ବୌଦ୍ଧଜିଲ୍ଲା ଓକିଲ ସଂଘ ର ସାମ୍ବାଦିକ ସମ୍ମିଳନୀ.

ବୌଦ୍ଧଜିଲ୍ଲା ଓକିଲ ସଂଘ ର ସାମ୍ବାଦିକ ସମ୍ମିଳନୀ.

ବୌଦ୍ଧଜିଲ୍ଲା ଓକିଲ ସଂଘ ର ସାମ୍ବାଦିକ ସମ୍ମିଳନୀ :-ଗୁରୁତ୍ୱପୂର୍ଣ୍ଣ ରେକର୍ଡ ମିଳୁନି ବୌଦ୍ଧ ବାସୀ ଅସନ୍ତୋଷ * ବୌଦ୍ଧ:୫/୬(ରବିନ୍ଦ୍ର ପଟ୍ଟନାୟକ) ବୌଦ୍ଧ ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟ ଠାରେ ଆଜି ଦିନ ୧୧ଘଣ୍ଟା ସମୟରେ ବୌଦ୍ଧଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି | ବୌଦ୍ଧ ଜିଲ୍ଲାରେ ଥିବା ସମସ୍ତ ତହସିଲ କୋର୍ଟ, ଉପ ଜିଲ୍ଲାପାଳ କୋର୍ଟ, ଅତିରିକ୍ତ ଜିଲ୍ଲାପାଳ କୋର୍ଟ, ସେଟେଲ ମେଣ୍ଟ ଚକବନ୍ଦୀ କୋର୍ଟ ଓ ଜମି ଅଧିଗ୍ରହଣ କୋର୍ଟରେ ଚାଲିଥିବା ଅଚଳାବସ୍ଥା ସମ୍ପର୍କରେ ଓ ଦୈନନ୍ଦିନ ସାଧାରଣ ଲୋକେ ଭୋଗୁଥିବା ସମସ୍ୟା ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦିଆ ଯାଇଥିଲା l ଏ ସମ୍ପର୍କରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଗତ ସପ୍ତାହରେ ଜିଲ୍ଲାପାଳଙ୍କ ନିକଟରେ ସର୍ବସାଧାରଣଙ୍କ ହିତ ଦୃଷ୍ଟିରୁ ଏକ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିଲା l ବୌଦ୍ଧ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ ସମସ୍ତ ସମସ୍ୟାର ସମାଧାନ ପାଇଁ ଓକିଲ ସଂଘ ପ୍ରତିନିଧି ଓ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହ ମିଳିତ ବୈଠକ କରି ଆଲୋଚନା କରିଥିଲେ | କିଛି ସମସ୍ୟାର ସମାଧାନ ହୋଇ ସାରିଥିବା ବେଳେ ଜମି ଜମା ସମ୍ପର୍କିତ ବିଭିନ୍ନ ପ୍ରାମାଣିକ ନକଲ ପ୍ରଦାନ କରାଯିବା ଓ ସାବିକ୍ ରେକର୍ଡ୍ ପାଇବାରେ ଥିବା ସମସ୍ୟା ସମାଧାନ ହୋଇ ପାରିନାହିଁ l ତେଣୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ଅସୁବିଧା ର ସମାଧାନ ନହେଲେ ଜିଲ୍ଲା ଓକିଲ ସଂଘ ଆନ୍ଦୋଳନ କରିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି | ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଭାପତି ସୁରେଶ ଚନ୍ଦ୍ର ମେହେର, ସମ୍ପାଦକ ଧବଳେଶ୍ୱର ମନହିରା, ବରିଷ୍ଠ ଆଇନଜୀବି ନବ କୁମାର ମିଶ୍ର, ଧୂରୀଣ କୁମାର ଦେହୁରୀ,ଶିବ ପ୍ରସାଦ ପଣ୍ଡା,ତାରେଣୀ ମହାପାତ୍ର,ପ୍ରଦେଶୀ ବେହେରା,କୁନାଲ ପାଣିଗ୍ରାହୀ,ଙ୍କ ସମେତ କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ |