ବୋଲ ବାମ ଗାଡ଼ି ଧକ୍କାରେ ବାପ ପୁଅ ମୃତ I

ବୋଲ ବାମ ଗାଡ଼ି ଧକ୍କାରେ ବାପ ପୁଅ ମୃତ I

ବୋଲ ବାମ ଗାଡ଼ି ଧକ୍କାରେ ବାପ ପୁଅ ମୃତ I

କୋରାପୁଟ ସଦର ଥାନା ଅଧିନସ୍ଥ ପୋଡ଼ଗଡ଼ ନିକଟ ଜାତୀୟ ରାଜପଥ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପ ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ମାଙ୍କୁ କୋରାପୁଟ ଏସଏଲେନ ମେଡକାଲ କଲେଜରେ ଭର୍ତି କରାଯାଇଛି।ଘଟଣା ଟି ପୋଡ଼ଗଡ଼ ଗ୍ରାମ ନିକଟରେ ଘଟିଥିବା ବେଳେ ବୋଲବମ ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିବା ଜଣା ପଡିଛି। ବୋଲବମ ପାର୍ଟି କୁ ଧରି ଏକ ଭ୍ୟାନ କାକିରିଗୁମାରୁ ଗୁପ୍ତେଶ୍ୱର ଅଭିମୁଖେ ଯାଉଥିବା ବେଳେ ପୋଡ଼ଗଡ଼ ନିକଟରେ ସାମନା ପଟରୁ ଆସୁଥିବା ଏକ ବାଇକ ସହ ଧକ୍କା ହୋଇଥିଲା। ଫଳରେ ବାଇକରେ ଥିବା ବାପ ପୁଅଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଭଣଜା ଙ୍କୁ ଗୁରୁତର ଅବସ୍ଥାରେ ଉଧାର କରାଯାଇ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି।ବାଇକ ଟି ଧକ୍କା ଦେବା ପରେ ସମ୍ପୂର୍ଣ ଜଳିଯାଇ ଥିବା ବେଳେ ଭ୍ୟାନ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣା ପଡିଛି।ଘଟଣା ସ୍ଥଳରେ ପୋଲିସ ପହଞ୍ଚି କୋଉ ପରିସ୍ଥିତିରେ ଏତେ ବଡ଼ ଘଟଣା ଘଟିଗଲା  ତାର ତଦନ୍ତ ଚଳେଇଥିବା ଜଣା ପଡିଛି। ବାଇକ୍ ଯୋଗେ କୋରାପୁଟ ତିକୀରା ସାହି ର କୈଳାସ ଖରା ବୟସ(୩୦) କୋରାପୁଟ ରୁ ଦଶମନ୍ତପୁର ଚନା ବାଡ ଅଭିମୁଖେ ଗୋଟିଏ ବାଇକ୍ ରେ ୩ଜଣ ଯାଉଥିଲେ । ବିପରୀତ ପାର୍ଶ୍ବରେ ଆସୁଥିବା ବୋଲବମ୍ ଗଡି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ବାଇକ୍ ଜଳୀ ଯିବା ସହ ବାପ କୈଳାସ ଖରା ପୁଅ ଅନିଷ ଖରା ବୟସ ( ୪) ବାଇକ ସହ ଜଳି ଯାଇଥିଲେ ଓ ଅନ୍ୟ ଜଣେ ଗୁରୁତର ହଇ ପଡ଼ିଥିଲେ । ଗୁରୁତର ହେଲେ ଅମନ୍ ରେଡ୍ଡୀ ବୟସ ୧୬ ଗୁରୁତରଙ୍କୁ ସ୍ଥାନୀୟ ଆଶ୍ରମ ବିଦ୍ୟାଳୟର ଶିକ୍ଷକ ଶ୍ରୀ ପlଡି ଙ୍କ ସହ ଉପସ୍ଥିତ ଯାତ୍ରୀ ପୋଲିସ କୁ ଖବର ଦେବା ସହ ଆମ୍ବୁଲାନ୍ସ ଯୋଗେ ପୋଡ଼ା ଗଡ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜର ରେ ନେଇଥିଲେ । ସେଠାରେ ସଙ୍କଟlପନ ହେବାରୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ କୁ ସ୍ଥାନାନ୍ତର କରିଥିଲେ। ଘଟଣା ସ୍ଥଳରେ କୋରାପୁଟ ସଦର ପୋଲିସ ପହଞ୍ଚି ବା ସହ ଅଗ୍ନି ସମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। Byte - ଦୁର୍ଘଟନା ଗ୍ରସ୍ତ ଲୋକ ଙ୍କ ସମ୍ପର୍କିୟ।     କୋରାପୁଟ ରୁ ମଣ୍ଟୁ ଓ ଦଶମନ୍ତପୁର ରୁ କୋଇନ ଗରଡ଼ା