ବାତ୍ୟା କୁ ଆଖି ଆଗରେ ରଖି ଗଜଲକ୍ଷ୍ମୀ ତୋରଣ ଖୋଲିବାକୁ ପୂଜା କମିଟି କୁ ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ପାଳ।

ବାତ୍ୟା କୁ ଆଖି ଆଗରେ ରଖି ଗଜଲକ୍ଷ୍ମୀ ତୋରଣ ଖୋଲିବାକୁ ପୂଜା କମିଟି କୁ ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ପାଳ।

ଗଜଲକ୍ଷ୍ମୀ_ପୂଜା_ତୋରଣ_ଖୋଲ: #ଜିଲ୍ଲାପାଳ!

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ କେନ୍ଦ୍ରାପଡ଼ା ଜିଲାପାଳଙ୍କ ନିର୍ଦ୍ଦେଶ। ଅକ୍ଟୋବର ୨୭, ୨୮, ୨୯ ତାରିଖ ତିନିଦିନ ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ କହିଲେ ଜିଲ୍ଲାପାଳ। ଗଜଲକ୍ଷ୍ମୀ ପୂଜା କମିଟିକୁ ତୋରଣ ଖୋଲି ଦେବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ। ଆସନ୍ତା ସପ୍ତାହରେ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ। ୧୩୦ ବାତ୍ୟା ଆଶ୍ରୟସ୍ଥଳୀକୁ କାର୍ଯ୍ୟକ୍ଷମ ରଖିବା ପାଇଁ ନିର୍ଦ୍ଦେଶ। ୧୧୩ ପଞ୍ଚାୟତର ୩୭୩ ସମ୍ବେଦନଶୀଳ ଅଞ୍ଚଳରୁ ସ୍ଥାନାନ୍ତର ଯୋଜନା। ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଥିବା କହିଲେ ଜିଲ୍ଲାପାଳ। ଜିଲ୍ଲା ବାସୀ ବାତ୍ୟା ପାଇଁ ଭୟଭୀତ ନ ହେବାକୁ ପରାମର୍ଶ ଦେଲେ ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ସଜାଗ ଅଛି।

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା।