ଖଣ୍ଡପଡ଼ା ନ୍ୟୁଜ ଟୁଡେର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଖଣ୍ଡପଡ଼ା ନ୍ୟୁଜ ଟୁଡେର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଖଣ୍ଡପଡ଼ା ୧୮|୭ (ରଜତ ଦାସ୍) ଖଣ୍ଡପଡ଼ା ସହରର ୧୩ ନଂ ୱାର୍ଡ ସ୍ଥିତ ପୂର୍ତ୍ତବିଭାଗ ବଙ୍ଗଳା ପରିସରରେ ଖଣ୍ଡପଡ଼ା ନ୍ୟୁଜ ଟୁଡେର ପ୍ରଥମ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇ ଯାଇଛି। କଟକ ଜିଲ୍ଲା ଅଧୀନ ନରସିଂହପୁର ପ୍ରେସ କ୍ଲବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଦେବୀ ପ୍ରସାଦ ରଥ ଅତିଥି ରୁପେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ଯକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସମାଜର କଲ୍ୟାଣ ନିମନ୍ତେ ସାମ୍ବାଦିକ ମାନେ ନିର୍ଭୀକ ଭାବେ କଲମ ଚାଳନା କରିବା ସହ ସତ୍ଯ ଓ ତଥ୍ଯ ଭିତ୍ତିକ ଖବର ପରିବେଷଣ ଉପରେ ସମସ୍ତେ ଗୁରୁତ୍ବ ଦେବାକୁ ବରିଷ୍ଠ ସାମ୍ବାଦିକ ଅଖିଳ ବିହାରୀ ପାଣିଗ୍ରାହୀ, ଶରତ ଚନ୍ଦ୍ର ସାହୁ,ସରୋଜ କୁମାର ମିଶ୍ର ପ୍ରମୁଖ ମତ ଦେଇଥିଲେ।

ଏ ଅବସରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ସମସ୍ୟା ସଂର୍ପକରେ ଆଲୋଚନା କରାଯାଇଥିଲା।ବରିଷ୍ଠ ସାମ୍ବାଦିକ ଭବାନୀଶଙ୍କର ସିଂହସାମନ୍ତ କାର୍ଯ୍ଯକ୍ରମରେ ସଂଯୋଜନା କରିଥିଲେ।ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସାମ୍ବାଦିକ ଶରତ ଚନ୍ଦ୍ର ସାହୁ,ଶିବ ନାରାୟଣ ମହାନ୍ତି ଓ ଦେବୀପ୍ରସାଦ ରଥଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ସେହିପରି ଖଣ୍ଡପଡ଼ା ସହରର କୃତି ଛାତ୍ରୀ ଶ୍ରଦ୍ଧା ସୋହାନୀ ଆଚାର୍ଯ୍ଯଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଛାପା, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମର ୨୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ। 

ଖଣ୍ଡପଡା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର