ପଟ୍ଟାମୁଣ୍ଡାଇ ମଡେଲ ପୋଲିସ ଷ୍ଟେସନ ତରଫରୁ ନିଶା ମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ।

ପଟ୍ଟାମୁଣ୍ଡାଇ ମଡେଲ ପୋଲିସ ଷ୍ଟେସନ ତରଫରୁ ନିଶା ମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ।

ପଟ୍ଟାମୁଣ୍ଡାଇ ମଡେଲ ପୋଲିସ ଷ୍ଟେସନ ତରଫରୁ ନିଶା ମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ। ପଟ୍ଟାମୁଣ୍ଡାଇ ମଡେଲ ପୋଲିସ ଷ୍ଟେସନ ତରଫରୁ NASHA MUKT odisha abhijan କାର୍ଯ୍ୟକ୍ରମ ରେ ପଟ୍ଟାମୁଣ୍ଡାଇ ମଡେଲ ପୋଲିସ ଷ୍ଟେସନ ର ଲୋକପ୍ରିୟ ଆଇଆଇସି ବନ୍ଦନା ପାତ୍ର ନିଶା ମୁକ୍ତ ଓଡିଶା ଅଭିଯାନ ଉପରେ ତାଙ୍କ ବକ୍ତବ୍ୟ ରଖି କହିଲେ ଯଦି ସମାଜ ନିଶାମୁକ୍ତ ହେବ ତାହା ହେଲେ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ।ବର୍ତ୍ତମାନ ନିଶା ଯୁବ ସମାଜ କୁ ନଷ୍ଟ କରୁଛି।ଯଦି ଆମେ ମାନେ ଏକାଠି ହୋଇ ନିଶା ବିରୁଦ୍ଧରେ ନ ଲଢ଼ିବା ଆଗାମୀ ଦିନ ରେ ଯୁବ ସମାଜ ନିଶା ଗ୍ରସ୍ତ ହୋଇ ନଷ୍ଟ ଆଡ଼କୁ ଗତି କରିବ।ପଟ୍ଟାମୁଣ୍ଡାଇ ର ଲୋକ ପ୍ରିୟ ଆଇଆଇସି ବନ୍ଦନା ପାତ୍ର ସମସ୍ତ ଉପସ୍ଥିତ ଥିବା ଜନସାଧାରଣ ଓ ସାମ୍ବାଦିକ ମାନଙ୍କୁ ବହୁ ଉପଦେଶ ଦେଇ ନିଶା ଉପରେ ସଚେତନ ବାର୍ତ୍ତା ଦେଇ ଥିଲେ। ଏହି ଅଭିଯାନ ସଭା ରେ ଉପସ୍ଥିତ ଥିଲେ ଥାନା ର ଦୁଇ ଏସ ଆଇ ସୁମନ୍ତ ସେଥି ,କୈଳାଶ ଚନ୍ଦ୍ର ପରିଡ଼ା , ପଟ୍ଟାମୁଣ୍ଡାଇ ର ଜନସାଧାରଣ ଓ ସାମ୍ବାଦିକ ଉପସ୍ଥିତ ଥାଇ ନିଶା ଉପରେ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା