ବାଇଗୁଣିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବ
ଭାପୁର,୨୯/୩ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବାଇଗୁଣିଆ ଛକ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଚତୁର୍ଥ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି. ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ବିରଞ୍ଚି ନାରାୟଣ ଦାଶ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରକୁତିବନ୍ଧୁ ପୁରସ୍କାର ପ୍ରାପ୍ତ ଶିକ୍ଷକ ମନୋଜ କୁମାର ଶତପଥି ଯୋଗଦେଇ ଥିଲେ.ସମ୍ମାନୀତ ଅତିଥି ଭାବେ ପଠାଣି ସାମନ୍ତ ମହାବିଦ୍ୟାଳୟର ସଂସ୍କୃତ ବିଭାଗର ଅଧ୍ୟାପକ ସର୍ବେଶ୍ୱର ମହାରଣା ଅନ୍ୟତମ ସମ୍ମାନୀତ ଅତିଥି ଭାବେ ବାଇଗୁଣିଆ ମଧ୍ୟ ଇଂରାଜୀ ବିଦ୍ୟାଳୟର ପୂର୍ବତ୍ତନ ପ୍ରଧାନ ଶିକ୍ଷକ ଦୟାନିଧି ବରାଡ଼ ଯୋଗଦେଇଥିଲେ.ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ ପଠାଣି ସାମନ୍ତ ମହାବିଦ୍ୟାଳୟର ସଂସ୍କୃତ ବିଭାଗର ଅଧ୍ୟାପକ ସର୍ବେଶ୍ୱର ମହାରଣା.ଶିଶୁମାନେ ଏ ଜାତିର ସୁରକ୍ଷା କବଚ ବୋଲି ମୁଖ୍ୟ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ.
ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର


admin 
