ଦଶପଲ୍ଲାରେ ତୀବ୍ର ହେଲା ଫଳକ ରାଜନୀତି

ନିଜର ବାହସ୍ପଷ୍ଟ ନେବା ପାଇଁ ବିଜେପି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ହୀନ ରାଜନୀତି,ଫଳକ ଉଦଘାଟନ ନ କରି ପାରି ଶିଶୁପାଳ ହୋଇ ଫେରିଲେ ସାଂସଦ l

ଦଶପଲ୍ଲାରେ ତୀବ୍ର ହେଲା ଫଳକ ରାଜନୀତି

ନୟାଗଡ଼୨୭।୦୭ ନିଜର ପତିଆରା କୁ ଜାହିର କରିବା ପାଇଁ ବିଜେପି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ହୀନ ରାଜନୀତି ଏବେ ରାସ୍ତାରେ ପଡ଼ି ହାଟରେ ଗଡ଼ୁଛି, ଯାହା ଫଳରେ ଫଳକ ଉଦଘାଟନ ନ କରି ଶିଶୁପାଳ ହୋଇ ଫେରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ,ଏଭଳି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି,ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିକାଶମୂଳକ କାର୍ଯ୍ୟକୁ ଆଗକୁ ନେବା ପାଇଁ ଦଶପଲ୍ଲାର ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ଦିନ ରାତି ପରିଶ୍ରମ କରି ଦଶପଲ୍ଲା ନିର୍ବାଚନ ମଣ୍ଡଳୀକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି, ଯାହା ଫଳରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରାଜ୍ୟ ରାଜ ନୀତିରେ ଏକ ଚର୍ଚିତ ନିର୍ବାଚନ ମଣ୍ଡଳୀ ହୋଇ ପାରିଛି,ଆଜି କିଛି ଉଦ୍ଘାଟନକୁ କେନ୍ଦ୍ର କରି ‘ଫଳକ ରାଜନୀତି’ ପୁଣି ଚର୍ଚ୍ଚାକୁ ଆସିଛି। ପ୍ରଶାସନିକ ସ୍ତରରେ ତାରିଖ ସ୍ଥିର ହେବା ପରେ ବି ରାଜନୈତିକ ନେତାମାନେ ପ୍ରଥମେ ଫିତା କାଟି ଶ୍ରେୟ ନେବାକୁ ଚାହୁଁଥିବା ଅଭିଯୋଗ ଉଠିଛି।ପୂର୍ବରୁ ମଧ୍ୟ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଏଭଳି ଶିଶୁପାଳ ହେବାର ଦେଖିବାକୁ ମିଳିଥିଲା। ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମ ନିର୍ଘଣ୍ଟ ହେବା ପରେ ମଧ୍ୟ ଉଦ୍ଘାଟନ ସମୟରେ ବିଧାୟକ କରିବା ବଦଳରେ ସାଂସଦ ନିଜ ଦଳୀୟ ସମର୍ଥକଙ୍କ ସହ ଆସି ପହଂଚିଥିଲେ,ପରେ ପ୍ରଶାସନ ପକ୍ଷରୁ ପୁଣି ଆନୁଷ୍ଠାନିକ ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା ଉଦ୍ଘାଟନ କରିଥିଲେ , ଯାହା ଫଳରେ ସାଂସଦ ହଟହଟା ହୋଇ ଶିଶୁପାଳ ହୋଇ ଫେରିବାକୁ ପଡିଥିଲା, ଯାହାଦ୍ୱାରା ବିଜେପିର ହୀନରାଜ ନୀତି ପଦରେ ପଡିଥିଲା.ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଦଶପଲ୍ଲା ବିଡ଼ିଓ ଶରତ କୁମାର ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ ।ଏଭଳି ଉଦ୍ଘାଟନ ଘଟଣାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। 

ରାଜନୈତିକ ସମୀକ୍ଷକମାନେ ମଧ୍ୟ ମତ ଦେଇଛନ୍ତି ଯେ ଫଳକ ନୁହେଁ, ଲୋକଙ୍କ ବାସ୍ତବ ବିକାଶ ଏବଂ ସେବା ଉପରେ ଜନପ୍ରତିନିଧିମାନଙ୍କୁ ଅଧିକ ଧ୍ୟାନ ଦେବା ଆବଶ୍ୟକ।ଚିକିତ୍ସାଳୟ ଆରମ୍ଭ ହେବା ଖୁସିର ଖବର ହୋଇଥିଲେ ମଧ୍ୟ, ଉଦ୍ଘାଟନକୁ ନେଇ ଚାଲିଥିବା ଏହି ଟଣାଓଟାରା ସ୍ଥାନୀୟ ରାଜନୀତିରେ ନୂଆ ଆଲୋଚନା ସୃଷ୍ଟି କରିଛି।

ନୟାଗଡ଼ ରୁ ଜିଲ୍ଲା ପ୍ରତିନିଧି ଅଶୋକ କୁମାର ସାଥୁଆ l