ଟ୍ରେଡିଙ୍ଗ ନାମରେ କୋଟି କୋଟି ଟଙ୍କା ଲୁଟ କରି ଫେରାର ଅଭିଯୁକ୍ତକୁ ଆସାମରୁ ଗିରଫ କଲା ପୋଲିସ .

ଟ୍ରେଡିଙ୍ଗ ନାମରେ କୋଟି କୋଟି ଟଙ୍କା ଲୁଟ କରି ଫେରାର ଅଭିଯୁକ୍ତକୁ ଆସାମରୁ ଗିରଫ କଲା ପୋଲିସ . ମାଲକାନଗିରି,୪।୫ ମାଲକାନଗିରି ଜିଲ୍ଲାରେ ଟ୍ରେଡିଙ୍ଗ ନାମରେ ୮୦ ଲକ୍ଷ ଟଙ୍କା ଠକି ଫେରାର ହୋଇଯାଇଥିବା ଅଭିଯୁକ୍ତକୁ ଆସାମରୁ ଗିରଫ କଲା ମାଲକାନଗିରି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ଦେବଜିତ ତ୍ରିପାଠି (୪୩)। ସୂଚନା ଅନୁଯାୟୀ ବରଗଡ ଜିଲ୍ଲାର ଦେବଜିତ ୨୦୧୭ ମସିହାରେ ମାଲକାନଗିରିରେ ଆସି ରହୁଥିବା ବେଳେ ସେ ବିଭିନ୍ନ ଲୋକଙ୍କୁ ଟ୍ରେଡିଙ୍ଗ ବିଷୟରେ କହିବା ସହ ଏଥିରେ ଟଙ୍କା ଲଗାଇଲେ ବହୁତ ଲାଭ ମିଳିବ ବୋଲି କହିଥିଲେ। ତାଙ୍କର ଏହି ଜାଲରେ ଜିଲ୍ଲା ସଦରରେ ଥିବା ତଳସାହିର କେ.ଜିତେନ୍ଦ୍ର ପାତ୍ର ଫସିଥିଲେ। ଦେବଜିତ ନିଜକୁ କଟକର ବାସିନ୍ଧା କହିବା ସହ ସେ ମାଲକାନଗିରିରେ କମୋଡିଟି ବ୍ୟବସାୟ କରୁଥିବା କହିଥିଲେ। ଅଭିଯୁକ୍ତ ଦେବଜିତ ଜିତୁଙ୍କୁ ଟ୍ରେଡିଙ୍ଗରେ ଅର୍ଥ ନିବେଶ କରିବାକୁ କହିଥିଲେ ଏବଂ କହିଥିଲେ ଯେ ଯଦି ସେ ତିନି ମାସ ଯାଏଁ ନିବେଶ କରିବେ ତେବେ ତାଙ୍କୁ ୨୦ ପ୍ରତିଶତ ଅତିରିକ୍ତ ଅର୍ଥ ମିଳିବ। ଏଥିରେ ଜିତୁ କିଛି ପରିମାଣ ଅର୍ଥ ନିବେଶ ପାଇଁ ଦେବଜିତଙ୍କୁ ଦେଇଥିଲେ ଏବଂ ତାହାକୁ ଅଧିକ ଆକାରରେ ଫେରି ପାଇଥିଲେ। ଏହା ପରେ ଅଭିଯୋଗକାରୀ ବିଭିନ୍ନ ପର୍ଯ୍ୟାୟରେ ୪୦ ଲକ୍ଷ ନିବେଶ କରିଥିଲେ କିନ୍ତୁ କୌଣସି ରିଟର୍ଣ୍ଣ ପାଇ ନଥିଲେ। ଚିନ୍ତିତ ହୋଇ ଜିତୁ ଦେବଜିତ ତ୍ରିପାଠିଙ୍କୁ ତାଙ୍କ ଟଙ୍କା ଫେରସ୍ତ କରିବାକୁ କହିଥିଲେ କିନ୍ତୁ ସେ କୌଣସି ପଇସା ଫେରାଇ ନଥିଲେ। ଏପରିକି ଟ୍ରେଡିଂ ଆଇଡି ବିଷୟରେ ଜାଣିବା ପାଇଁ ଜିତୁ ବାରମ୍ବାର ପଚାରିଲେ ମଧ୍ୟ ଅଭିଯୁକ୍ତ ତାଙ୍କ ଟ୍ରେଡିଂ ଆକାଉଣ୍ଟ ବିଷୟରେ ସୂଚନା ଦେଇନଥିଲେ। ଜିତୁ ବାରମ୍ବାର ଚାପ ପକାଇବାରୁ ତାଙ୍କ ଆକାଉଣ୍ଟ ବ୍ଲକ ହୋଇଯାଇଛି ଏବଂ ଏହାକୁ ପୁଣି ଖୋଲିବା ପାଇଁ ଆହୁରି ୨୨ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଦେବଜିତ କହିଥିଲେ। ଫଳରେ ବାଧ୍ୟ ହୋଇ ଜିତୁ ପୁଣି ୨୨ ଲକ୍ଷ ଟଙ୍କା ବ୍ୟବସ୍ଥା କରି ଅଭିଯୁକ୍ତଙ୍କୁ ଦେଇଥିଲେ। ତେବେ ଅଭିଯୁକ୍ତ ଦେବଜିତ ଜିତୁଙ୍କୁ ଠକିବା ପାଇଁ କହିଥିଲେ ଯେ ତାଙ୍କର ପାନ୍ ଏବଂ ଆଧାର କାର୍ଡ ମେଳ ଖାଉନାହିଁ। ଏହା ପରେ ଅଭିଯୁକ୍ତ ଜିତୁଙ୍କୁ କହିଥିଲେ ଯେ ତାଙ୍କୁ ଏକ ଆଇପିଓ ଆକାଉଣ୍ଟ ଖୋଲିବାକୁ ପଡିବ, ନଚେତ୍ କମିଶନ ଏବଂ ଟ୍ରେଡିଂ ଆକାଉଣ୍ଟ ବନ୍ଦ କରିଦିଆଯିବ। ଏଥିପାଇଁ ଆଉ ୧୦ ଲକ୍ଷ ଟଙ୍କା ମାଗିବାରୁ ଜିତୁ ପୁଣି ୧୦ ଲକ୍ଷ ଟଙ୍କା ଦେଇଥିଲେ। ଅଭିଯୁକ୍ତ ଅଧିକ ରିଟର୍ଣ୍ଣ ଦେବାର ଲାଳସା ଦେଇ ବିଭିନ୍ନ ପର୍ଯ୍ୟାୟରେ ସୂଚନାଦାତାଙ୍କଠାରୁ ୮୦ ଲକ୍ଷ ଟଙ୍କା ନେଇ ଶେଷରେ ସେଠାରୁ ପଳାଇ ଯାଇଥିଲେ। ଏନେଇ ଜିତୁ ଜାଣିବା ପରେ ମାଲକାନଗିରି ଦ୍ଯାନରେ ଲିଖିତ ଅଭିଯୋଗ କରିଥିଲେ। ତେବେ କେବଳ ଜିତୁ ନୁହନ୍ତି, ଦେବଜିତ ଏପରି ଅନେକ ଲୋକଙ୍କ ଠାରୁ ଟ୍ରେଡିଙ୍ଗ ନାମରେ କୋଟି କୋଟି ଟଙ୍କା ନେଇଥିବା ସୂଚନା ମିଳିଛି। ତେଣୁ ନାମରେ ଅନ୍ୟମାନେ ମଧ୍ୟ ଏତଲା ଦେଇଥିଲେ। ଏହାକୁ ଆଧାର କରି ଦେବଜିତକୁ ଗିରଫ ପାଇଁ ମାଲକାନଗିରି ପୋଲିସ ତାଙ୍କୁ ଖୋଜିବା ସମୟରେ ଆସାମରେ ଥିବା ଜାଣିବାକୁ ପାଇ ଏକ ପୋଲିସ ଟିମ ସେଠାରୁ ତାଙ୍କୁ ଗିରଫ କରି ମାଲକାନଗିରି ଆଣି କୋର୍ଟ ଚାଲାଣ କରି ରିମାଣ୍ଡରେ ଆଣିଥିବା ନେଇ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି। ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବ .

ଟ୍ରେଡିଙ୍ଗ ନାମରେ କୋଟି କୋଟି ଟଙ୍କା ଲୁଟ କରି ଫେରାର ଅଭିଯୁକ୍ତକୁ ଆସାମରୁ ଗିରଫ କଲା ପୋଲିସ .