ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଗଗୁଆ ସେକ୍ସନ ରେ କେନାଲ ସଫେଇ ନାଁ ରେ ବ୍ୟାପକ ଦୁର୍ନୀତି |
ଲୁଟିନେବା କୁ ବସିଛନ୍ତି ଜେ ଇ ଓ ଠିକାଦାର।
ରାଜ୍ୟ ସରକାର ଚାଷୀ ଙ୍କ ଉନ୍ୟତୀ ପାଇଁ କେନାଲ୍ ସଫେଇ ନାଁ ରେ କୋଟି କୋଟି ଟଙ୍କା ଜଳସମ୍ପଦ ବିଭାଗ କୁ ଦେଉ ଛନ୍ତି। କିନ୍ତୁ କେନାଲ ସଫେଇ ନାଁ ରେ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ର ଗଗୁଆ ବ୍ରାଞ୍ଚ ରେ ଏକ କେନାଲ ସଫେଇ ନାଁ ରେ ବିରାଟ ଘୋଟାଲା ର ସୂଚନା ଆସିଛି।ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଗଗୁଆ ବ୍ରାଞ୍ଚ ରେ ତେର ହାପ କେନାଲ ର ସଫେଇ ପାଇଁ ଏକ ଠିକାଦାର କୁ ଜଳସମ୍ପଦ ଗଗୁଆ ଅଫିସ ତରଫରୁ କାର୍ଯ୍ୟାଦେଶ ଦିଆଯାଇଥିଲା ।ଏହି କେନାଲ ଟି ପୋହଳ ଥୁ ଗଗୁଆ ରାସ୍ତା ଦେଇ ଯାଇଥିବା କେନାଲ ।ଏହି କେନାଲ ସଫେଇ ରେ ଠିକାଦାର ନାଁ କୁ ମାତ୍ର ସଫେଇ କରି ଗଗୁଆ ସେକ୍ସନ ର ଜେ ଇ ସାହୁ ବାବୁ ଙ୍କ ସହ ସଲସୁତୁରା ରେ ଲୁଟି ନେବାକୁ ବସି ଛନ୍ତି ଲକ୍ଷାଧିକ ଟଙ୍କା ।ବର୍ତ୍ତମାନ ଚାଷ କାମ ଆରମ୍ଭ ହେବାକୁ ବସି ଥିବା ବେଳେ କେନାଲ ସଫେଇ ଭଲ ହୋଇ ନ ଥିବାରୁ ଵିଲ କୁ ପାଣି ଯାଇ ପାରୁ ନାହିଁ। ଏହି ଚିନ୍ତାରେ ଚାଷୀ ହତାଶ ହୋଇ ମୁଣ୍ଡ ରେ ହାତ ଦେଇ ବସି ଥିବା ବେଳେ ଜଳସମ୍ପଦ ଉପରିସ୍ଥ ଅଧିକାରୀ ମଧ୍ୟ କାହା ଚାପରେ ଜଳସମ୍ପଦ ବିଭାଗ ଗଗୁଆ ସେକ୍ସନ ଜେ ଇ ସାହୁ ବାବୁ ଓ ଠିକାଦାର ଙ୍କ ଉପରେ ଆକ୍ସନ ନେଉ ନାହାନ୍ତି ତାହା ମଧ୍ୟ ଜନସାଧାରଣ ଙ୍କ ମନ ରେ ସନ୍ଦେହେ ସୃଷ୍ଟି ହୋଇଛି।
ଆଗାମୀ ଦିନ ରେ ଏହି ଜଳ ସମ୍ପଦ ବିଭାଗ ନାଁ ରେ ଶାସନ କେନାଲ ରାସ୍ତା ରେ ଲକ୍ଷାଧିକ ଦୁର୍ନୀତି ର ଗନ୍ଧ ଆସି ଥିବା ବେଳେ ପୁଣି ଏକ କେନାଲ ସଫେଇ ଦୁର୍ନୀତି ପଦାକୁ ଆସିବ ଦ୍ୱାରା ସେଇ ଦୁର୍ନୀତି ଗ୍ରସ୍ତ ଜେ ଇ ଉପରେ କଣ ପାଇଁ ଜିଲ୍ଲା ପ୍ରଶାସନ , ଜଳସମ୍ପଦ ବିଭାଗ ର ଉପରିସ୍ଥ ଅଧିକାରୀ ମାନେ ଦୃଢ କାର୍ଯ୍ୟନୁଷ୍ଠାନ ନେଉ ନାହାନ୍ତି ତାହା ସନ୍ଦେହ ଘେର କୁ ଆସିଛି ଜଳସମ୍ପଦ ବିଭାଗ। ଯଦି ରାଜ୍ୟ ସରକାର ଚାଷୀ ଙ୍କ ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ୍ କୁ କେନାଲ ସଫେଇ ନାଁ ରେ କୋଟି କୋଟି ଟଙ୍କା ଅର୍ଥ ବରାଦ କରିବେ କିନ୍ତୁ ଜଳସମ୍ପଦ ବିଭାଗ କାମ ନ କରି ସେଇ ଅର୍ଥ କୁ ଲୁଟିବାକୁ ମସୁଧା କରିବେ ଶେଷ ରେ ଚାଷୀ ହତାଶ ହେବା ସହିତ ରାଜ୍ୟ ସରକାର ବଦନାମ ହେବେ।ଏତେ ଅଭିଯୋଗ ଜେ ଇ ନାଁ ରେ ଆସିଲେ ମଧ୍ୟ ଜଣ ପାଇଁ ରାଜ୍ୟ ସରକାର ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ର ଗଗୁଆ ସେକ୍ସନ ଉପରେ ଭିଜିଲାନ୍ସ ତଦନ୍ତ କରୁନାହାନ୍ତି ତାହା ଜନସାଧାରଣ ଙ୍କ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ଖାଲି ମେସିନ ଆଣି ଟିକିଏ ଟିକିଏ ଚାଞ୍ଚି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେବା ବେଳେ ଚାଷୀ ର ବିଲ କୁ ପାଣି ବି ଯାଉ ନାହିଁ। ଏବେ ଟିକିଏ ବର୍ଷା ପାଇଁ ଗଛ ବଞ୍ଚିଛି କିନ୍ତୁ ଆଗକୁ ଖରା ହେଲେ ବିଲ୍ ରୁ ସବୁ ଧାନ ଗଛ ମରିଯିବା ର ସମ୍ଭାବନା ହେଉଛି।ରାଜ୍ୟ ସରକାର ଙ୍କ ଟଙ୍କା କୁ ଜଳସମ୍ପଦ ବିଭାଗ ର ଜେ ଇ ଓ ଠିକାଦାର ମଧୁ ଚନ୍ଦ୍ରିକା ରେ ଲୁଟି ବାରେ ବ୍ୟସ୍ତ ଅଛନ୍ତି।
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା।


admin 
