ଚାଉଳ ମେନ୍ଧି ଗ୍ରାମରେ ଶୋକର ଛାୟା: ସରପଞ୍ଚ ଙ୍କ ବାପା ସମନ୍ଧ ନାୟକଙ୍କ ପରଲୋକ
ମାଥିଲି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଚାଉଳ ମେନ୍ଦି ଗ୍ରାମପଞ୍ଚାୟତର ସରପଞ୍ଚ ଙ୍କ ବାପା ର ପରଲୋକ ଘଟିଥିବା ଖବର ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି। ତାଙ୍କ ବିୟୋଗରେ ପରିବାର, ସମ୍ପର୍କୀୟ ଓ ଶୁଭେଚ୍ଛୁମାନଙ୍କ ସହ ସ୍ଥାନୀୟ ଜନସାଧାରଣ ମଧ୍ୟ ମର୍ମାହତ ହୋଇପଡ଼ିଛନ୍ତି।
ଏହି ଦୁଃଖଦ ମୁହୂର୍ତ୍ତରେ ମାନ୍ୟବର ବିଧାୟକ ମାଲକାନଗିରି ଶ୍ରୀ ନରସିଂଙ୍ଗ ମାଡ଼କାମି ମହୋଦୟ,ପୂର୍ବତନ ବିଧାୟକ ଚିତ୍ରକୋଣ୍ଡା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାକା, ଏମପି ପ୍ରତିନିଧି ଶ୍ରୀ ବନମାଳୀ ବରଜା ମହୋଦୟ,ଏକ ନମ୍ୱର ଜୁନ ର ଜିଲ୍ଲାପରିଷଦ ସଭ୍ୟ। ଶ୍ରୀ ମତୀ ଲକ୍ଷ୍ମୀପ୍ରିୟା ନାୟକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ। ଶ୍ରୀ ମତୀ ସନ୍ତୋଷିନି ପାତ୍ର ,ମାଥିଲି ଡିଗ୍ରୀ କଲେଜ ପ୍ରିନ୍ସିପ।ଲ୍ , ପାଙ୍ଗ।ମ୍ ସରପଞ୍ଚ ଶ୍ରୀ ଇନ୍ଦ୍ର ନାୟକ, ଉଦୁଳିବେଡ। ସରପଞ୍ଚ ଶ୍ରୀ ଦେବାନନ୍ଦ ଖିଲ,ସମାଜସେବୀ ଶ୍ରୀ ବ।ଳର।ଜୁ କୋପେ,ମାଥିଲି ସରପଞ୍ଚ ଶ୍ରୀ କ।ନ।ମ ରାଜୁ ନାୟକ,ମାଥିଲି ବିଜେପି ସଭାପତି ଶ୍ରୀ ନରସି ଙ୍ଗ ନାୟକ,ପୂର୍ବତନ ଚେୟାରମେନ ଶ୍ରୀ ତ୍ରିନାଥ ଭୂମିଆ ,ବସନ୍ତ ସଗରିଆ ମାଥିଲି (ରିପୋର୍ଟର), ପ୍ରଶାନ୍ତ କୁମାର ସଗରିଆ( ରିପୋର୍ଟ ର),ଲିଙ୍ଗରାଜ ପୂଜାରୀ( ରିପୋର୍ଟ ର),ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଦିବଙ୍ଗତାଙ୍କ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।
ଉପସ୍ଥିତ ସମସ୍ତେ ଦିବଙ୍ଗତାଙ୍କ ସରଳ, ସ୍ନେହମୟୀ ଓ ସେବାପରାୟଣ ବ୍ୟକ୍ତିତ୍ୱର ସ୍ମୃତିଚାରଣ କରି ତାଙ୍କ ବିୟୋଗକୁ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ କରିଥିଲେ।
ଶେଷରେ ସମସ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ଦିବଙ୍ଗତ ଆତ୍ମାଙ୍କ ସଦଗତି କାମନା କରିବା ସହ ଶୋକାକୁଳ ପରିବାରବର୍ଗଙ୍କୁ ଏହି ଅସହ୍ୟ ଦୁଃଖ ସହିବାର ଶକ୍ତି ପ୍ରଦାନ କରିବା ପାଇଁ ପ୍ରାର୍ଥନା
ଜଣାଇଥିଲେ।
(ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର)


admin 
