ମାଲକାନଗିରି ବଙ୍ଗୀୟ ସମାଜ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
୨୦ରୁ ଊର୍ଦ୍ଧ୍ୱ ୟୁନିଟ୍ ରକ୍ତ ସଂଗ୍ରହ
ମାଥିଲି ତାରିଖ ୧୦/୧୦: ମାଲକାନଗିରି ଜିଲ୍ଲା ମାନବ ସେବା ହିଁ ମାଧବ ସେବା—ଏହି ମହତ୍ତର ଉଦ୍ଦେଶ୍ୟକୁ ଆଧାର କରି ମାଲକାନଗିରି ବଙ୍ଗୀୟ ସମାଜ ପକ୍ଷରୁ କାଲିମେଳା ବ୍ଲକ ଅନ୍ତର୍ଗତ ଗୋମ୍ପାକୋଣ୍ଡା ଗ୍ରାମ ପଞ୍ଚାୟତର ଏମ୍.ଭି.-୬୬ ଗ୍ରାମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସମାଜର ଭେଜାଙ୍ଗିୱାଡା ଜୋନ୍ ପକ୍ଷରୁ ଆୟୋଜିତ ଏହି ଶିବିରରେ ୨୦ରୁ ଊର୍ଦ୍ଧ୍ୱ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।
ଏହି ମହତ୍ କାର୍ଯ୍ୟକ୍ରମକୁ ମାଲକାନଗିରି ବଙ୍ଗୀୟ ସମାଜର ସଭାପତି ଗୌରାଙ୍ଗ କର୍ମକାର ଉଦ୍ଘାଟନ କରିଥିଲେ। ଏଥିରେ ସମାଜର କାର୍ଯ୍ୟକାରୀ ସଭାପତି ସୁନିଲ ବିଶ୍ୱାସ, ସାଧାରଣ ସମ୍ପାଦକ ମନୋଜ ଚୌଧୁରୀ, କୋଷାଧ୍ୟକ୍ଷ ବିଦ୍ୟୁତ ବିଶ୍ୱାସ, ଶିବୁ ଗୋଲଦାର, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଗଣମାଧ୍ୟମ ସଂଯୋଜକ ଅସୀମ ବିଶ୍ୱାସ, ଆଇନ ଉପଦେଷ୍ଟା ବିଜୁ ସରକାର ଓ ଭବାନୀ ଶଙ୍କର ମୁଖାର୍ଜୀଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଶିବିରରେ ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରୁ ସ୍ୱତନ୍ତ୍ର ଟେକ୍ନିସିଆନ୍ ସୁଜଳ ରାୟଙ୍କ ସହ ଅନ୍ୟ କର୍ମଚାରୀମାନେ ଯୋଗଦେଇ ସ୍ୱେଚ୍ଛାସେବୀ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ।
ରକ୍ତଦାନ ଏକ ମହତ୍ ଦାନ। ଜଣେ ବ୍ୟକ୍ତିଙ୍କ ସ୍ୱେଚ୍ଛାକୃତ ରକ୍ତଦାନ ଅନ୍ୟ ଜଣଙ୍କ ଜୀବନ ରକ୍ଷାରେ ସହାୟକ ହୋଇପାରେ। ଏହି ମାନବିକ ବାର୍ତ୍ତାକୁ ନେଇ ଆୟୋଜିତ ଶିବିରରେ ରକ୍ତଦାତାମାନେ ଉତ୍ସାହର ସହ ଯୋଗଦେଇ ସମାଜସେବାର ଏକ ଉତ୍ତମ ଉଦାହରଣ ସୃଷ୍ଟି କରିଥିଲେ।
(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)


admin 
