ଡକାୟତ ଯୋଜନା ପଣ୍ଡ ଓ ପଟ୍ଟାମୁଣ୍ଡାଇ ମଡେଲ ଥାନା କୁ ମିଳିଲା ସଫଳତା।

ଡକାୟତ ଯୋଜନା ପଣ୍ଡ ଓ ପଟ୍ଟାମୁଣ୍ଡାଇ ମଡେଲ ଥାନା କୁ ମିଳିଲା ସଫଳତା।

ପଟ୍ଟାମୁଣ୍ଡାଇ ମଡେଲ ଥାନା ର ଆଇଆଇସି ମାନସ ରଞ୍ଜନ ମଲ୍ଲିକ ଓ ପୋଲିସ ଟିମ୍ କୁ ମିଳିଛି ବିରାଟ ସଫଳତା।22ତାରିଖ ରାତି 2ଟା ବେଳେ ପଟ୍ଟାମୁଣ୍ଡାଇ ମଡେଲ ପୋଲିସ ଖବର ପାଇଲେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ର ତାତନା ପାର୍କ ପାଖରେ କିଛି ଜଣ ଲୋକ ବସି ଡକାୟତ କରିବା ପାଇଁ ଯୋଜନା କରୁଥିଲେ।ପଟ୍ଟାମୁଣ୍ଡାଇ ମଡେଲ ଥାନା ର ଆଇଆଇସି ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଟିମ୍ ଚଢ଼ାଉ କରି 4ଜଣ ଙ୍କୁ ଗିରଫ କରି ଥାନା କୁ ଆଣିବା ସହିତ ସେମାନଙ୍କ ନିକଟରୁ ବିଭିନ୍ୟା ପ୍ରକାର ମାରଣାସ୍ତ୍ର ଓ ଦୋକାନ ଘର ଓ ବାସଗୃହ ତାଡ଼ିବା ପାଇଁ କିଛି ଯନ୍ତ୍ରାଂଶ ସେମାନଙ୍କ ନିକଟ ରୁ ଜବତ କରିବା ରେ ସକ୍ଷମ ହୋଇ ଥିଲେ।ସେମାନଙ୍କୁ ପୋଲିସ ପଚରା ଉଚରା କରିବାରୁ ସେମାନେ କିଛି ପୌରାଞ୍ଚଳ ର କିଛି ଅଞ୍ଚଳ ରେ ଡକାୟତ କରିବାର ଯୋଜନ ପ୍ରସ୍ତୁତି କରିଥିଲେ।ଗିରଫ ହୋଇ ଥିବା ବ୍ୟକ୍ତି ଙ୍କ ନାଁ ରେ ଆଗରୁ ବହୁ ଅପରାଧିକ ମାମଲାରେ ସମ୍ପୃକ୍ତ ଅଛନ୍ତି।ପଟ୍ଟାମୁଣ୍ଡାଇ ମଡେଲ ପୋଲିସ ଆଜି ସେମାନଙ୍କୁ ଗିରଫ କରି ପଟ୍ଟାମୁଣ୍ଡାଇ କୋର୍ଟ କୁ ଫରୱାର୍ଡ କରିଛନ୍ତି। ବହୁ ଚୋର ଙ୍କୁ ପୁଲିସ ଧରି ଥିବାରୁ ପଟ୍ଟାମୁଣ୍ଡାଇ ଅଞ୍ଚଳ ବାସୀ ପଟ୍ଟାମୁଣ୍ଡାଇ ମଡେଲ ଥାନା ଆଇଆଇସି ମାନସ ରଞ୍ଜନ ମଲ୍ଲିକ ଓ ପୋଲିସ ଟିମ୍ କୁ ଧନ୍ୟବାଦ୍ ଦେଇଛନ୍ତି।

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି କେନ୍ଦ୍ରାପଡ଼ା।