ପଟ୍ଟାମୁଣ୍ଡାଇ ମୁନିସିପାଲିଟି ର ୱାର୍ଡ ନଂ ୧ ଠାରୁ ୧୦ ର ସମସ୍ତ ବାସିନ୍ଦା ଜଳହନ୍ଦୀ ଘେରରେ ଆଜକୁ ୩ ରୁ ୪ ଦିନ ହେବ ରହି ଆସୁଛନ୍ତି।
ପଟ୍ଟାମୁଣ୍ଡାଇ ମୁନିସିପାଲିଟି ତା- ୧୮/୮/୨୦୨୬ ବଡ ଦୁଖର କଥା ଯେ ଭଗବାନଙ୍କ ର କି ବିଚିତ୍ର ଲିଳା ଯେକି କିଛିଲୋକ ବଡ ଆନନ୍ଦ ରେ ତାଙ୍କ ପରିବାର ସହିତ କାଳ କାଟୁଥିବା ବେଳେ ଆଉ କିଛି ଲୋକ ବହୁତ ନିନ୍ଦନୀୟ ଅବସ୍ଥା ରେ ଦିନ କାଟୁଛନ୍ତି। ଯାହା ଏଠି ଲକ୍ଷ କରାଯାଉଛି। ପଟ୍ଟାମୁଣ୍ଡାଇ ମୁନିସିପାଲିଟି ରେ ସମୁଦାୟ ୨୦ ଟି ୱାର୍ଡ ଅଛି ତନ୍ମଧ୍ୟରୁ ୧୦ ଗୋଟି ୱାର୍ଡ ର ବାସିନ୍ଦା ଜଳମଗ୍ନ ରେ ଅନ୍ୟ ୧୦ ଗୋଟି ୱାର୍ଡ ସୁଖିଲା ରେ ଦିନ କାଟୁଛନ୍ତି। ଯେଉଁ ୧୦ ଟି ୱାର୍ଡ ଜଳ ବନ୍ଦୀରେ ଅଛନ୍ତି ସେଥିରୁ ଗୋଟେ ୱାର୍ଡ ବା ୯ନଂ ୱାର୍ଡ ଟି ବାହ୍ୟ ଯଗତରୁ ବିଛିନ୍ନ କଲେ ଅତ୍ରୁପ୍ତି ହେବ ନାହିଁ ସେମାନେ ତାଙ୍କ ଯାତାୟାତ ଜଳମର୍ଗରେ କରୁଛନ୍ତି।
ସେଠାରେ ପ୍ରାୟତଃ ୬୦୦ ପରିବାର ରହି ଆସୁଛନ୍ତି ସେମାନେ ସମସ୍ତେ ଦୁଇ ଗୋଟି ଡଙ୍ଗା ଉପରେ ନିର୍ଭର କରୁଛନ୍ତି। ଡଙ୍ଗା ର ଯେତିକି ସହ୍ୟ ତାହାଠାରୁ ଅଧିକ ନେବାକୁ ବାଧ୍ୟ ହେଉଛି ଯାହାଫଳରେ ଡଙ୍ଗା ଭାରସାମ୍ୟ ହରାଇବାର ଆକଳନକୁ ଏଡେଇ ନ ଯାଇପାରେ। ଗ୍ରମବାସୀ ମାନେ କାକୁତିମିନତି ହୋଇ ସରକାର ଙ୍କ ପାଖରେ ଅନୁରୋଧ କରୁଛନ୍ତି କି ତାଙ୍କୁ ପ୍ରସାଶନ ତରଫରୁ ୨ ରୁ ୩ ଗୋଟି ଡଙ୍ଗା ଦିଆଯାଉ। ଏପଟେ ପଟ୍ଟାମୁଣ୍ଡାଇ ବଜାର ର ହାଲତ ନ କହିବା ଭଲ କାରଣ ପ୍ରାୟ ଦୋକାନ ବନ୍ଦ ରହୁଥିବା ବେଳେ ଯାହା ଖୋଲା ଅଛି ସେମାେନ ସେମାନଙ୍କର ମୁହଁ ରୁ ହସ ଉଡି ଗଲାପରି ଲକ୍ଷ ହେଉଛି। ଏପଟେ ନଦୀ ବନ୍ଧ ର ଅବସ୍ଥା ନ କହିବା ଭଲ କାରଣ ବନ୍ଧ ଏପଟେ ରହିବା ବାସିନ୍ଦାମାନଙ୍କୁ ଛନକା ପସିଲାଣି ଯଦି ବନ୍ଧରେ ଘାଇ ହୁଏ ତେବେ ସର୍ବନାଶ ହୋଯିବ ଆଉ ଯାହା ଟିକେ ଚାଷ ଭଲ ହୋଇଛି ତାହା ସବୁ ଉଜୁଡି ଯିବ। କାରଣ ଏବେ ଏବେ ରୁଆ କାମ ଚାଲିଛି। ତେଣୁ ପ୍ରସାଶନ କୁ ସଦାବେଳେ ଜାଗ୍ରତ ଓ ସଜାଗ ରହିବାକୁ ଗ୍ରାମବାସୀ, ଦିଲ୍ଲୁ ସେଠୀ, ମେଘୁ ସେଠୀ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅନୁରୋଧ କରୁଛନ୍ତି।
ପଟ୍ଟାମୁଣ୍ଡାଇ ମୁନିସିପାଲିଟି ରୁ ପ୍ରଦୀପ କିଶୋର ସାହୁ ଜିଲ୍ଲାସ୍ୱତନ୍ତ୍ର ପ୍ରତି ନିଧି ବିଷେଶ ଖବର।


admin 
