ବନ୍ୟାଞ୍ଚଳ ପରିଚାଳନା ରେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନ ବିଫଳ ।
ପଟ୍ଟାମୁଣ୍ଡାଇ ବ୍ଲକ୍ ର ବାର ରୁ ଉର୍ଦ୍ଧ୍ୱ ପଞ୍ଚାୟତ ପାଣିଘେରରେ ।ଲୋକ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉ ଥିବା ବେଳେ ବ୍ଲକ୍ ପ୍ରଶାସନ ଚୁପ୍ ବସିବା ଜନସାଧାରଣ ଙ୍କ ମନ୍ ରେ ଦୁଃଖ ଦେଇଛି। ବହୁ ଘର ପାଣି ଘେରରେ ଥିବା ବେଳେ ପଟ୍ଟାମୁଣ୍ଡାଇ ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚି ପାରି ନାହିଁ।ଉପରେ ଖାଲି ପଟ୍ଟାମୁଣ୍ଡାଇ ପ୍ରଶାସନ ରାସ୍ତା ଉପରେ ଓ ଡଙ୍ଗା ଉପରେ ବୁଲି ଫଟୋ ଉଠାଇ ପ୍ରଶାସନ ତାହା ର କାର୍ଯ୍ୟ ସାରି ଦେଇ ଥିଲେ ମଧ୍ୟ ପ୍ରକୃତ ଅସୁବିଧାରେ ଥିବା ଜନସାଧାରଣ ମାନେ ବନ୍ୟା ରେ ବାହାରକୁ ବାହାରି ପାରୁନାହାନ୍ତି। ଅଣ୍ଡରା, ତରଡିପାଲ, ଡାମର ପୂର୍,ଶ୍ରୀରାମ ପୁର , ବାଲି ପାଟଣା, ବଙ୍ଗଳାଦିଆ, କସନଟା ଆହୁରି ବହୁ ପଞ୍ଚାୟତ ରେ ପାଣି ଘେରରେ ଥିଲା ବେଳେ ସେମାନଙ୍କ ପାଖରେ ଖାଦ୍ୟ ପୁଡିଆ,ପାଣି ବି ପହଞ୍ଚି ପାରୁ ନାହିଁ।ଗାଈ ଓ ଗୋରୁ ଙ୍କ ଖାଦ୍ୟ ର ଅଭାବ ମଧ୍ୟ ଦେଖାଯାଇଛି।
ବନ୍ୟା ରେ ବନ୍ଦୀ ହୋଇ ରହିଥିବା ଲୋକ ଙ୍କ ପାଖରେ ପ୍ରଶାସନ ପହଞ୍ଚି ନ ପାରିବା ଦ୍ଵାରା ଜନସାଧାରଣ ଙ୍କ ମନ୍ ରେ ଅସନ୍ତୋଷ ଦେଖା ଯାଇଛି।ଜନସାଧାରଣ ଙ୍କ ଯାତାୟାତ ପାଇଁ କିଛି ପଞ୍ଚାୟତ ରେ ଡଙ୍ଗି ବ୍ୟବସ୍ଥା ପ୍ରଶାସନ କରି ଥିଲା ବେଳେ ଆଉ କିଛି ପଞ୍ଚାୟତ ରେ ଡ଼ଙ୍ଗା ନ ଥିବାରୁ ଲୋକ ମାନେ ଯିବାଆସିବା କରି ପାରୁନାହାନ୍ତି।ଡାକ୍ତରୀ ଟିମ୍ ବି ବହୁ ଗ୍ରାମ ରେ ପହଞ୍ଚି ପାରି ନାହିଁ।ଜିଲ୍ଲା ପ୍ରଶାସନ କୁ ନିବେଦନ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନ କୁ ତାଗିଦ୍ କରନ୍ତୁ ବନ୍ୟା ଅଞ୍ଚଳ ଲୋକ ମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଶୀଘ୍ର ସାହାଯ୍ୟ କରନ୍ତୁ । ନ ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନ ପାଇଁ ନୂତନ ସରକାର ଅପଦସ୍ତ ହେବେ।ଶୀଘ୍ର ରିଲିଫ୍ ,ପାଲ,ଗୋଖାଦ୍ୟ,ଡଙ୍ଗା ଯୋଗାଇ ଦେବାକୁ ବହୁ ପଞ୍ଚାୟତ ର ବୁଦ୍ଧିଜୀବୀ ,ସମାଜ ସେବୀ ,ଦାବି କରିଛନ୍ତି।
ପଟ୍ଟାମୁଣ୍ଡାଇ ରୁ ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ
ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
