ଜାତୀୟ ରାଜପଥ ରେ ଜଳିଗଲା କାର, ଜଳନ୍ତା କାର ରୁ ଅଳ୍ପକେ ବର୍ତିଲେ ୬ ଯାତ୍ରୀ...
ବୌଦ୍ଧ: ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ରେ ମର୍ମନ୍ତୁଦ କାର ଦୁର୍ଘଟଣା l ଜଳନ୍ତା କାର ରୁ ଅଳ୍ପକେ ବର୍ତିଲେ ୬ ଯାତ୍ରୀ l ପ୍ରଥମେ ସ୍ଥାନୀୟ ଲୋକେ ଜଳନ୍ତା କାର ରୁ ଉଦ୍ଧାର କରି ପ୍ରଥମେ ବୌଦ୍ଧ ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ l ସୂଚନା ମୁତାବକ ବୌଦ୍ଧ ଆଦର୍ଶ ଥାନା ଜହ୍ନlପଙ୍କ ଗାୟତ୍ରୀ ମନ୍ଦିର ନିକଟରେ ଦିନ ଦ୍ବିପହରରେ ଘଟିଛି ଏକ ଅଭାବନୀୟ ଘଟଣା ।ଟିଟିଲାଗଡ଼ ରୁ ବୌଦ୍ଧ ଅଭିମୁଖେ ଏକ ଓଡ଼ି ୦୩ଏକ୍ସ ୪୨୩୦ ନଂ ଥିବା କିଆ ଗାଡି ଯୋଗେ ୬ଜଣ ଯାତ୍ରୀ ଆସୁଥିବା ବେଳେ ବୌଦ୍ଧ ଆଦର୍ଶ ଥାନା ଜହ୍ନlପଙ୍କ ନିକଟ ରେ ଭାରସାମ୍ୟ ହରାଇ ରାସ୍ତା କଡରେ ଏକ ଗଛ କୁ ଧକ୍କା ଦେଇଥିଲା l ଫଳରେ କାର ଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା l ଜଳନ୍ତା କାର ରୁ ସ୍ଥାନୀୟ ବାସିନ୍ଦା ଓ ବୌଦ୍ଧ ପୋଲିସ ର ସହାୟତାରେ ୬ ଜଣ ଯାତ୍ରୀ ଙ୍କୁ ଉଦ୍ଧାର କରି ଥିବା ବେଳେ ଆଦର୍ଶ ଥାନା ଅଧିକାରୀ ନଳିନୀ କାନ୍ତ ଦାସ ପୋଲିସ ଗାଡ଼ିରେ ବୌଦ୍ଧ ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ l ଏହି ଦୁର୍ଘଟଣା ରେ ୪ ଦିନର ନବଜାତ ଶିଶୁ ସହିତ ସାତ ବର୍ଷର ଶ୍ରୀୟାଂଶ ଆଚାର୍ଯ୍ୟ,ସ୍ୱସ୍ତିକ ହୋତା, କମଳିନୀ ହୋତା, ସୁବାଶିଷ ଆଚାର୍ଯ୍ୟ ଏବଂ ଡ୍ରାଇଭର ପ୍ରଭୁ ଦେବ ଭବସାଗର ବୋଲି ଜଣା ପଡିଛି l ଗୁରୁତର ଙ୍କୁ ବୁର୍ଲା ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିଲେ l


admin 
