କାମ ହେଉ ହେଉ ଧୋଇଗଲା ରାସ୍ତା ପୁଣି ପଦାକୁ ଆସିଲା ପଟ୍ଟାମୁଣ୍ଡାଇ ଇରିଗେସନ ବିଭାଗ ଦୁର୍ନୀତି।

କାମ ହେଉ ହେଉ ଧୋଇଗଲା ରାସ୍ତା ପୁଣି ପଦାକୁ ଆସିଲା ପଟ୍ଟାମୁଣ୍ଡାଇ ଇରିଗେସନ ବିଭାଗ ଦୁର୍ନୀତି।

କାମ ହେଉ ହେଉ ଧୋଇଗଲା ରାସ୍ତା ପୁଣି ପଦାକୁ ଆସିଲା ପଟ୍ଟାମୁଣ୍ଡାଇ ଇରିଗେସନ ବିଭାଗ ଦୁର୍ନୀତି। ପଟ୍ଟାମୁଣ୍ଡାଇ ଜଳସେଚନ ବିଭାଗ କୁ ଦୁର୍ନୀତି ର ପିଛା ଛାଡୁନି। ଗୋଟେ ପରେ ଗୋଟେ ଦୁର୍ନୀତି ପଦାକୁ ଆସିଲା ପରେ ଏବେ ପୁଣି ଜଳସେଚନ ବିଭାଗ ର ଆଉ ଗୋଟେ ଦୁର୍ନୀତି ପଦାକୁ ଆସିଛି ।ଯାହା ଜଣା ପଡ଼ିଛି ୧୫ ନମ୍ୱର୍ କେନାଲ ରୋଡ ଯାହା ବନ୍ଧପଡା ରୁ ନରସିଂହପୁର କେନାଲ ରୋଡ। ଏହି ରୋଡ କାମ ଟି ୧୫ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ର ଟେଣ୍ଡର ହୋଇ ଦୁଇ ଠିକାଦାର ଙ୍କୁ କାମ ଦିଆଯାଇଥିଲା। ବର୍ତ୍ତମାନ ଦୁଇ ମାସ ତଳେ ଏହି ରାସ୍ତା କାମ ଟି ୭୫ଭାଗ କାମ ସରି ଯାଇଥିଲେ ମଧ୍ୟ ଦୁଇ ଦିନ ବର୍ଷା ରେ ବହୁ ଜାଗା ରେ ରାସ୍ତା ଧୋଇ ହୋଇ ଯାଇଛି।ଏହି କାମ ରେ ବହୁ ଅଭିଯୋଗ ଗ୍ରାମ ବାସୀ କରିଥିଲେ ମଧ୍ୟ ଠିକାଦାର ନାଲି ଆଖି ଓ ଦୁର୍ନୀତି ଗ୍ରସ୍ତ ଜେ ଇ ମନୋରଞ୍ଜନ ସାହୁ ଙ୍କ ସଲସୁତୁରା ରେ ନିମ୍ନମାନର କାମ ହୋଇ ଥିବାରୁ ରାସ୍ତା ନଷ୍ଟ ହୋଇ ଯାଇଛି । ଏହି କାମ ବେଳେ ଠିକାଦାର ସରକାରୀ ଜାଗା ଓ ବେସରକାରୀ ଜାଗା ରୁ ନିମ୍ନମାନର ପଙ୍କ ମାଟି ପକାଇ ଲକ୍ଷ ଲକ୍ଷ ଟଙ୍କା ର ମାଗଣା ମାଟି ଲୁଟି ନେଇ ଥିବା ବେଳେ ଅଭିଯୋଗ କଲେ ମଧ୍ୟ ଠିକାଦାର ପ୍ରଶାସନ ଓ ଗୁଣ୍ଡା ଙ୍କୁ ପାଖରେ ରଖିବା ଦ୍ୱାରା ସମସ୍ତେ ଚୁପ୍ ରହିବାକୁ ବାଧ୍ୟ ହେଲେ।ସମାଜ ସେବୀ ବ୍ରଜ ବନ୍ଧୁ ଦାଶ ପ୍ରତିକ୍ରିୟା ରଖି କହିଛନ୍ତି ଯଦି ଏହି ରାସ୍ତା ଉପରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଙ୍କ ଦ୍ଵାରା ଭିଜିଲାନ୍ସ ତଦନ୍ତ କରାଯାଏ ତାହା ହେଲେ କେତେ ଦୁର୍ନୀତି ହୋଇଛି ପଦାକୁ ଆସି ପାରନ୍ତା।ସାମ୍ବାଦିକ ପ୍ରଶାନ୍ତ ମହାନ୍ତି ମଧ୍ୟ ଦାବି କରିଛନ୍ତି ଜଳସେଚନ ବିଭାଗ ର ଉପରିସ୍ଥ ଅଧିକାରୀ ଏହି ୧୫ ନମ୍ୱର୍ କେନାଲ ରୋଡ ରେ ହୋଇ ଥିବା ନିମ୍ନମାନର କାମ ର ତଦନ୍ତ କରି ଦୋଷୀ ଠିକାଦାର , କିମ୍ବା ଜେ ଈ,ଏସ ଡି ଓ ଙ୍କ ଉପରେ ଦୃଢ଼ ପଦକ୍ଷେପ ନେଲେ ଆଗାମୀ ଦିନ ରେ ଜଳସେଚନ ବିଭାଗ ରେ ଦୁର୍ନୀତି କରିବାକୁ ଅଧିକାରୀ ଙ୍କ ଭୟ ରୁହନ୍ତା।ରାଜ୍ୟ ସରକାର ପଟ୍ଟାମୁଣ୍ଡାଇ ଜଳସେଚନ ବିଭାଗ କୁ କୋଟି କୋଟି ଟଙ୍କା ଦେଉ ଛନ୍ତି ପଟ୍ଟାମୁଣ୍ଡାଇ ବାସୀ ଙ୍କ ର ଉନ୍ୟତି ହେବା ପାଇଁ କିନ୍ତୁ ଏହି ଟଙ୍କା କାମ ନିମ୍ନମାନର ହୋଇ କୋଟି କୋଟି ଟଙ୍କା ଅଫିସର ଓ ଠିକାଦାର ମଧ୍ୟ ରେ ହଡ଼ପ ହେବା ଦ୍ଵାରା ପଟ୍ଟାମୁଣ୍ଡାଇ ବାସୀ ଙ୍କ ମନ କୁ କଷ୍ଟ ଦେଇଛି।ଆଗାମୀ ଦିନ ରେ ପଟ୍ଟାମୁଣ୍ଡାଇ ଜଳସେଚନ ବିଭାଗ ବିରୁଦ୍ଧରେ ଏକ ଜନ ଆନ୍ଦୋଳନ ମୁଣ୍ଡ ଟେକି ବାର ସମ୍ଭାବନା ଦେଖାଦେଇଛି। ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା