ଦ୍ୱିତୀୟ ବ୍ୟାଚ୍ ଗାଡ଼ିଚାଳକ ପ୍ରଶିକ୍ଷଣ ଶିବିରର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ

ଦ୍ୱିତୀୟ ବ୍ୟାଚ୍ ଗାଡ଼ିଚାଳକ ପ୍ରଶିକ୍ଷଣ ଶିବିରର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ

ଦ୍ୱିତୀୟ ବ୍ୟାଚ୍ ଗାଡ଼ିଚାଳକ ପ୍ରଶିକ୍ଷଣ ଶିବିରର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ନୟାଗଡ଼: ନୟାଗଡ଼ ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟ (ପିଟିଏସ୍) ପଡ଼ିଆଠାରେ ଦ୍ୱିତୀୟ ବ୍ୟାଚ୍ ଗାଡ଼ିଚାଳକ ପ୍ରଶିକ୍ଷଣ ଶିବିରର ଦୀକ୍ଷାନ୍ତ ସମାରୋହ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଶିକ୍ଷଣ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଭିବେଶ କୁମାର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁବାଷ ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ନୟାଗଡ଼ ଏସ୍‌ଡିପିଓ ଶ୍ରୀମତୀ ସୁସ୍ମିତା ପ୍ରଧାନ ଏବଂ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଉପସ୍ଥିତ ରହିଥିଲେ। ଏହି ଅବସରରେ ପ୍ରଶିକ୍ଷଣ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାୟକ କହିଥିଲେ ଯେ, ପ୍ରଶିକ୍ଷଣ ସଫଳତାର ସହ ସମାପ୍ତ କରିଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିୟୋଜିତ କରାଯିବ। ପ୍ରଶିକ୍ଷଣରେ କୃତିତ୍ୱ ହାସଲ କରିଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୁରସ୍କୃତ କରିଥିଲେ। ଅନୁଗୁଳର ପରେଶ ନାଥ ୧୭୭.୯ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, କନ୍ଧମାଳର ଗୋବର୍ଦ୍ଧନ ପରିଡ଼ା ୧୭୬ ମାର୍କ ସହ ଦ୍ୱିତୀୟ ଏବଂ ପୁରୀର ଜଗନ୍ନାଥ ସୁବୁଦ୍ଧି ୧୭୪.୩ ମାର୍କ ସହ ତୃତୀୟ ସ୍ଥାନ ହାସଲ କରିଥିଲେ। ଶେଷରେ ସମସ୍ତ କୃତୀ ପ୍ରଶିକ୍ଷାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।