ଦଖଲକାରୀ କ୍ଷେତିଗ୍ରସ୍ତ ବାଇଶି ଉଠା ଦୋକାନୀ ଙ୍କୁ କ୍ୟାବିନ ଦେବା ଦାବି ଜୋରଧରିଲା।
ପଟ୍ଟାମୁଣ୍ଡାଇ ଆର ଡି ଅଫିସ କଡ ଓ କୋର୍ଟ ଗଡାଣି ପାଖରେ ଥିବା ଭେଣ୍ଡିଂ ଜୋନ୍ ପ୍ରକୃତ ହିତାଧିକାରୀ ଦଖଲ ରେ ରଖିଛନ୍ତି। ଏ ସମ୍ପର୍କ ରେ ଗତ11ତାରିଖ ମଙ୍ଗଳ ବାର ଦିନ ପୌରପରିଷଦ କାର୍ଯ୍ୟାଳୟ ରେ ଅଧ୍ୟକ୍ଷ ଓ ଅଧିକାରୀ ଙ୍କ ସହିତ ଦଖଲ ରେ ରଖିଥିବା 22ଜଣ ଉଠା ଦୋକାନୀ ମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ। ଆଲୋଚନା ର ନିଷ୍ପତି ଅନୁସାରେ ଦଖଲ କାରି ଉଠା ଦୋକାନୀ ମାନଙ୍କ ମଧ୍ୟ ରେ ମନୋମାଳିନ୍ୟ ନ ଥିବାରୁ ସହମତି ଭିତ୍ତିରେ ସେମାନଙ୍କୁ ଦଖଲ ରେ ଥିବା ଭେଣ୍ଡିଁ ଜୋନ୍ ର କ୍ୟାବିନ ପରିଷଦ ତରଫରୁ କାଗଜ ପତ୍ର ପ୍ରସ୍ତୁତ କରାଯାଇ କ୍ୟାବିନ ଯୋଗାଇ ଦେବାକୁ ସ୍ଥିର କରାଯାଇଥିଲା।
ମାତ୍ର ଏହା କୁ ପୌରପରିଷଦ କାର୍ଯ୍ୟ କାରୀ ନ କରି ବିଭିନ୍ନ ଆଳରେ ବିଳମ୍ୱ କରି ଥିବାରୁ ଉଠା ଦୋକାନୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏହି ନିଷ୍ପତି କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରି ଆଜି ସମ୍ପୃକ୍ତ ଭେଣ୍ଡି ଜୋନ୍ ସମ୍ମୁଖରେ ଏକତ୍ରିତ ହୋଇ ପ୍ରତିବାଦ କରିଥିଲେ।ଆଗାମୀ ଗୁରୁବାର ସୁଦ୍ଧା ନିଷ୍ପତି କାର୍ଯ୍ୟକାରୀ ନ କରାଗଲେ ଆସନ୍ତା 21.08.2026ରିଖ ଶୁକ୍ରବାର ଦିବା ଦଶ ଘଟିକା ସମୟରେ ଏହି ଉଠା ଦୋକାନୀ ମାନେ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଫିସ ଆଗରେ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।
ପଟ୍ଟାମୁଣ୍ଡାଇ ରୁ ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ।
ବିଶେଷ ଖବର ଜିଲ୍ଲା ପ୍ରତିନିଧି।


admin 
