ପଟ୍ଟାମୁଣ୍ଡାଇ ମଡେଲ ଥାନାର ନୂତନ ଆଇ.ଆଇ.ସି ଭାବେ ମାନସ ରଞ୍ଜନ ମଲ୍ଲିକ ଯୋଗ ଦେଲେ।
କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରମୁଖ ଥାନା ମାନଙ୍କ ମଧ୍ୟରେ ରହିଛି ପଟ୍ଟାମୁଣ୍ଡାଇ ମଡେଲ ଥାନା, ଯେଉଁଠି ପ୍ରତ୍ୟେକ ଦିନ ଅପରାଧୀ ମାନେ ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଥାନ୍ତି। ମର୍ଡର, ଡକାୟତି, ଚୋରି ଓ ଅସାଧାଚରଣ ଭଳି ଅନେକ କାଣ୍ଡ ଭିଆଇ ଥାନ୍ତି ଏହି ଅପରାଧୀ ମାନେ। ତେଣୁ ଏହି ଥାନାର ଯିଏ ଥାନା ଅଧିକାରୀ ରୂପେ ଦାଇତ୍ୱ ନେଇଥାନ୍ତି ତାଙ୍କ ଉପରେ ସାଧାରଣ ଜନତା ଅନେକ ଭରସା କରିଥାନ୍ତି। ପୂର୍ବରୁ ଏହି ଥାନାର ଥାନା ର ଅଧିକାରୀନି ରୂପେ ଆଇଆଇସି ବନ୍ଦନା ପାତ୍ର ଦାଇତ୍ୱରେ ରହିଥିବା ବେଳେ ତାଙ୍କ ଉଦ୍ୟମ ରେ ଅନେକ ଅପରାଧୀ ଜେଲ ଦଣ୍ଡ ଏବେବି ଭୋଗୁଛନ୍ତି, ଓ ଆଇଆଇସି ବନ୍ଦନା ପାତ୍ର ଶାନ୍ତି ଫେରାଇ ଆଣିବାରେ ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ ସକ୍ଷମ ହୋଇ ଥିଲେ।ଗତ ୧୮ ତାରିଖରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟେରିଆ ଙ୍କ ନିର୍ଦେଶରେ ଆଇଆଇସି ବନ୍ଦନା ପାତ୍ର ଙ୍କ ବଦଳରେ ମହାକାଳପଡ଼ା ଥାନାର ଥାନା ର ଆଇଆଇସି ମାନସ ରଞ୍ଜନ ମଲ୍ଲିକ ଙ୍କୁ ପଟ୍ଟାମୁଣ୍ଡାଇ ଥାନାର ନୂତନ ଥାନା ଅଧିକାରୀ ରୂପେ ଦାଇତ୍ୱ ଦେଇଛନ୍ତି ପୂର୍ବରୁ ଶ୍ରୀ ମଲ୍ଲିକ ମହାକାଳପଡ଼ା ଥାନାରେ ରହିଥିବା ବେଳେ ସେଇ ଅଞ୍ଚଳର ଅପରାଧୀ କୁ ଜେଲର ଚାରିକାନ୍ଥ ଦେଖାଇଥିବା ବେଳେ ମହାକାଳପଡ଼ା ଅଞ୍ଚଳ ରେ ଶାନ୍ତି ଫେରାଇ ଆଣିବାରେ ସକ୍ଷମ ହୋଇ ଥିଲେ।
ଏବେ ସେ ପଟ୍ଟାମୁଣ୍ଡାଇ ଥାନାର ଦାଇତ୍ୱ ନେଇଛନ୍ତି। ତେବେ ତାଙ୍କ ନେତୃତ୍ୱ ରେ ପଟ୍ଟାମୁଣ୍ଡାଇ ମଡେଲପୋଲିସ ପ୍ରଶାସନ ଚୋରା ମଦ ବେପାର,ଚୋରି, ହତ୍ୟା, ଅସାଧାଚରଣ ଓ ଡକାୟତି ଭଳି ଘାଟଣା କୁ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନିପାତ କରିବାକୁ ସାଧାରଣ ଜନତା ତାଙ୍କ ଉପରେ ଅଖଣ୍ଡ ବିଶ୍ୱାସ ରଖିଛନ୍ତି। ।ପ୍ରତ୍ୟେକ ଦିବା ଓ ରାତ୍ରିରେ ପେଟ୍ରୋଲିଙ୍ଗ ଜାରି ରଖିବାକୁ ସାଧାରଣ ଜନତା ଶ୍ରୀ ମଲ୍ଲିକଙ୍କୁ ଅନୁରୋଧ କରିଛନ୍ତି। ଜୟ ଭୀମ ଏସ ସି ଓ ଏସ ଟି କମ୍ୟୁନିଟୀ ଯୁବକ ସଂଘ ତରଫରୁ ନୂତନ ଆଇଆଇସି ଙ୍କୁ ସାକ୍ଷାତ ସହିତ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି।
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
