କେନ୍ଦ୍ରାପଡ଼ା ଜିଲ୍ଲା ଏସ ପି ଙ୍କ କାର୍ଯ୍ୟଦକ୍ଷତା କୁ ଜିଲ୍ଲାବାସୀଙ୍କ ପ୍ରଶଂସା।
କେନ୍ଦ୍ରାପଡ଼ା ଜିଲ୍ଲା ର ଏସ ପି ସିଦ୍ଧାର୍ଥ କଟରିଆ ଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗୁଛି।ଜିଲ୍ଲା ରେ ଥିବା ସମସ୍ତ ବ୍ଲକ୍ ର ଥାନା , ଫାଣ୍ଡି ,ଜିଲ୍ଲା ରେ ଥିବା ଥାନା ଗୁଡ଼ିକ ରେ କି ପରି ଜିଲ୍ଲା ବାସୀ ନ୍ୟାୟ ପାଇବେ ସେଥି ପ୍ରତି ସବୁ ଥାନା ଉପରେ ତୀକ୍ଷଣ ନଜର ରଖିଛନ୍ତି।ଯଦି କୌଣସି ପୁରୁଷ ଓ ମହିଳା ଥାନା ରେ ନ୍ୟାୟ ପାଇବାରେ ବିଳମ୍ବ ହୁଏ କିମ୍ବା ନ୍ୟାୟ ଦେବାରେ କୌଣସି ଥାନା ରେ ପାତର ଅନ୍ତର କରାଯାଏ ,ସିଏ ଅଭିଯୋଗ ପାଇଲେ କିମ୍ବା ଶୁଣିଲେ ତୁରନ୍ତ ଅଭିଯୋଗ ଥାନା ର ଆଇଆଇସି ଙ୍କ ସହ କଥା ହୋଇ କେମିତି ସେଇ ମହିଳା ଓ ପୁରୁଷ ଙ୍କୁ ନ୍ୟାୟ ମିଳିପାରିବ ନିର୍ଦ୍ଦେଶ ଦେବା ସହିତ ସେଇ କେସ ଉପରେ ତୀକ୍ଷଣ ନଜର ରଖିଥାନ୍ତି। ଜିଲ୍ଲା ରେ କେମିତି ଚୋରି ,ରାହାଜାନୀ, ଚୋରାମଦ ଓ ବ୍ରାଉନ ସୁଗାର୍ ବେପାର କମିବ ସେଥି ପ୍ରତି ଜିଲ୍ଲା ର ସମସ୍ତ ଥାନା ର ଆଇଆଇସି ଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସବୁ ବେଳେ ଜିଲ୍ଲା ର ସବୁ ବ୍ଲକ୍ ରେ ପୋଲିସ ସଜାଗ ରହି ଏହି ବିଷୟ ଉପରେ ନଜର ରଖିବାକୁ।
ତାଙ୍କ ନିର୍ଦ୍ଦେଶ ରେ ଜିଲ୍ଲା ରେ ଥିବା ସବୁ ବ୍ଲକ୍ ରେ ଚୋରା ମଦ ବେପାରୀ ଙ୍କୁ ପୋଲିସ ଚଢ଼ାଉ କରି ମଦ ଜବତ ସହିତ ଚୋରା ବେପାରୀଙ୍କୁ କୋର୍ଟ ଚାଲାଣ କରିବାରେ ନଜର ଆସିଛି।କେମିତି ଜିଲ୍ଲା ର ସମସ୍ତ ବ୍ଲକ୍ ରେ ଚୋରି କମିବ ସେଥି ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଏସ ପି ସିଦ୍ଧାର୍ଥ କଟରିଆ ସମସ୍ତ ଥାନା କୁ ନିର୍ଦ୍ଦେଶ ଦେଇ ଛନ୍ତି ନାଇଟ ପେଟ୍ରୋଲିଙ୍କ ଜୋର୍ ଦାର୍ କରିବାକୁ।ତାଙ୍କ ସମୟରେ ବହୁ ଅସାମାଜିକ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ ବି କରାଯାଉଛି।
ଜିଲ୍ଲା ରେ ଗୋଟେ ଭଲ ପୋଲିସ ଅଫିସର ଙ୍କୁ ପାଇ ଜିଲ୍ଲା ବାସୀ ପୁରା ଖୁସି ଅଛନ୍ତି।ସିଏ ମଧ୍ୟ ଜିଲ୍ଲା ପାଳ ଙ୍କ ସାଙ୍ଗରେ ଜିଲ୍ଲା ରେ ଥିବା ସବୁ ବ୍ଲକ୍ ର ଅଭିଯୋଗ ଶୁଣାଣି କୁ ଯାଇ ଜନସାଧାରଣ କି ପରି ନ୍ୟାୟ ପାଇବେ ସେଇ ଜନଶୁଣାଣି ରେ ବିଭିନ୍ୟ ଥାନା କୁ ନିର୍ଦ୍ଦେଶ ଦିଅନ୍ତି ନ୍ୟାୟ ପାଇ ନ ଥିବା ବ୍ୟକ୍ତି କୁ ନ୍ୟାୟ ଦିଆଯାଉ।ଆଜି ଜିଲ୍ଲା ବାସୀ ଏହି ପରି ସଚ୍ଚୋଟ ଅଫିସର କୁ ଜିଲ୍ଲା ର ଏସ ପି ଭାବରେ ପାଇଥିବାରୁ ଜିଲ୍ଲା ର ସମସ୍ତ ଜନସାଧାରଣ ଖୁସି ଅନୁଭବ କରୁଛନ୍ତି। ଯୋଉ ଥାନା ବିରୁଦ୍ଧରେ ଗୁଡ଼ିଏ ଅଭିଯୋଗ ପାଇଲେ ସିଏ ସେଇ ଥାନା ଗ୍ରସ୍ତ କରି ସବୁ କାଗଜ ପତ୍ର ଯାଞ୍ଚ କରି ନ୍ୟାୟ ପାଇ ନ ଥିବା ଲୋକକୁ ନ୍ୟାୟ ଦେବାକୁ ନିର୍ଦ୍ଦେଶ ଦେଇଥାନ୍ତି। ସିଏ ମଧ୍ୟ ଜିଲ୍ଲା ର ବହୁ ସାମାଜିକ କାର୍ଯ୍ୟ କ୍ରମ ରେ ଯୋଗ ଦେଇ ଜନସାଧାରଣ ଙ୍କ ସହିତ ମିଶି ଥାଆନ୍ତି। ଖୁବ୍ କମ୍ ଦିନ ଏସ ପି ଦାୟିତ୍ୱରେ ରହି ଜିଲ୍ଲା ରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସକ୍ଷମ ହୋଇ ପାରି ଥିବାରୁ ଏହି ପରି ପୋଲିସ ଅଫିସର ଙ୍କୁ ଏସ ପି ଭାବରେ ପାଇ କେନ୍ଦ୍ରାପଡ଼ା ଜିଲ୍ଲା ବାସୀ ନିଜ କୁ ଧନ୍ୟ ମଣି ଛନ୍ତି।
ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
