୍ରତିକ ଗ୍ୟାସ ସଙ୍କଟ ଭିତରେ ସବ୍‌ସିଡି ସିଲିଣ୍ଡର ସଂଖ୍ୟା କମାଯାଇଛି। ୨୦୧୬ରେ ଯୋଜନା ଲାଗୁ ବେଳେ ବାର୍ଷିକ ୧୨ଟି ସବ୍‌ସିଡି ସିଲିଣ୍ଡର ମିଳୁଥିଲା। ଗତବର୍ଷ ଏହା ୯କୁ ହ୍ରାସ କରିଥିଲେ କେନ୍ଦ୍ର ସରକାର।